୨୭ ଫେବ୍ରୁଆରୀ, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କ ଲାଗି ଦିନଟି ସୁଖମୟ 

ମେଷ: ମାନସିକ ଅଶାନ୍ତିରୁ ମୁକ୍ତି ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅଫିସ୍‌ରେ ଆପଣଙ୍କ ପରାମର୍ଶକୁ ସମସ୍ତେ ଆଦର କରିବେ। ବୃଷ: ଆପଣଙ୍କ ପ୍ରୟାସ ସର୍ବୋତ୍ତମ ପ୍ରମାଣିତ ହେବ। ବିଦେଶ ଯିବାର ରାସ୍ତା ଖୋଲିବ। ବ୍ୟବସାୟରେ ଉନ୍ନତି କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମିଥୁନ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧୈର୍ଯ୍ୟସହକାରେ କାମ କରନ୍ତୁ, ସଫଳ ହେବେ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ଲାଭ […]

V

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 07:25 AM IST

ମେଷ: ମାନସିକ ଅଶାନ୍ତିରୁ ମୁକ୍ତି ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅଫିସ୍‌ରେ ଆପଣଙ୍କ ପରାମର୍ଶକୁ ସମସ୍ତେ ଆଦର କରିବେ।

ବୃଷ: ଆପଣଙ୍କ ପ୍ରୟାସ ସର୍ବୋତ୍ତମ ପ୍ରମାଣିତ ହେବ। ବିଦେଶ ଯିବାର ରାସ୍ତା ଖୋଲିବ। ବ୍ୟବସାୟରେ ଉନ୍ନତି କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧୈର୍ଯ୍ୟସହକାରେ କାମ କରନ୍ତୁ, ସଫଳ ହେବେ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ।

କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ।

ସିଂହ: ପୂଜାପାଠରେ ଦିନଟି କଟିବ। ସ୍ତ୍ରୀ ଓ ମାଆଙ୍କ ପୂର୍ଣ୍ଣ ସହଯୋଗ ପାଇବେ। କୋର୍ଟକଚେରୀ ମାମଲା ଆପଣଙ୍କ ପକ୍ଷରେ ରହିବ।

 କନ୍ୟା: ସମ୍ଭାବ୍ୟ ସଂକଟ ଦୂର ହେବ। ପୂଜାର୍ଚ୍ଚନାରେ ଏକାଗ୍ରତା ଅନୁଭବ କରିବେ। ଶୁଭ ସୂଚନା ପାଇ ଖୁସି ରହିବେ। ବ୍ୟବସାୟରେ ଲାଭ ହେବ।

ତୁଳା: ଆଗକୁ ଅଗ୍ରସର ହୁଅନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ରହିଛି। ରାଜନୀତିରେ ଲୋକ ସମର୍ଥନ ମିଳିବ। ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ।

ବିଚ୍ଛା: ଆଜି ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।

ଧନୁ: ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ନିକଟ ସଂପର୍କୀୟଙ୍କ ସହଯୋଗରେ ନୂଆ ଅବସର ମିଳିବ। ବୃତ୍ତିରୁ ଆଶାନୁରୂପ ଫଳ ପାଇବେ

ମକର: ପରିଶ୍ରମର ସକାରାତ୍ମକ ଫଳାଫଳ ମିଳିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।

କୁମ୍ଭ: କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସଂପର୍କ ବଢ଼ିବ। ଯାହାଦ୍ଵାରା ଭବିଷ୍ୟତରେ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ।

ମୀନ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ପୁରୁଣା ବିବାଦ ସମାପ୍ତ ହେବ। ଅଫିସରେ ଆପଣଙ୍କୁ ନୂଆ କାର୍ଯ୍ୟଭାର ମିଳିବ।

 

 

 

 

 

 

Related story