ମେ’ ୩, ଗୁରୁବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ଦ୍ୱନ୍ଦ୍ୱରେ ରହିବେ

ମେଷ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। ଅଯଥାରେ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଶରୀର ସୁସ୍ଥ ରହିବ। ମନ ମଧ୍ୟ ଶାନ୍ତ ରହିବ। ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ମିଥୁନ: ଦିନଟି ଭଲରେ କଟିବ। ଘରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ଖର୍ଚ୍ଚ ବଢ଼ିବ, କିନ୍ତୁ ଆୟ ମଧ୍ୟ ବଢ଼ିବ। ସମସ୍ତ କାର୍ଯ୍ୟ ସଫଳତାର […]

Rasiphala

Rakesh Mallick
  • Published: Thursday, 03 May 2018
  • , Updated: 03 May 2018, 07:20 AM IST

ମେଷ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। ଅଯଥାରେ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି।

ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଶରୀର ସୁସ୍ଥ ରହିବ। ମନ ମଧ୍ୟ ଶାନ୍ତ ରହିବ। ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ।

ମିଥୁନ: ଦିନଟି ଭଲରେ କଟିବ। ଘରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ଖର୍ଚ୍ଚ ବଢ଼ିବ, କିନ୍ତୁ ଆୟ ମଧ୍ୟ ବଢ଼ିବ। ସମସ୍ତ କାର୍ଯ୍ୟ ସଫଳତାର ନିର୍ବାହ କରିବେ।

କର୍କଟ: ଆଜି ଟିକେ ସାବଧାନ ରହିଲେ ଭଲ। କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ନାହିଁ।

ସିଂହ: ଦିନଟି ଏତେ ଭଲ ରହିବ ନାହିଁ। କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କାହା ସହିତ ଝଗଡ଼ା ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ଭଲ ଭାବେ ଚିନ୍ତା କରି ଯେକୌଣସି କାର୍ଯ୍ୟରେ ସାମିଲ ହୁଅନ୍ତୁ। ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଭାଇ କିମ୍ବା ଭଉଣୀଙ୍କଠାରୁ ଲାଭବାନ ହୋଇପାରନ୍ତି।

ତୁଳା: ଦ୍ୱନ୍ଦ୍ୱରେ ରହିବେ। ତେଣୁ କୌଣସି ପ୍ରକାର ନିଷ୍ପତ୍ତି ନେଇ ପାରିବେ ନାହିଁ। କାହା ସହିତ ମତାନ୍ତର ହୋଇପାରେ।

ବିଛା: ଅର୍ଥଲାଭର ସଂକେତ ମିଳୁଛି। ବ୍ୟବସାୟକୁ ବଢ଼ାଇବା ପାଇଁ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ବନ୍ଧୁମାନଙ୍କ ସହ କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

ଧନୁ: ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ। ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

ମକର: ସାମାଜିକ କାର୍ଯ୍ୟରୁ ଲାଭ ପାଇବେ। କୌଣସି ବନ୍ଧୁଙ୍କଠାରୁ ଲାଭ ପାଇବେ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। ବିବାହଯୋଗ୍ୟ ପୁଅ ଅବା ଝିଅମାନେ ଆଜି କିଛି ଖୁସି ଖବର ପାଇପାରନ୍ତି। କମ୍ ପ୍ରୟାସରେ ଅଧିକ ସଫଳତା ମିଳିପାରେ।

କୁମ୍ଭ:  ସ୍ୱାସ୍ଥ୍ୟ ଭଲ ରହିବ। ଅଫିସ୍‌ରେ ପ୍ରଶଂସିତ ହେବେ। ବିଭିନ୍ନ କାମରେ ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ମାନ-ସମ୍ମାନ ପ୍ରାପ୍ତି ହେବ।

ମୀନ: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହିତ ମତେଭଦ ହୋଇପାରେ। ନକାରାତ୍ମକ ଚିନ୍ତାଧାରା ମନକୁ କବଳିତ କରି ରଖିପାରେ। ତେଣୁ ଯଥା ସମ୍ଭବ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମନକୁ ବି ଶାନ୍ତ ରଖନ୍ତୁ।

Related story