ରାଜଧାନୀରେ ୫ ଜଣ ସ୍ୱାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀକୁ ପୁଣି ଲେଉଟିଲା ସ୍ୱାଇନ୍ ଫ୍ଲୁ। ଗତ ଦୁଇ ଦିନ ଭିତରେ ଭୁବନେଶ୍ୱରରେ ୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ଜଣାପଡ଼ିଛି। ଏମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଭାବେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଗତକାଲି ୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀମାନଙ୍କ ମଧ୍ୟରେ କଳାହାଣ୍ଡିରୁ ଜଣେ, ଜଗତସିଂହପୁରରୁ ଜଣେ ଓ ଭୁବନେଶ୍ୱରରୁ ୨ଜଣ […]

swine-flu-750x430

Rakesh Mallick
  • Published: Tuesday, 01 August 2017
  • , Updated: 01 August 2017, 11:05 PM IST

ଭୁବନେଶ୍ୱର: ରାଜଧାନୀକୁ ପୁଣି ଲେଉଟିଲା ସ୍ୱାଇନ୍ ଫ୍ଲୁ। ଗତ ଦୁଇ ଦିନ ଭିତରେ ଭୁବନେଶ୍ୱରରେ ୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ଜଣାପଡ଼ିଛି। ଏମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଭାବେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ଗତକାଲି ୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀମାନଙ୍କ ମଧ୍ୟରେ କଳାହାଣ୍ଡିରୁ ଜଣେ, ଜଗତସିଂହପୁରରୁ ଜଣେ ଓ ଭୁବନେଶ୍ୱରରୁ ୨ଜଣ ରୋଗୀ ଅଛନ୍ତି। ତେବେ ଅନ୍ୟଜଣଙ୍କ ଠିକଣା ମିଳିପାରିନାହିଁ।

Related story