ଫେବ୍ରୁଆରୀ ୨, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କୁ ଦିନଟି ଶୁଭ ଫଳ ପ୍ରଦାନ କରିବ

ମେଷ: ଦିନ ସାରା ସତେଜ ଅନୁଭବ କରିବେ ନାହିଁ। ଥକା ଲାଗିବ। ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ। ତେଣୁ ହତାଶ ଅନୁଭବ କରିବେ। ବୃଷ: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ତେଣୁ ସବୁ କାର୍ଯ୍ୟ ଉତ୍ସାହର ସହ କରିବେ। ବାପାଙ୍କ ଆଡ଼ୁ କିଛି ଲାଭ ପାଇପାରନ୍ତି। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିଛି। ମିଥୁନ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିଛି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ଅଫିସ୍‌ରେ […]

zodaic

Rakesh Mallick
  • Published: Friday, 02 February 2018
  • , Updated: 02 February 2018, 07:36 AM IST

ମେଷ: ଦିନ ସାରା ସତେଜ ଅନୁଭବ କରିବେ ନାହିଁ। ଥକା ଲାଗିବ। ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ। ତେଣୁ ହତାଶ ଅନୁଭବ କରିବେ।

ବୃଷ: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ତେଣୁ ସବୁ କାର୍ଯ୍ୟ ଉତ୍ସାହର ସହ କରିବେ। ବାପାଙ୍କ ଆଡ଼ୁ କିଛି ଲାଭ ପାଇପାରନ୍ତି। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିଛି।

ମିଥୁନ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିଛି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ଅଫିସ୍‌ରେ ଉଭୟ ସହକର୍ମୀ ଓ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ପାଇବେ।

କର୍କଟ: ଅସୁସ୍ଥ ଅନୁଭବ କରିବେ। ମନକୁ ନକାରାତ୍ମକ ଚିନ୍ତା କବଳିତ କରିବ। କାହା ସହିତ ମତଭେଦ ହୋଇପାରେ। ପରିବାରରେ ଅଶାନ୍ତି ଦେଖାଯାଇପାରେ।

ସିଂହ: ହଠାତ୍ କୌଣସି ନିଷ୍ପତ୍ତି କରିବେ ଓ କାର୍ଯ୍ୟ ସଂପାଦନ କରିବେ। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ମନ ପ୍ରଫୁଲ ରହିବ।

କନ୍ୟା: କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ। ଅତ୍ୟଧିକ ଗର୍ବ ଯୋଗୁଁ ଅପମାନିତ ହୋଇପାରନ୍ତି। ଅଚାନକ୍‌ ମାତ୍ରାଧିକ ଅର୍ଥ ଖର୍ଚ୍ଚ ହୋଇପାରେ।

ତୁଳା: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ଅଛି। ଆୟ ବଢ଼ିବ। ବନ୍ଧୁଙ୍କ ପାଇଁ ଅର୍ଥ ବ୍ୟୟ କରିବେ। ତେବେ ବନ୍ଧୁଙ୍କଠାରୁ ଆପଣ ଅନେକ ଲାଭ ମଧ୍ୟ ପାଇବେ।

ବିଛା: ଶୁଭ ଫଳ ପ୍ରାପ୍ତି ହେବ। ବ୍ୟବସାୟୀଙ୍କ ପାଇଁ ସ୍ଥିତି ଅନୁକୂଳ ରହିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। ଚାକିରିରେ ପଦୋନ୍ନତିର ସଂକେତ ମିଳୁଛି।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ଅଳସୁଆ ଅନୁଭବ କରିବେ। ମଧ୍ୟାହ୍ନ ପରେ କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ କିଛି ବାଧା ଉପୁଜିପାରେ।

ମକର: ଅଚାନକ ଅର୍ଥ ବ୍ୟୟ ହେବ। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଖାଇବା-ପିଇବା ପ୍ରତି ଯତ୍ନବାନ ହୁଅନ୍ତୁ। କାହା ଉପରେ ରାଗନ୍ତୁ ନାହିଁ।

କୁମ୍ଭ: ପ୍ରତ୍ୟେକ କାର୍ଯ୍ୟ ଉତ୍ସାହର ସହିତ କରିବେ। ମନୋବଳ ଦୃଢ଼ ରହିବ। ସ୍ୱାଦିଷ୍ଟ ଭୋଜନ ଖାଇବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ମୀନ: ଶୁଭ ଫଳ ପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ଭଲ ରହିବ। ମନ ପ୍ରସନ୍ନ ରହିବ। ଶତ୍ରୁମାନେ ସମ୍ମୁଖକୁ ଆସିବେ ନାହିଁ।

Related story