୨୮ ଏପ୍ରିଲ, ଶନିବାର: ଜାଣନ୍ତୁ କେଉଁମାନଙ୍କ ଚାକିରିରେ ପରିବର୍ତ୍ତନ ଘଟିପାରେ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ। ମାନସମ୍ମାନ ବଢ଼ିବ। ବ୍ୟବସାୟୀରେ ଲାଭବାନ ହେବେ। ଗାଡି କିଣିବାର ଯୋଗ ରହିଛି। ବୃଷ: ଆଜି ଆପଣଙ୍କର ରାଜଯୋଗ ରହିଛି। ସବୁ ମନବାଞ୍ଛା ପୂରଣ ହେବ। ସନ୍ତାନପ୍ରାପ୍ତିର ଯୋଗ ରହିଛି। ଧନପ୍ରାପ୍ତି ହୋଇପାରେ। ମିଥୁନ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି। ଘରେ ମଙ୍ଗଳ କାର୍ଯ୍ୟ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। କର୍କଟ: ଜୀବନସାଥୀଙ୍କ ସହ ସମ୍ପର୍କ ଆହୁରି ଦୃଢ ହେବ। ନୂଆ ସମ୍ପତ୍ତି ଓ ଧନପ୍ରାପ୍ତିର […]

Rasiphala

Rakesh Mallick
  • Published: Saturday, 28 April 2018
  • , Updated: 28 April 2018, 08:00 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ। ମାନସମ୍ମାନ ବଢ଼ିବ। ବ୍ୟବସାୟୀରେ ଲାଭବାନ ହେବେ। ଗାଡି କିଣିବାର ଯୋଗ ରହିଛି।

ବୃଷ: ଆଜି ଆପଣଙ୍କର ରାଜଯୋଗ ରହିଛି। ସବୁ ମନବାଞ୍ଛା ପୂରଣ ହେବ। ସନ୍ତାନପ୍ରାପ୍ତିର ଯୋଗ ରହିଛି। ଧନପ୍ରାପ୍ତି ହୋଇପାରେ।

ମିଥୁନ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି। ଘରେ ମଙ୍ଗଳ କାର୍ଯ୍ୟ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

କର୍କଟ: ଜୀବନସାଥୀଙ୍କ ସହ ସମ୍ପର୍କ ଆହୁରି ଦୃଢ ହେବ। ନୂଆ ସମ୍ପତ୍ତି ଓ ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ। ସନ୍ତାନଙ୍କୁ ନେଇ ଖୁସି ରହିବେ। ପାରିବାରିକ ସମସ୍ୟାର ଅନ୍ତ ଘଟିବ।

କନ୍ୟା: ଦୂରଯାତ୍ରାର ଯୋଗ ରହିଛି। ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି। ଧନହାନୀର ଯୋଗ ରହିଛି। ଦେଖିଚାହିଁ ଚଳନ୍ତୁ।

ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବାର ଯୋଗ ରହିଛି। ଜମି କିଣି ପାରନ୍ତି।

ବିଚ୍ଛା: ଆଇନଗତ ମାମଲାରେ ଜିତିବେ। ଅର୍ଥ ନେଣଦେଣ କରନ୍ତୁ ନାହିଁ।

ଧନୁ: ପ୍ରେମ ସମ୍ପର୍କରେ ସୁଧାର ଆସିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ମାନସମ୍ମାନ ଉପରେ ଧ୍ୟାନ ଦିଅନ୍ତୁ।

ମକର: ଜୀବନରେ ବଡ଼ ପରିବର୍ତ୍ତନ ହୋଇପାରେ। ଆଇନଗତ ମାମଲାରେ ସମସ୍ୟାରେ ପଡ଼ିପାରନ୍ତି। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

କୁମ୍ଭ: ବ୍ୟବସାୟରେ ଲାଭବାନ ହେବେ। ଉପହାର ମିଳିବାର ଯୋଗ ରହିଛି। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି। ମାନସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ।

Related story