୪ ନଭେମ୍ୱର, ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଶତ୍ରୁଠାରୁ ଦୂରେଇ ରହିବେ

ମେଷ: ଦିନଟି ଭଲରେ କଟିବ। ସୁସ୍ଥ ଅନୁଭବ କରିବେ। ବନ୍ଧୁଙ୍କ ସହ ଖୁସିରେ ସମୟ କାଟିବେ। ମାଆଙ୍କଠାରୁ ଲାଭବାନ ହେବେ। ବୃଷ: ସତର୍କ ରୁହନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ସାରାଦିନ ଚିନ୍ତାରେ କଟିବ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ଆରମ୍ଭ କରିଥିବା କାର୍ଯ୍ୟ ଶେଷ ହେବ ନାହିଁ। ଦୁର୍ଘଟଣାର ଯୋଗ ରହିଛି। ମିଥୁନ: ପତ୍ନୀ ଓ ପୁଅ ଠାରୁ ଖୁସି ଖବର ମିଳିବ। ବନ୍ଧୁଙ୍କ ସହ ସାକ୍ଷାତର […]

zodaic1-1-1-1-2

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 08:03 AM IST

ମେଷ: ଦିନଟି ଭଲରେ କଟିବ। ସୁସ୍ଥ ଅନୁଭବ କରିବେ। ବନ୍ଧୁଙ୍କ ସହ ଖୁସିରେ ସମୟ କାଟିବେ। ମାଆଙ୍କଠାରୁ ଲାଭବାନ ହେବେ।

ବୃଷ: ସତର୍କ ରୁହନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ସାରାଦିନ ଚିନ୍ତାରେ କଟିବ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ଆରମ୍ଭ କରିଥିବା କାର୍ଯ୍ୟ ଶେଷ ହେବ ନାହିଁ। ଦୁର୍ଘଟଣାର ଯୋଗ ରହିଛି।

ମିଥୁନ: ପତ୍ନୀ ଓ ପୁଅ ଠାରୁ ଖୁସି ଖବର ମିଳିବ। ବନ୍ଧୁଙ୍କ ସହ ସାକ୍ଷାତର ଯୋଗ ରହିଛି।

କର୍କଟ: ବ୍ୟବସାୟରେ ଲଭବାନ ହେବେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ମାନ ସମ୍ମାନ ବଢ଼ିବ। ସୁସ୍ଥ ରହିବେ। ପରିବାରରେ ଖୁସି ରହିବ।

ସିଂହ: ଧର୍ମ ସ୍ଥାନକୁ ଯାତ୍ରା କରି ପାରନ୍ତି। କାମ ଶେଷ କରିବାକୁ ଚେଷ୍ଟା କରିବେ। କ୍ରୋଧ ପରେ ସଂଯମତା ରଖନ୍ତୁ। ବ୍ୟବସାୟରେ କ୍ଷତି ହୋଇପାରେ।

କନ୍ୟା: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ପରିବାରରେ ଝଗଡ଼ା ହୋଇପାରେ। ଶତ୍ରୁଙ୍କଠାରୁ ସାବଧାନ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ତୁଳା: ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି। ନୂତନ ପୋଷାକ କିଣି ପାରନ୍ତି। ମାନ ସମ୍ମାନ ବୃଦ୍ଧି ପାଇବ।

ବିଚ୍ଛା: ଘରେ ହସଖୁସିର ପରିବେଶ ରହିବ। ସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। ରୋଗୀ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ।ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ଧନୁ: ଦୂରଯାତ୍ରା କରନ୍ତୁ ନାହିଁ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। କାର୍ଯ୍ୟରେ ଆଶାନୁରୂପ ସଫଳତା ମିଳିବ ନାହିଁ। ଅଯଥା କଥାବାର୍ତ୍ତା କରନ୍ତୁ ନାହିଁ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଅସୁସ୍ଥ ଅନୁଭବ କରିପାରନ୍ତି। ମାନହାନିର ସମ୍ଭାବନା ରହିଛି।

କୁମ୍ଭ: ବନ୍ଧୁ ପରିଜନଙ୍କ ସହ ସାକ୍ଷାତ କରି ଖୁସି ଅନୁଭବ କରିବେ। ଦୂରଯାତ୍ରା କରିପାରନ୍ତି। ବୈବାହିକ ଜୀବନ ଆନନ୍ଦରେ କଟିବ।

ମୀନ: ଖର୍ଚ୍ଚ ବଢ଼ିବ। କ୍ରୋଧ ଉପରେ ସଂଯମତା ରଖନ୍ତୁ। ଅର୍ଥ ଦେଣନେଣ ବେଳେ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ନକାରାତ୍ମକ ଚିନ୍ତା ମନରୁ କାଢ଼ି ଦିଅନ୍ତୁ।

Related story