ଜାନୁଆରୀ ୨୯, ସୋମବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ

ମେଷ: ମନ ଚଞ୍ଚଳ ରହିବ। ସେଥିପାଇଁ ଯେ କୌଣସି ନିଷ୍ପତ୍ତି ନେବାରେ ଆପଣଙ୍କୁ ସମସ୍ୟା ହେବ। ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିବ। ବୃଷ: ସ୍ଥିର ଚିତରେ କାମ କରନ୍ତୁ। ନହେଲେ ଭଲ ସୁଯୋଗ ହାତରୁ ଖସି ଯିବ। କୌଣସି କଥାରେ ଜିଦ୍ କରନ୍ତୁ ନାହିଁ। ମିଥୁନ: ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ଭଲ ରହିଛି। ଉଭୟ ଶାରୀରିକ ଓ ମାନସିକ ଭାବେ ସତେଜ ଅନୁଭବ କରିବେ। ସ୍ୱାଦିଷ୍ଟ ଭୋଜନ ଖାଇବେ। କର୍କଟ: କୌଣସି ପ୍ରସଙ୍ଗକୁ […]

zodiac

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 07:35 AM IST

ମେଷ: ମନ ଚଞ୍ଚଳ ରହିବ। ସେଥିପାଇଁ ଯେ କୌଣସି ନିଷ୍ପତ୍ତି ନେବାରେ ଆପଣଙ୍କୁ ସମସ୍ୟା ହେବ। ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିବ।

ବୃଷ: ସ୍ଥିର ଚିତରେ କାମ କରନ୍ତୁ। ନହେଲେ ଭଲ ସୁଯୋଗ ହାତରୁ ଖସି ଯିବ। କୌଣସି କଥାରେ ଜିଦ୍ କରନ୍ତୁ ନାହିଁ।

ମିଥୁନ: ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ଭଲ ରହିଛି। ଉଭୟ ଶାରୀରିକ ଓ ମାନସିକ ଭାବେ ସତେଜ ଅନୁଭବ କରିବେ। ସ୍ୱାଦିଷ୍ଟ ଭୋଜନ ଖାଇବେ।

କର୍କଟ: କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। ପରିବାରରେ କୌଣସି ସଦସ୍ୟଙ୍କ ସହ ମତଭେଦ ହେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ଯଥାସମ୍ଭବ ଏଡ଼ାଇ ଦିଅନ୍ତୁ।

ସିଂହ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଖୁବ୍ ଭଲ ଅଛି। ଆୟ ବଢ଼ିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।

କନ୍ୟା: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ କରିପାରନ୍ତି। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ଦିନଟି ଭଲ ଅଛି। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ତୁଳା: ବୌଦ୍ଧିକ କାର୍ଯ୍ୟ ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ତୀର୍ଥ ଯାତ୍ରାରେ ଯିବା ପାଇଁ ଯୋଜନା କରିବେ। ବିଦେଶରୁ ଶୁଭ ଖବର ପାଇପାରନ୍ତି। ଚାକିରି ଖୋଜୁଥିବା ଲୋକେ ଭଲ ଖବର ପାଇପାରନ୍ତି।

ବିଛା: ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କଫ, ଶ୍ୱାସ ଅବା ପେଟ ରୋଗରେ ପୀଡ଼ିତ ହୋଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଆନନ୍ଦରେ ଦିନଟି ବିତିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାଇପାରନ୍ତି। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ସମାଜରେ ମାନପ୍ରତିଷ୍ଠା ବଢ଼ିବ। ପରିବାର ସହ ଦିନ କାଟିବେ। ଧନଲାଭ ଯୋଗ ରହିଛି।

କୁମ୍ଭ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ। ଯାତ୍ରା ବେଳେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନିର୍ଦ୍ଧାରିତ କାର୍ଯ୍ୟ ସଂପୂର୍ଣ୍ଣ ହେବ ନାହିଁ। ତେଣୁ ହତାଶ ଅନୁଭବ କରିବେ।

ମୀନ: ଫୂର୍ତ୍ତି ଅନୁଭବ କରିବେ। ଘରେ କାହାରି ଦେହ ଖରାପ ହେବା ଯୋଗୁଁ ସାମାନ୍ୟ ଚିନ୍ତିତ ରହିବେ। ବ୍ୟସ୍ତତାରେ ଦିନଟି ବିତିବ।

Related story