୨ ମାର୍ଚ୍ଚ, ଶୁକ୍ରବାର: ଜାଣନ୍ତୁ ହୋଲିରେ ଆପଣଙ୍କ ଦିନଟି କେମିତି କଟିବ

ମେଷ: ଅସୁସ୍ଥ ଅନୁଭବ କରିବେ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ପରିବାର ପ୍ରତି ଧ୍ୟାନ ଦେଇପାରିବେ ନାହିଁ। ବୃଷ: ପ୍ରତ୍ୟେକ କାର୍ଯ୍ୟ ଉତ୍ସାହର ସହ କରିବେ। କାର୍ଯ୍ୟରେ ସଫଳତା ମିଳିବ। ବିଦ୍ୟାର୍ଥୀମାନେ ପାଠରେ ମନ ଦେବେ। ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଆର୍ଥିକ ସମସ୍ୟା ଦୂର ହେବ। ବନ୍ଧୁବାନ୍ଧବ ତଥା ପରିବାର ସଦସ୍ୟଙ୍କ ସହ ମନୋମାଳିନ୍ୟ ଦୂର ହେବ। କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। […]

rashi

Rakesh Mallick
  • Published: Friday, 02 March 2018
  • , Updated: 02 March 2018, 08:25 AM IST

ମେଷ: ଅସୁସ୍ଥ ଅନୁଭବ କରିବେ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ପରିବାର ପ୍ରତି ଧ୍ୟାନ ଦେଇପାରିବେ ନାହିଁ।

ବୃଷ: ପ୍ରତ୍ୟେକ କାର୍ଯ୍ୟ ଉତ୍ସାହର ସହ କରିବେ। କାର୍ଯ୍ୟରେ ସଫଳତା ମିଳିବ। ବିଦ୍ୟାର୍ଥୀମାନେ ପାଠରେ ମନ ଦେବେ। ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ।

ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଆର୍ଥିକ ସମସ୍ୟା ଦୂର ହେବ। ବନ୍ଧୁବାନ୍ଧବ ତଥା ପରିବାର ସଦସ୍ୟଙ୍କ ସହ ମନୋମାଳିନ୍ୟ ଦୂର ହେବ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅନୈତିକ ପ୍ରବୃତ୍ତିରୁ ଦୂରେଇ ରୁହନ୍ତୁ।

ସିଂହ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ତରତର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କଥା ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ବାଦବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ।

ତୁଳା: ଶୁଭ ଖବର ପାଇବେ। ବିଭିନ୍ନ କ୍ଷେତ୍ରରେ ଲାଭବାନ ହେବେ। ଆୟ ବୃଦ୍ଧି ହେବ। ଧନପ୍ରାପ୍ତିର ଯୋଗ ରହିଛି।

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ। ମାନସମ୍ମାନ ମିଳିପାରେ। ବନ୍ଧୁମାନଙ୍କଠାରୁ ଲାଭ ପାଇବେ। ପରିବାର ଲୋକଙ୍କସହ ଆନନ୍ଦରେ ଦିନଟି କଟିବ।

ଧନୁ: ଆଜି କୌଣସି କାମ ଆପଣଙ୍କୁ ଅସୁବିଧାରେ ପକାଇପାରେ। କୌଣସି କାର୍ଯ୍ୟ କରିବାରେ ଉତ୍ସାହର ଅଭାବ ଦେଖା ଦେଇପାରେ। କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ।

ମକର: କର୍ମ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। କୌଣସି କାର୍ଯ୍ୟରେ ଦେଶ ବାହାରକୁ ଯିବାର ସୁଯୋଗ ମିଳିପାରେ। ହଠାତ୍‌ ଖର୍ଚ୍ଚ ବଢ଼ିବ।

କୁମ୍ଭ: ଆଜିର ଦିନଟି ଖୁସିରେ କଟିବ। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଭଲ ଖାଦ୍ୟ ଓ ମନପସନ୍ଦର ବସ୍ତ୍ର ମିଳିବାର ସମ୍ଭାବନା ଅଛି।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ଆତ୍ମବିଶ୍ୱାସ ବଢ଼ିବ।  ଘରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ସବୁ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ।

 

 

 

 

 

Related story