୩୧ ଡିସେମ୍ବର, ରବିବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ଖର୍ଚ୍ଚ ବଢ଼ିପାରେ

ମେଷ: ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଉଭୟ ଘର ଓ କର୍ମକ୍ଷେତ୍ରରେ ଲୋକଙ୍କ ସହିତ ଭଲ ବ୍ୟବହାର କରନ୍ତୁ। କୌଣସି ମହିଳାଙ୍କଠାରୁ ଲାଭାନ୍ୱିତ ହେବେ। କୌଣସି ପୁରୁଣା ରୋଗ ପୁଣି କଷ୍ଟ ଦେଇ ପାରେ। ବୃଷ: ଆୟ ବଢ଼ାଇବା ପାଇଁ ଯୋଜନା କରିପାରନ୍ତି। ଲେଖାପଢ଼ା ପ୍ରତି ରୁଚି ବଢ଼ିବ। ମହିଳାମାନେ ପୋଷାକପତ୍ର ଓ ଗହଣା ଆଦି କିଣି ପାରନ୍ତି। ମନୋରଞ୍ଜନରେ ଦିନଟିକୁ ବିତାଇବାକୁ ଚାହିଁବେ। ମିଥୁନ: ସବୁ କଥାରେ ଧୈର୍ଯ୍ୟ ରଖିଲେ ଆପଣଙ୍କ ପାଇଁ ଭଲ […]

zodaic

Rakesh Mallick
  • Published: Sunday, 31 December 2017
  • , Updated: 31 December 2017, 08:06 AM IST

ମେଷ: ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଉଭୟ ଘର ଓ କର୍ମକ୍ଷେତ୍ରରେ ଲୋକଙ୍କ ସହିତ ଭଲ ବ୍ୟବହାର କରନ୍ତୁ। କୌଣସି ମହିଳାଙ୍କଠାରୁ ଲାଭାନ୍ୱିତ ହେବେ। କୌଣସି ପୁରୁଣା ରୋଗ ପୁଣି କଷ୍ଟ ଦେଇ ପାରେ।

ବୃଷ: ଆୟ ବଢ଼ାଇବା ପାଇଁ ଯୋଜନା କରିପାରନ୍ତି। ଲେଖାପଢ଼ା ପ୍ରତି ରୁଚି ବଢ଼ିବ। ମହିଳାମାନେ ପୋଷାକପତ୍ର ଓ ଗହଣା ଆଦି କିଣି ପାରନ୍ତି। ମନୋରଞ୍ଜନରେ ଦିନଟିକୁ ବିତାଇବାକୁ ଚାହିଁବେ।

ମିଥୁନ: ସବୁ କଥାରେ ଧୈର୍ଯ୍ୟ ରଖିଲେ ଆପଣଙ୍କ ପାଇଁ ଭଲ ହେବ। ପରିବାରର କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। ଖର୍ଚ୍ଚ ବଢ଼ିବ।

କର୍କଟ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ବେଶ୍ ଭଲ ରହିଛି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ବିଶେଷ ଭାବେ ଭଲ ଅଛି। ବ୍ୟବସାୟକୁ ବଢ଼ାଇବା ଦିଗରେ ନୂଆ ପଦକ୍ଷେପ ନେବାରେ କିଛି ସମସ୍ୟା ନାହିଁ।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। ଅଟକି ଥିବା କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ ହେବ। ଦୂର ସ୍ଥାନକୁ ଯିବା ପାଇଁ ଦିନଟି ଅନୁକୂଳ ରହିଛି। ବାଦ-ବିବାଦରୁ ଦୂରେଇ ରହିଲେ ଭଲ।

କନ୍ୟା: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ବିଦେଶ ଯାତ୍ରା ପାଇଁ ଚାଲିଥିବା ଯୋଜନା ଫଳପ୍ରଦ ହେବ। ଧନଲାଭ ହୋଇପାରେ।

ତୁଳା: ଆକସ୍ମିକ ଭାବେ ଧନଲାଭ ହେବ। ନୂଆ କାର୍ଯ୍ୟର ଆରମ୍ଭ କରିପାରିବେ। ଘର ଅବା ଗାଡ଼ିରେ ଅର୍ଥ ନିବେଶ କରିପାରିବେ। ଜୀବନରେ କିଛି ପରିବର୍ତ୍ତନର ସମ୍ଭାବନା ରହିଛି।

ବିଛା: ଚାକିରିରେ ଆପଣ ଯେଉଁ ସଫଳତା ପାଇବା ପାଇଁ ଚାହୁଁଛନ୍ତି ତାହା ହାସଲ କରିବାକୁ ଆହୁରି ଉଦ୍ୟମ କରିବାକୁ ହେବ। ମନ ପ୍ରସନ୍ନ ରହିବ। ପରିବାର ଲୋକଙ୍କ ସହ ସମୟ ବିତାଇବେ।

ଧନୁ: କଥା ଉପରେ ସଂଯମ ରଖନ୍ତୁ। ଦାମ୍ପତ୍ୟ ଜୀବନ ଖୁସିରେ ବିତିବ। ଆଜି କାହାରିଠାରୁ ଋଣ କରନ୍ତୁ ନାହିଁ।

ମକର: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବିଶେଷ ଯୋଗଦାନ ରହିବ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକେ ପ୍ରଶଂସିତ ହେବେ। ବନ୍ଦ ପଡ଼ିଥିବା କାର୍ଯ୍ୟକୁ ଆପଣ ହଠାତ୍ ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇପାରନ୍ତି।

କୁମ୍ଭ: ବ୍ୟବସାୟରେ କିଛି ନୂଆ କରିପାରନ୍ତି। ଚାକିରି ବଦଳାଇବାକୁ ପ୍ରୟାସ କରିବେ। ଦିନଟି ଭଲ ଫଳ ପ୍ରଦାନ କରିବ।

ମୀନ: ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଦିନଟି ଭଲ ଅଛି। ପରିବାରକୁ ଅଧିକରୁ ଅଧିକ ସମୟ ଦେବାକୁ ଚେଷ୍ଟା କଲେ ଭଲ। ପ୍ରତିବନ୍ଧକ ଦୂର ହେବ ଓ ଅଟକି ଥିବା କାର୍ଯ୍ୟ ସଂପନ୍ନ ହୋଇପାରେ।

Related story