୪ ମାର୍ଚ୍ଚ, ରବିବାର: ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ: ଖିଆପିଆ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ଧୀରେ ସୁସ୍ଥେ ନିଜର କାର୍ଯ୍ୟ ସମ୍ପାଦନ କରିବାକୁ ଚେଷ୍ଟା କରନ୍ତୁ। ବୃଷ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଲାଭ କରିବ। ଘରେ ମାଙ୍ଗଳିକା କାର୍ଯ୍ୟ ହୋଇପାରେ। ଅର୍ଥ ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ। ମିଥୁନ: ପରିସ୍ଥିତି ଦେଖି ଅର୍ଥ ନେଣଦେଣ କରନ୍ତୁ। ନହେଲେ ଅଜଥାରେ ମାନସିକ ଭାରାକ୍ରାନ୍ତ ରହିବେ। କୌଣସି ମାଙ୍ଗଳିକା କାମରେ ଯିବା ପୂର୍ବରୁ ଗୁଡ଼ ଖାଇ ଘରୁ ବାହାରନ୍ତୁ। କର୍କଟ: ଆଜି ଆପଣଙ୍କୁ […]

Rasiphala

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 08:01 AM IST

ମେଷ: ଖିଆପିଆ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ଧୀରେ ସୁସ୍ଥେ ନିଜର କାର୍ଯ୍ୟ ସମ୍ପାଦନ କରିବାକୁ ଚେଷ୍ଟା କରନ୍ତୁ।

ବୃଷ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଲାଭ କରିବ। ଘରେ ମାଙ୍ଗଳିକା କାର୍ଯ୍ୟ ହୋଇପାରେ। ଅର୍ଥ ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ: ପରିସ୍ଥିତି ଦେଖି ଅର୍ଥ ନେଣଦେଣ କରନ୍ତୁ। ନହେଲେ ଅଜଥାରେ ମାନସିକ ଭାରାକ୍ରାନ୍ତ ରହିବେ। କୌଣସି ମାଙ୍ଗଳିକା କାମରେ ଯିବା ପୂର୍ବରୁ ଗୁଡ଼ ଖାଇ ଘରୁ ବାହାରନ୍ତୁ।

କର୍କଟ: ଆଜି ଆପଣଙ୍କୁ ମାନସମ୍ମାନ ମିଳିବ। ଜୀବନ ସାଥୀଙ୍କଠାରୁ ମଧ୍ୟ ସହଯୋଗ ପାଇବେ। ପକେଟ୍‌ରୁ ଅର୍ଥ ଯିବାର ସମ୍ଭାବନା ରହିଛି।

ସିଂହ: ସ୍ୱାସ୍ଥ୍ୟରେ ସୁଧାର ଆସିବ। କ୍ୟାରିୟରରେ ସଫଳତା ମିଳିବ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାରେ ସଫଳ ହେବେ।

କନ୍ୟା: କ୍ୟାରିୟରକୁ ନେଇ ଚିନ୍ତିତ ଅଛନ୍ତି କି? ଚିନ୍ତା କରନ୍ତୁ ନାହିଁ, ବାହାରିପାରେ ସମାଧାନର ରାସ୍ତା। ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପାଦନ ହେବ। ପାରିବାରିକ ସମସ୍ୟା ସମାଧାନ ହୋଇପାରେ।

ତୁଳା: ଆଜିର ଦିନରେ ବିବାଦଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଏବେ ସମୟ ଭଲ ନଥିବାରୁ କୌଣସି ନୂଆ କାର୍ଯ୍ୟ କରନ୍ତୁ ନାହିଁ।

ବିଚ୍ଛା: ଏହି ରାଶିର ବ୍ୟକ୍ତିଙ୍କୁ ପଦ ଓ ପ୍ରତିଷ୍ଠାରେ ଲାଭ ମିଳିବ। ମାନସମ୍ମାନ ମିଳିବ। ବହୁ ଦିନରୁ ଅଟକିଥିବା ଅର୍ଥ ମିଳିପାରେ।

ଧନୁ: ବାପାଙ୍କଠାରୁ ସହଯୋଗ ମିଳିବ। ସମ୍ପତ୍ତିରୁ ଲାଭ ମିଳିବ। ଆଜିର ଦିନଟି ଆପଣଙ୍କ ପାଇଁ ବ୍ୟସ୍ତ ବହୁଳ ରହିବ।

ମକର: ପାରିବାରିକ ବିବାଦ ଥିଲେ ସମାଧାନର ରାସ୍ତା ବାହାରିପାରେ। ମହତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଯିବ। ଯାତ୍ରା ସମ୍ଭାବନା ରହିଛି।

କୁମ୍ଭ: କାହାକୁ ଈର୍ଶା କରନ୍ତୁ ନାହିଁ। ସବୁ ବେଳେ ନିଜ ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ସମୟରେ ମିଳିଲେ ପୂଜା ପାଠରେ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ: ସମ୍ପତ୍ତି ବିବାଦ ଥିଲେ ସମାଧାନ ହୋଇଯିବ। ପିଲାର ସ୍ୱାସ୍ଥ୍ୟ ଠିକ ହୋଇଯିବ। ଆଜିର ଦିନଟି ଆପଣଙ୍କ ପାଇଁ ହସଖୁସିରେ କଟିବ।

Related story