ପିତୃପୁରୁଷ ଦୋଷରେ ଘାଣ୍ଟି ହେଉଛନ୍ତି କି? ଏହି ୭ଟି ଉପାୟରେ ଦୂର ହୋଇପାରେ ଆପଣଙ୍କ ଅଶୁଭ ସମୟ

କୁହାଯାଏ କାହାର ଭାଗ୍ୟ କେହି ବଦଳେଇ ପାରିବେ ନାହିଁ। ଆପଣଙ୍କ ଭାଗ୍ୟରେ ଯାହା ଲେଖାଯାଇଛି ତାହା ଘଟିବ। ତେବେ ଶାସ୍ତ୍ରବିତ୍‌ଙ୍କ ମତରେ ମଣିଷର କର୍ମ ଓ କୁଣ୍ଡଳୀ ଦ୍ୱାରା ଭାଗ୍ୟ ପ୍ରଭାବିତ ହୋଇଥାଏ। କୁଣ୍ଡଳୀ ବା ଆପଣଙ୍କ ରାଶିରେ ଏମିତି କିଛି ଯୋଗ ରହିଛି ଯାହା ଆପଣଙ୍କ ଦୁର୍ଭାଗ୍ୟ ଆଡ଼କୁ ଇଙ୍ଗିତ କରିଥାଏ। ସେଥିରୁ ଏମିତି ଏକ ଯୋଗ ହେଲା ‘ପିତୃଦୋଷ’। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀ ବା ରାଶି ପିତୃପୁରୁଷ ଦୋଷ ଯୋଗ […]

Pitrudosa

Ordigital Desk
  • Published: Friday, 08 June 2018
  • , Updated: 08 June 2018, 03:59 PM IST

କୁହାଯାଏ କାହାର ଭାଗ୍ୟ କେହି ବଦଳେଇ ପାରିବେ ନାହିଁ। ଆପଣଙ୍କ ଭାଗ୍ୟରେ ଯାହା ଲେଖାଯାଇଛି ତାହା ଘଟିବ। ତେବେ ଶାସ୍ତ୍ରବିତ୍‌ଙ୍କ ମତରେ ମଣିଷର କର୍ମ ଓ କୁଣ୍ଡଳୀ ଦ୍ୱାରା ଭାଗ୍ୟ ପ୍ରଭାବିତ ହୋଇଥାଏ। କୁଣ୍ଡଳୀ ବା ଆପଣଙ୍କ ରାଶିରେ ଏମିତି କିଛି ଯୋଗ ରହିଛି ଯାହା ଆପଣଙ୍କ ଦୁର୍ଭାଗ୍ୟ ଆଡ଼କୁ ଇଙ୍ଗିତ କରିଥାଏ। ସେଥିରୁ ଏମିତି ଏକ ଯୋଗ ହେଲା ‘ପିତୃଦୋଷ’। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀ ବା ରାଶି ପିତୃପୁରୁଷ ଦୋଷ ଯୋଗ ଥିବ, ସେମାନଙ୍କୁ ସନ୍ତାନ ସଂପର୍କିକ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ସେହିପରି ହେବା କାମ ବି ବିଗିଡ଼ି ଯିବ। ଘରେ ଆର୍ଥିକ ସମସ୍ୟା ଦେଖାଦେବ ଓ ରୌଗବୈରାଗରେ ବି ପଡ଼ିବାର ଆଶଙ୍କା ଥାଏ। ତେବେ ଜ୍ୟୋତିଷ ଶାସ୍ତ୍ରରେ ପିତୃପୁରୁଷ ଦୋଷରୁ ମୁକ୍ତି ପାଇଁ ନିମ୍ନରେ କେତେକ ଉପାୟ ଦିଆଯାଇଛି। ଏହା ପାଳନ କଲେ ହୁଏତ ଆପଣଙ୍କ ସମସ୍ୟା ଦୂର ହୋଇପାରେ।

ପାଳନ କରନ୍ତୁ ଏହି ୭ଟି ଉପାୟ

  • ପ୍ରତି ମାସର ଅମାବାସ୍ୟା ତିଥିରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରନ୍ତୁ ଓ ଶ୍ରାଦ୍ଧ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପୂର୍ବ ପୁରୁଷ ଖୁସି ହେବେ ଓ ସେହି ଅନୁଯାୟୀ ଆପଣଙ୍କ ପିତୃପୁରୁଷ ଦୋଷ ଲାଘବ ହୋଇପାରେ।
  • ଘରେ ଯେତେବେଳେ ରୁଟି ତିଆରି କରୁଛନ୍ତି, ଦିନରେ ହେଉ କି ରାତିରେ, ପ୍ରଥମ ରୁଟିଟି ବାହାର କରି ରଖି ଦିଅନ୍ତୁ ଓ ତାକୁ କୌଣସି ଗାଈକୁ ଖାଇବାକୁ ଦିଅନ୍ତୁ। ଗାଈକୁ ଖାଇବାକୁ ଦେବା ପୂର୍ବରୁ ରୁଟିରେ କିଛି ଚିନି, ଦହି ଓ ଏକ ତୁଳସୀପତ୍ର ଦେବାକୁ ଭୁଲନ୍ତୁ ନାହିଁ।
  • ସେହିପରି ଘରେ ରୁଟି ତିଆରି କରିବା ବେଳେ, ଶେଷ ରୁଟିଟି କୁକୁର ପାଇଁ ରଖନ୍ତୁ ଓ ତାକୁ ଖାଇବାକୁ ଦିଅନ୍ତୁ।
  • ପ୍ରତି ଶନିବାର ଓ ଅମାବାସ୍ୟା ତିଥିରେ ସକାଳୁ ଶୀଘ୍ର ଉଠି ପଡ଼ନ୍ତୁ। ଗାଧୁଆ ପାଧୁଆ କରି କୌଣସି ଅଶ୍ୱଥ (ଓସ୍ତ) ଗଛ ମୂଳରେ ପାଣି ଓ କଞ୍ଚାକ୍ଷୀର ଏକସଙ୍ଗରେ ମିଶାଇ ଅର୍ପଣ କରନ୍ତୁ ବା ଢାଳନ୍ତୁ।
  • ଘରେ ନିୟମିତ ଭାବରେ ଗୀତା ପାଠ କରନ୍ତୁ। ସେହିପରି ପିତୃପକ୍ଷ ବା ଶ୍ରାଦ୍ଧପକ୍ଷରେ ବ୍ରହ୍ମଚର୍ଯ୍ୟ ପାଳନ ପାଇଁ ଚେଷ୍ଟା କରନ୍ତୁ।
  • ପ୍ରତି ମାସର ଅମାବାସ୍ୟା ତିଥିରେ କାଉକୁ ଖାଇବାକୁ ଦିଅନ୍ତୁ। ସେଥିପାଇଁ ଖାଦ୍ୟକୁ ଟୁକୁଡ଼ା ଟୁକୁଡ଼ା କରି ତାକୁ ଘରର ଛାତ ଉପରେ ବିଞ୍ଚି ଦିଅନ୍ତୁ। କାଉକୁ ଭୋଜନ କରାଇଲେ ପିତୃପୁରୁଷ ଖୁସି ହୋଇଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଲିଖିତ ଅଛି।
  • ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କର ଅକାଳ ବିୟୋଗ ହୋଇଛି, ଅର୍ଥାତ୍ ତାଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି, ତେବେ ପିତୃପକ୍ଷର ଅମାବାସ୍ୟା ତିଥିରେ ତମ୍ବା ବାସନ, ପୋଷାକ ଓ ଖାଦ୍ୟ ଦାମ କରନ୍ତୁ।

Related story