ଫେବ୍ରୁଆରୀ ୩, ଶନିବାର: ଜାଣନ୍ତୁ କେଉଁମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିବେ

ମେଷ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ବନ୍ଧୁଙ୍କ ସହ ସମ୍ପର୍କ ବଢ଼ିବ। ଧନପ୍ରାପ୍ତିର ଯୋଗ ରହିଛି। ପରିବାରିକ ଜୀବନରେ ସୁଧାର ଆସିବ। ବୃଷ: ଆଜି ଆପଣଙ୍କ ପାଇଁ ମଙ୍ଗଳମୟ ନୁହେଁ। ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଥୁନ: ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ। ଦୂରସ୍ଥାନ ନ ହେଲେ ବି ଯାତ୍ରାର ଯୋଗ ରହିଛି। ପେଟ ସମ୍ବନ୍ଧୀୟ ସମସ୍ୟାରେ ପଡ଼ି ପାରନ୍ତି। କର୍କଟ: ଆଜିର […]

zodaic

Rakesh Mallick
  • Published: Saturday, 03 February 2018
  • , Updated: 03 February 2018, 06:20 AM IST

ମେଷ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ବନ୍ଧୁଙ୍କ ସହ ସମ୍ପର୍କ ବଢ଼ିବ। ଧନପ୍ରାପ୍ତିର ଯୋଗ ରହିଛି। ପରିବାରିକ ଜୀବନରେ ସୁଧାର ଆସିବ।

ବୃଷ: ଆଜି ଆପଣଙ୍କ ପାଇଁ ମଙ୍ଗଳମୟ ନୁହେଁ। ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ। ଦୂରସ୍ଥାନ ନ ହେଲେ ବି ଯାତ୍ରାର ଯୋଗ ରହିଛି। ପେଟ ସମ୍ବନ୍ଧୀୟ ସମସ୍ୟାରେ ପଡ଼ି ପାରନ୍ତି।

କର୍କଟ: ଆଜିର ଦିନଟି ଆପଣଙ୍କର ଧାଁଦୌଡ଼ରେ କଟିବ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଗୁରୁତ୍ୱପୂର୍ଣ୍ଣ କାମ ହୋଇଯିବ।

ସିଂହ: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନସମ୍ମାନ ବୃଦ୍ଧି ପାଇବ। ପ୍ରିୟଜନଙ୍କଠାରୁ ଉପହାର ମିଳିପାରେ। ଘରେ ସୁଖଶାନ୍ତି ରହିବ।

କନ୍ୟା: ଆଜି ଆପଣଙ୍କ ପାଇଁ ଭଲ ନୁହେଁ। ଜୀବନସାଥୀଙ୍କ ସହ ବିବାଦ ଦେଖାଦେଇପାରେ। କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଘରୁ ବାହାରକୁ ଯିବା ବେଳେ ଘିଅ ଖାଇ ବାହାରନ୍ତୁ।

ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ। ସରଳତାରେ ଧନପ୍ରାପ୍ତିର ଯୋଗ ରହିଛି। ଧର୍ଯ୍ୟର ସହ କାମ କରନ୍ତୁ ସବୁ ଭଲରେ ଭଲରେ ହୋଇଟିବ।

ବିଚ୍ଛା: ମାନସିକ ଅଶାନ୍ତିରୁ ମୁକ୍ତି ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ପାରିବାରିକ ଦାୟିତ୍ୱ ବଢ଼ିବ।

ଧନୁ: ବିବାହ ଓ ପ୍ରେମ ମାମଲାରେ ସଫଳତା ମିଳିବ। ପ୍ରିୟଜନଙ୍କ ପାଖରୁ ଉପହାର ପାଇପାରନ୍ତି। ଅନ୍ୟମାନଙ୍କ ସହ ବିବାଦରେ ପଡ଼ନ୍ତୁ ନାହିଁ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ସ୍ୱାସ୍ଥଗତ ସମସ୍ୟା ଦେଖା ଦେଇପାରେ। ଧାରକରଜକୁ ନେଇ ସମସ୍ୟାରେ ପଡ଼ିପାରନ୍ତି। କୌଣସି କାମ ଅଟକିବାକୁ ଦିଅନ୍ତୁ ନାହିଁ।

କୁମ୍ଭ: ଆଜି ଆପଣଙ୍କର ଭଲରେ କଟିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଲାଗି ରହିଥିବା ସମସ୍ୟା ଦୂର ହେବାର ଯୋଗ ରହିଛି। ଆର୍ଥିକ ସ୍ଥିତି ଦୃଢ଼ ହେବ।

ମୀନ: ଆଜିର ଦିନରେ ଆପଣଙ୍କୁ ମିଶ୍ରଫଳ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଟକି ରହିଥିବା କାମ ଶେଷ ହେବାର ଯୋଗ ରହିଛି।

Related story