ଜାନୁଆରୀ ୨୮, ରବିବାର: ଜାଣନ୍ତୁ କେଉଁ ରାଶି ଲୋକଙ୍କୁ ଆଜି ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ

ମେଷ: ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଭାଇଭଉଣୀଙ୍କ ମଧ୍ୟରେ ପ୍ରେମ ବଢ଼ିବ। ମଧ୍ୟାହ୍ନ ପରେ କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ହୋଇପାରନ୍ତି। ବୃଷ: କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଜି ସଂପନ୍ନ କରିବେ। ଧନ ଲାଭ ହେବ। ଉତ୍ସାହିତ ରହିବେ। ଘର ଲୋକଙ୍କ ସହିତ ଆନନ୍ଦରେ ସମୟ ଅତିବାହିତ କରିବେ। ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ।  ପରିବାରରେ କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। ଅସୁସ୍ଥ ଅନୁଭବ କରିବେ। ତେବେ ମଧ୍ୟାହ୍ନ […]

zodaic

Rakesh Mallick
  • Published: Sunday, 28 January 2018
  • , Updated: 28 January 2018, 07:34 AM IST

ମେଷ: ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଭାଇଭଉଣୀଙ୍କ ମଧ୍ୟରେ ପ୍ରେମ ବଢ଼ିବ। ମଧ୍ୟାହ୍ନ ପରେ କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ହୋଇପାରନ୍ତି।

ବୃଷ: କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଜି ସଂପନ୍ନ କରିବେ। ଧନ ଲାଭ ହେବ। ଉତ୍ସାହିତ ରହିବେ। ଘର ଲୋକଙ୍କ ସହିତ ଆନନ୍ଦରେ ସମୟ ଅତିବାହିତ କରିବେ।

ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ।  ପରିବାରରେ କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। ଅସୁସ୍ଥ ଅନୁଭବ କରିବେ। ତେବେ ମଧ୍ୟାହ୍ନ ପରେ କାମ କରିବା ପାଇଁ ଉତ୍ସାହ ବଢ଼ିବ।

କର୍କଟ: ଆଜି ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ। ବୁଲାବୁଲି କରିବାକୁ ଯାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହି ନପାରେ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ସିଂହ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ଅଛି। ଅସମ୍ପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। କାହାଠାରୁ ଉପହାର ପାଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ନୂଆ ସଂପର୍କ ସ୍ଥାପନ ହେବ ଯାହା ଭବିଷ୍ୟତରେ ଆପଣଙ୍କୁ ଲାଭାନ୍ୱିତ କରିପାରେ।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବିଦେଶରୁ ଶୁଭ ସମାଚାର ଆସିପାରେ।

ତୁଳା: କାର୍ଯ୍ୟ ବ୍ୟସ୍ତ ରହିବେ। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବେ। ଖାଇବାପିଇବା ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ।

ବିଛା: ଦିନଟି ଭଲରେ କଟିବ। ସୁସ୍ୱାଦୁ ଭୋଜନ ଖାଇବେ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

ଧନୁ: ଯୋଜନା ଅନୁଯାୟୀ କାର୍ଯ୍ୟ ସଂପନ୍ନ ହେବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ଧନଲାଭ ଯୋଗ ଅଛି।

ମକର: ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ। ତଥାପି ଆପଣ ନିଷ୍ଠାର ସହିତ କାର୍ଯ୍ୟ କରିବେ। ସମସ୍ତଙ୍କ ସହିତ ଭଲ ସଂପର୍କ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: ବିଦ୍ୟାର୍ଥୀ, କଳାକାର ଓ ଖେଳାଳିଙ୍କ ପାଇଁ ଦିନଟି ଭଲ ଅଛି। ବାପାଙ୍କ ତରଫରୁ କିଛି ଉପହାର ପାଇପାରନ୍ତି। ମନୋବଳ ଦୃଢ଼ ରହିବ।

ମୀନ: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ସାଙ୍ଗମାନଙ୍କ ସହିତ ମିଶି ସୁସ୍ୱାଦୁ ଭୋଜନ କରିବେ। ଏକାଗ୍ରଚିତରେ ସମସ୍ତ କାର୍ଯ୍ୟ କରନ୍ତୁ।

Related story