ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ସ୍ଥାନରେ ହିଂସା

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ଅସହିଷ୍ଶୁତାର ଉଗ୍ରରୂପ ଦେଖିବାକୁ ମିଳିଛି। ଆଜି ବୌଦ୍ଧ ଜିଲ୍ଲା କସୁରବନ୍ଧ ପଞ୍ଚାୟତରେ ଗୁଳି ଫୁଟିଛି। ୧୧ ଓ ୧୨ ନମ୍ୱର ବୁଥ୍‌ରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କୁ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିବା ସହିତ ଫାଙ୍କା ଗୁଳି ଚଳାଇଥିଲେ। ଏପରିକି ପ୍ରାର୍ଥୀଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପାଇଁ […]

boudha ra blank fireing

Rakesh Mallick
  • Published: Wednesday, 15 February 2017
  • , Updated: 15 February 2017, 09:28 PM IST

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ଅସହିଷ୍ଶୁତାର ଉଗ୍ରରୂପ ଦେଖିବାକୁ ମିଳିଛି। ଆଜି ବୌଦ୍ଧ ଜିଲ୍ଲା କସୁରବନ୍ଧ ପଞ୍ଚାୟତରେ ଗୁଳି ଫୁଟିଛି। ୧୧ ଓ ୧୨ ନମ୍ୱର ବୁଥ୍‌ରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କୁ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିବା ସହିତ ଫାଙ୍କା ଗୁଳି ଚଳାଇଥିଲେ। ଏପରିକି ପ୍ରାର୍ଥୀଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପାଇଁ ଭୋଟ ଗ୍ରହଣ ବନ୍ଦ ହୋଇଥିଲା। ପୋଲିସ ଘଟଣା ସ୍ଥଳରୁ ଗୋଟିଏ ଖୋକା ଜବତ କରିଛି। ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ଏକ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମତୟନ କରାଯାଇଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି।

ଆଠଗଡ଼ର କୁମାରପୁର-ଶଶାଙ୍କ ରାସ୍ତାରେ ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଚାର ବେଳେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ଦୁଇଟି ବାଇକ୍‌ ପୋଡ଼ି ଦିଆଯାଇଥିବା ବେଳେ ଅନ୍ୟ ୨ଟି ବାଇକ୍‌ ଓ ଗୋଟିଏ ସାଇକେଲ ଭାଙ୍ଗା ଯାଇଥିବା ଗୁରୁଡିଝାଟିଆ ଥାନାରେ ଅଭିଯୋଗ ହୋଇଛି। ଏହାସହ କୁମାରପୁରରୁ ବାଇକ୍‌ ନେଇ ଯାଇଥିବା ଜଣେ ଯୁବକ ନିଖୋଜ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

କାମାକ୍ଷାନଗରର କିର୍ତ୍ତନପୁର ଗାଁରୁ ୪ଟି ଭୋଟ ବାକ୍ସ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଭୋଟ ବାକ୍ସକୁ ଟ୍ୟୁବୱେଲ ତଳେ ରଖି ପାଣି ପୁରାଇ ଦେଇଛନ୍ତି।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସିମିଳି ସାହିରେ ଗତରାତିରେ ସମିତି ସଭ୍ୟା ପ୍ରାର୍ଥୀ ଗୋଲାପି ପ୍ରଧାନଙ୍କ ଘରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏହି ଅଗ୍ନିକାଣ୍ଡରେ ଗୋଲାପିଙ୍କ ସମେତ ୩ଟି ପରିବାର ୧୦ ବଖରା ଘର ରାଜନୈତିକ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି।

Related story