ବିଶାଖାପାଟଣାରେ ପୋଲ ତଳକୁ ଖସି ପଡ଼ିଲା ଆମ୍ବୁଲାନ୍ସ,୫ ଓଡ଼ିଆ ମୃତ

ବିଶାଖାପାଟଣା/ବାଲେଶ୍ୱର: ଶବକୁ ଆଣୁଥିବା ଲୋକେ ନିଜେ ପାଲଟି ଗଲେ ଶବ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ। ବାପାଙ୍କ ମୃତଦେହ ଧରି ଫେରୁଥିବା ବେଳେ ଆରପାରିକୁ ଚାଲି ଗଲେ ଦୁଇ ପୁଅ ଓ ପରିବାରର ଅନ୍ୟ ୩ ଜଣ ସଦସ୍ୟ। ମୃତ ୫ ଜଣ ଯାକ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଆରୁହାବୃତ୍ତି ଗାଁର। ମୃତକମାନେ ହେଲେ ରବି ଗିରି, ତାଙ୍କ ମା’,ଭଉଣୀ,ଭାଇ ଓ ୬ ମାସର ଝିଅ। ରବି ନିଜ ବାପା […]

Photo of the accident -02

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 05:47 PM IST

ବିଶାଖାପାଟଣା/ବାଲେଶ୍ୱର: ଶବକୁ ଆଣୁଥିବା ଲୋକେ ନିଜେ ପାଲଟି ଗଲେ ଶବ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ। ବାପାଙ୍କ ମୃତଦେହ ଧରି ଫେରୁଥିବା ବେଳେ ଆରପାରିକୁ ଚାଲି ଗଲେ ଦୁଇ ପୁଅ ଓ ପରିବାରର ଅନ୍ୟ ୩ ଜଣ ସଦସ୍ୟ। ମୃତ ୫ ଜଣ ଯାକ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଆରୁହାବୃତ୍ତି ଗାଁର। ମୃତକମାନେ ହେଲେ ରବି ଗିରି, ତାଙ୍କ ମା’,ଭଉଣୀ,ଭାଇ ଓ ୬ ମାସର ଝିଅ। ରବି ନିଜ ବାପା ନିରଞ୍ଜନ ଗିରିଙ୍କ ମୃତଦେହ ନେଇ ହ୍ରାଇଦ୍ରାବଦରୁ ବାଲେଶ୍ୱର ଆସୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା। ଏହି ଘଟଣାରେ ଆଉ ୪ ଜଣ ଗୁରୁତର ଥିବା ବେଳେ ରବିଙ୍କ ସ୍ତ୍ରୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।  ଆହତମାନଙ୍କୁ ବିଶାଖାପାଟଣାର କିଙ୍ଗ୍ ଜର୍ଜ ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ସେମାନେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହଟିକୁ ଧରି ଗତକାଲିରୁ ହାଇଦ୍ରାବାଦରୁ ବାହାରିଥିଲେ ବାଲେଶ୍ୱର ଅଭିମୁଖେ। ତେବେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଆମ୍ବୁଲାନ୍ସଟି ବିଶାଖାପାଟଣାଠାରୁ ୬୦ କିଲୋମିଟର ଦୂର ୟାଲମଞ୍ଚାଲିରେ କଲଭର୍ଟ ତଳକୁ ଖସି ଯାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ଜଣେ ମହିଳା ଓ ୧୦ ମାସର ଶିଶୁଟି ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।

ଏହି ଖବର ପାଇବା ପରେ ଆରୁହାବୃତ୍ତି ଗାଁରେ ଶୋକର ଛାୟା ଖେଳି ଯାଇଛି। ଗାଁ ଲୋକେ ଆଗରୁ ଖବର ପାଇଥିଲେ ଯେ ହାଇଦ୍ରାବାଦରେ ରହୁଥିବା ଏହି ପରିବାର ଜଣଙ୍କ ମୃତଦେହ ଧରି ଗାଁକୁ ଫେରୁଛନ୍ତି।

Related story