୩୧ ମେ, ଗୁରୁବାର: ଜାଣନ୍ତୁ ଆଜି କେଉଁମାନେ ଦୂର ସ୍ଥାନକୁ ଯାତ୍ରା ନକଲେ ଭଲ

ମେଷ: ଅଳସୁଆ ଅନୁଭବ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ କାର୍ଯ୍ୟ ବିଗିଡ଼ି ଯାଇପାରେ। କାହା ମନକୁ ଆଘାତ ପହଞ୍ଚାନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ। ବୃଷ: ଅସୁସ୍ଥ ଅନୁଭବ କରିବେ। ଆଜି କୌଣସି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ। ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ। ଅତି ଜରୁରୀ ନଥିଲେ ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ମିଥୁନ: ମନୋରଞ୍ଜନରେ ଅଧିକ ସମୟ ବିତିପାରେ। ବହୁ ଦିନ ପରେ କୌଣସି […]

ok

Rakesh Mallick
  • Published: Thursday, 31 May 2018
  • , Updated: 31 May 2018, 07:26 AM IST

ମେଷ: ଅଳସୁଆ ଅନୁଭବ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ କାର୍ଯ୍ୟ ବିଗିଡ଼ି ଯାଇପାରେ। କାହା ମନକୁ ଆଘାତ ପହଞ୍ଚାନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ।

ବୃଷ: ଅସୁସ୍ଥ ଅନୁଭବ କରିବେ। ଆଜି କୌଣସି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ। ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ। ଅତି ଜରୁରୀ ନଥିଲେ ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ମିଥୁନ: ମନୋରଞ୍ଜନରେ ଅଧିକ ସମୟ ବିତିପାରେ। ବହୁ ଦିନ ପରେ କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

କର୍କଟ: ଦିନଟି ଶୁଭଫଳ ପ୍ରଦାନ କରିବ। ପରିବାର ଲୋକଙ୍କ ସହିତ ଦିନ କାଟିବେ। ଅଧିକ ଖର୍ଚ୍ଚ ହୋଇପାରେ। ତଥାପି ଆଜି ଧନଲାଭ ଯୋଗ ରହିଛି। ଅଫିସ୍‌ରେ ସହକର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ସୃଜନାତ୍ମକ କାମ ପାଇଁ ମନ ବଳାଇବେ। ଦୂରରେ ଥିବା ବନ୍ଧୁଙ୍କଠାରୁ ଶୁଭ ଖବର ପାଇବେ। କୌଣସି ଗରିବ ବ୍ୟକ୍ତି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

କନ୍ୟା: ଦିନଟି ବ୍ୟସ୍ତତା ମଧ୍ୟରେ କଟିବ। ବିଭିନ୍ନ କଥାକୁ ନେଇ ଚିନ୍ତିତ ରହିବେ। ତେଣୁ ଅସୁସ୍ଥ ଅନୁଭବ କରିପାରନ୍ତି। ପରିବାରରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ।

ତୁଳା: ଭାଗ୍ୟବୃଦ୍ଧି ସୂଚନା ମିଳୁଛି। ଘରେ କୌଣସି ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରନ୍ତି। ଆଜି ଆପଣ ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବିଦେଶରୁ କିଛି ଶୁଭ ସମାଚାର ପାଇପାରନ୍ତି।

ବିଛା: ଦିନଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ରାସ୍ତାରେ ଗଲା ବେଳେ ସାବଧାନ ରୁହନ୍ତୁ। ନକାରାତ୍ମକ ଚିନ୍ତା ମନକୁ କବଳିତ କରିପାରେ।

ଧନୁ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଧନଲାଭ ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ମାନ ବୃଦ୍ଧି ହେବ। ଶୁଭ ସମାଚାର ମିଳିବ।

ମକର:  ମନ ଭଲ ରହିବ ନାହିଁ। ଧାର୍ମିକ, ସାମାଜିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରିବେ। କୌଣସି ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖିଲେ ଭଲ ହେବ।

କୁମ୍ଭ:  ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ପାଇଁ ଆଜି ସମ୍ମାନିତ ହୋଇପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ଅଛି। ସାମାଜିକ କାର୍ଯ୍ୟରେ ପ୍ରଶଂସା ପ୍ରାପ୍ତି ହେବ।

ମୀନ: ଦିନଟି ଶୁଭଫଳ ପ୍ରଦାନ କରିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କୁ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ବାପାଙ୍କ ପକ୍ଷରୁ ଧନଲାଭ ହୋଇପାରେ। ପରିବାର ଲୋକଙ୍କ ସହ ଆନନ୍ଦରେ ଦିନଟି ବିତିବ।

Related story