ଲୋକସଭାରେ କଂଗ୍ରେସ ସାଂସଦଙ୍କ ଉତ୍ପାତ : ବାଚସ୍ପତିଙ୍କୁ ଚିରା କାଗଜ ଫିଙ୍ଗି ୬ ନିଲମ୍ବିତ

ନୂଆଦିଲ୍ଲୀ:ମହଙ୍ଗା ପଡ଼ିଲା ବିଶୃଙ୍ଖଳିତ ଆଚରଣ। ଲୋକସଭାରେ ବିଶୃଙ୍ଖଳା ଆଚରଣ କରିବାରୁ ଗୃହରୁ ୬ କଂଗ୍ରେସ ସାଂସଦଙ୍କୁ  ୫ ଦିନ ପାଇଁ ନିଲମ୍ବନ କଲେ ବାଚସ୍ପତି ସୁମିତ୍ରା ମହାଜନ। ଗୋ ସୁରକ୍ଷା ନାମରେ ଅସହିଷ୍ଣୁ ଆଚରଣ  ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ  ନେଇ ଗୃହରେ ପାଟିତୁଣ୍ଡ କରିଥିଲେ ଏହି କଂଗ୍ରେସ ସାଂସଦ । ଏପରିକି ସେମାନଙ୍କ ଆଚରଣ ସୀମା ଟପି ଯାଇଥିଲା। ଗୃହରେ ହଙ୍ଗାମା କରିବା ସହ ବାଚସ୍ପତି଼ଙ୍କ ଉପରକୁ ଚିରାକାଗଜ ଫିଙ୍ଗି ଥିଲେ। ପ୍ରତିକ୍ରିୟାରେ ଏମିତି ବ୍ୟବହାର ସାରା […]

sumitra

Rakesh Mallick
  • Published: Monday, 24 July 2017
  • , Updated: 24 July 2017, 05:06 PM IST

ନୂଆଦିଲ୍ଲୀ:ମହଙ୍ଗା ପଡ଼ିଲା ବିଶୃଙ୍ଖଳିତ ଆଚରଣ। ଲୋକସଭାରେ ବିଶୃଙ୍ଖଳା ଆଚରଣ କରିବାରୁ ଗୃହରୁ ୬ କଂଗ୍ରେସ ସାଂସଦଙ୍କୁ  ୫ ଦିନ ପାଇଁ ନିଲମ୍ବନ କଲେ ବାଚସ୍ପତି ସୁମିତ୍ରା ମହାଜନ। ଗୋ ସୁରକ୍ଷା ନାମରେ ଅସହିଷ୍ଣୁ ଆଚରଣ  ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ  ନେଇ ଗୃହରେ ପାଟିତୁଣ୍ଡ କରିଥିଲେ ଏହି କଂଗ୍ରେସ ସାଂସଦ ।

ଏପରିକି ସେମାନଙ୍କ ଆଚରଣ ସୀମା ଟପି ଯାଇଥିଲା। ଗୃହରେ ହଙ୍ଗାମା କରିବା ସହ ବାଚସ୍ପତି଼ଙ୍କ ଉପରକୁ ଚିରାକାଗଜ ଫିଙ୍ଗି ଥିଲେ। ପ୍ରତିକ୍ରିୟାରେ ଏମିତି ବ୍ୟବହାର ସାରା ଦେଶ ଦେଖୁଛି ବୋଲି କହିଥିଲେ ସୁମିତ୍ରା ମହାଜନ। ଏଥିସହ ସମ୍ପୃକ୍ତ ୬ ଜଣଙ୍କୁ ବାଚସ୍ପତି ସସପେଣ୍ଡ କରିଛନ୍ତି। ଏହି ସାଂସଦମାନେ ହେଲେ ଜି ଗୋଗୁଇ, କେ. ସୁରେଶ, ଆଧି ରଞ୍ଜନ ଚୌଧୁରୀ, ରଞ୍ଜିତ ରଞ୍ଜନ, ସୁଶ୍ମିତା ଦେବ ଏବଂ ଏମ. କେ. ରାଘବନ।

Related story