ଜାନୁଆରୀ ୨୭, ଶନିବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ

ମେଷ: ଅଫିସ୍‌ ଅବା କର୍ମକ୍ଷେତ୍ରରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମହିଳାଙ୍କଠାରୁ ଉପକୃତ ହେବେ। ନକାରାତ୍ମକ ଚିନ୍ତା ମନକୁ କବଳିତ କରି ରଖିପାରେ। ବୃଷ: ପ୍ରତ୍ୟେକ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ। ଆୟ ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ମନୋରଞ୍ଜନରେ ସମୟ ବିତାଇବାକୁ ମନ କରିବେ। ପୋଷାକ, ସୌନ୍ଦର୍ଯ୍ୟ ପ୍ରସାଧନ ଆଦିରେ ଅର୍ଥ ବ୍ୟୟ କରିବେ। ମିଥୁନ: ଯାହା କହିବାର ଅଛି ସ୍ପଷ୍ଟ କୁହନ୍ତୁ, ନହେଲେ ଭୁଲ୍ ବୁଝାମଣାର […]

zodaic

Rakesh Mallick
  • Published: Saturday, 27 January 2018
  • , Updated: 27 January 2018, 07:43 AM IST

ମେଷ: ଅଫିସ୍‌ ଅବା କର୍ମକ୍ଷେତ୍ରରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମହିଳାଙ୍କଠାରୁ ଉପକୃତ ହେବେ। ନକାରାତ୍ମକ ଚିନ୍ତା ମନକୁ କବଳିତ କରି ରଖିପାରେ।

ବୃଷ: ପ୍ରତ୍ୟେକ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ। ଆୟ ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ମନୋରଞ୍ଜନରେ ସମୟ ବିତାଇବାକୁ ମନ କରିବେ। ପୋଷାକ, ସୌନ୍ଦର୍ଯ୍ୟ ପ୍ରସାଧନ ଆଦିରେ ଅର୍ଥ ବ୍ୟୟ କରିବେ।

ମିଥୁନ: ଯାହା କହିବାର ଅଛି ସ୍ପଷ୍ଟ କୁହନ୍ତୁ, ନହେଲେ ଭୁଲ୍ ବୁଝାମଣାର ଶିକାର ହେବେ। ଦୁର୍ଘଟଣା ଘଟିପାରେ। ତେଣୁ ରାସ୍ତାରେ ଯିବା ଆସିବା ବେଳେ ବିଶେଷ ଭାବେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ବେଶ୍ ଭଲ ରହିଛି। ବ୍ୟବସାୟରେ ଭଲ ଲାଭ ହେବ। ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ଆୟ ବଢ଼ିବ।

ସିଂହ: ଉଭୟ ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଅନୁଭବ କରିବେ। କୌଣସି ପ୍ରସଙ୍ଗ ଆପଣଙ୍କୁ ଚିନ୍ତିତ କରିବ। କଥା କଥାରେ ରାଗି ଯିବେ। ତେବେ ମଧ୍ୟାହ୍ନ ପରେ ଏସବୁ ସ୍ଥିତିରେ ସୁଧାର ଆସିବ।

କନ୍ୟା: କୌଣସି ପ୍ରକାର ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ ଅଛି। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ।

ତୁଳା: ଦିନଟି ଭଲରେ କଟିବ। ବୁଝିବିଚାରି ସବୁ ନିଷ୍ପତ୍ତି ନେବେ। ତେବେ ସନ୍ଧ୍ୟା ବେଳେ ଟିକେ ସତର୍କ ରହିବେ। କାହା ସହିତ ଆପଣଙ୍କର ଝଗଡ଼ା ହୋଇପାରେ। ତେଣୁ ନିଜ କଥା ଓ ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ। କାହାକୁ ବାଧିଲା ଭଳି କିଛି କୁହନ୍ତୁ ନାହିଁ।

ବିଛା: ଜନସଂପର୍କ ବଢ଼ିବ। ଧନସଂପତ୍ତି ବଢ଼ାଇବା ପାଇଁ ଯୋଜନା କରିବେ। ଘରକୁ ଅତିଥି ଆସିପାରନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବେ।

ଧନୁ: କାର୍ଯ୍ୟରେ ସଫଳତା ପାଇବେ। ତେବେ ଏଥିପାଇଁ ବହୁତ ପରିଶ୍ରମ କରିବେ। ବ୍ୟବସାୟୀମାନେ ବ୍ୟବସାୟ ବଢ଼ାଇବା ପାଇଁ ଯୋଜନା କରୁଥିଲେ ଶୁଭ ସମାଚାର ପାଇବେ। ଆଜି  କାହାକୁ ଅର୍ଥ ଦିଅନ୍ତୁ ନାହିଁ।

ମକର: ମନକୁ ଆଘାତ ପହଞ୍ଚିପାରେ। ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। କୌଣସି ପ୍ରକାର ଆପତ୍ତିଜନକ ବ୍ୟବହାରରୁ କ୍ଷାନ୍ତ ରୁହନ୍ତୁ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଆଜି ଆପଣଙ୍କୁ ଅସୁବିଧା ହେବ ନାହିଁ।

କୁମ୍ଭ: ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଦିନଟି ମୋଟାମୋଟି ଭଲରେ କଟିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିଛି।

ମୀନ: ଘରେ ସୁଖ,ଶାନ୍ତିର ବାତାବରଣ ରହିବ। ଅଫିସ୍‌ରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରିବେ। ଜୀବନସାଥୀଙ୍କ ସହଯୋଗ ମିଳିବ।

Related story