୩୦ ନଭେମ୍ବର, ଗୁରୁବାର: ଜାଣନ୍ତୁ କେଉଁ ରାଶିର ଲୋକମାନେ ଆଜି ସତର୍କ ରହିବା ଭଲ

ମେଷ: ଏକାଗ୍ରତା ରହିବ ନାହିଁ। ଦୁଃଖୀ ରହିବେ। କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରନ୍ତୁ ନାହିଁ। ରାସ୍ତାରେ ଯିବାଆସିବା ବେଳେ ସତର୍କ ରୁହନ୍ତୁ। ବୃଷ: ଘରର ବାକି ଥିବା କାର୍ଯ୍ୟ ଗୁଡ଼ିକୁ ଆଜି ଶେଷ କରିବାକୁ ଚେଷ୍ଟା କରିବେ। ମନରେ ଦ୍ୱନ୍ଦ୍ୱ ଉପୁଜିବ। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଅସୁବିଧାରେ ପଡ଼ିବେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ମିଥୁନ: ପ୍ରେମର ସୁଖଦ ଅନୁଭୂତି ହାସଲ କରିବେ। ଆର୍ଥିକ ଉନ୍ନତି ଘଟିବ। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। […]

zodaic

Rakesh Mallick
  • Published: Thursday, 30 November 2017
  • , Updated: 30 November 2017, 07:36 AM IST

ମେଷ: ଏକାଗ୍ରତା ରହିବ ନାହିଁ। ଦୁଃଖୀ ରହିବେ। କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରନ୍ତୁ ନାହିଁ। ରାସ୍ତାରେ ଯିବାଆସିବା ବେଳେ ସତର୍କ ରୁହନ୍ତୁ।

ବୃଷ: ଘରର ବାକି ଥିବା କାର୍ଯ୍ୟ ଗୁଡ଼ିକୁ ଆଜି ଶେଷ କରିବାକୁ ଚେଷ୍ଟା କରିବେ। ମନରେ ଦ୍ୱନ୍ଦ୍ୱ ଉପୁଜିବ। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଅସୁବିଧାରେ ପଡ଼ିବେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ।

ମିଥୁନ: ପ୍ରେମର ସୁଖଦ ଅନୁଭୂତି ହାସଲ କରିବେ। ଆର୍ଥିକ ଉନ୍ନତି ଘଟିବ। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ଜୀବନ ଭଲ ରହିବ।

କର୍କଟ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବ୍ୟବସାୟରେ କୌଣସି ବଡ଼ ଲୋକଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ। ଆଜି ବ୍ୟବସାୟରେ ଭଲ ଲାଭ ମଧ୍ୟ ହେବ।

ସିଂହ: ଦିନ ସାରା ଆପଣଙ୍କ ମୁଡ୍ ଭଲ ରହିବ। ପରିବାର ଲୋକଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଜୀବନସାଥୀଙ୍କ ସହିତ ସଂପର୍କରେ ସୁଧାର ଆସିବ। ସୁସ୍ୱାଦୁ ଭୋଜନ ଖାଇବେ।

କନ୍ୟା: ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ଭଲ ରହିଛି। ବ୍ୟବସାୟରେ ଭଲ ଅଗ୍ରଗତି ହେବ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବ। ଧନପ୍ରାପ୍ତି ଯୋଗ ରହିଛି।

ତୁଳା: ଦିନଟି ଭଲରେ କଟିବ ନାହିଁ। ତେଣୁ ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ ନକଲେ ଭଲ। ଏଡ଼ାଇ ଦିଆଯାଇପାରୁଥିଲେ ଆଜି କୌଣସି ପ୍ରକାର ଅସ୍ତ୍ରୋପଚାର କରାନ୍ତୁ ନାହିଁ। କାହା ଉପରେ ରାଗନ୍ତୁ ନାହିଁ।

ବିଛା: ସାହିତ୍ୟ ପ୍ରତି ରୁଚି ବଢ଼ିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ସେୟାର ବଜାରରେ ପଇସା ଖଟାଇଲେ ଭଲ ଲାଭ ମିଳିବ। ଆତ୍ମବିଶ୍ୱାସ ଦୃଢ଼ ରହିବ। ସ୍ୱାସ୍ଥ୍ୟ ବି ଭଲ ରହିଛି।

ଧନୁ: ଦିନଟି ଚିନ୍ତାରେ କଟିବ। କାହା ସହିତ ଝଗଡ଼ା ହୋଇପାରେ। ହଠାତ୍ ଅଧିକ ମାତ୍ରାରେ ଅର୍ଥ ଖର୍ଚ୍ଚ ହେବ। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେଇପାରେ। ସ୍ୱାସ୍ଥ୍ୟ ବିଗିଡ଼ି ଯାଇପାରେ।

ମକର: ଦିନଟି ଶୁଭ ଫଳ ପ୍ରଦାନ କରିବ। ଆଜି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ବ୍ୟବସାୟୀ ତଥା ଚାକିରିଆମାନେ ବେଶ୍ ଲାଭ ପାଇବେ। ଚାକିରିଆଙ୍କ ପଦୋନ୍ନତି ହୋଇପାରେ। ଉଚ୍ଚ ଅଧିକାରୀଙ୍କ ଦ୍ୱାରା ଲାଭାନ୍ୱିତ ହେବେ।

କୁମ୍ଭ: ଦିନଟି ଆନନ୍ଦ ଉଲ୍ଲାସରେ ବିତିବ। ବ୍ୟବସାୟରେ ଲାଭ ହେବ। ଆୟର ନୂଆ ବାଟ ମିଳିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ।

ମୀନ: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ପରିବାରରେ ଆନନ୍ଦର ବାତାବରଣ ରହିବ। ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

Related story