୮୮ଲକ୍ଷ ଠକେଇ: ଜୟଦୀପଙ୍କୁ ମିଳିଲା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌

ଭୁବନେଶ୍ୱର: ଏସ୍‌ସିଏସ୍‌ଟି ଛତ୍ରଛାତ୍ରୀଙ୍କୁ ତାଲିମ୍‌ ନାମରେ ୮୮ ଲକ୍ଷ ଟଙ୍କା ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଆଇପିଏସ୍‌ ଅଫିସର ଜୟଦୀପ ନାୟକଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍‌ ଦେଇଛନ୍ତି। ଏଥିପାଇଁ ଏକ ଲକ୍ଷ ଟଙ୍କାର ଦୁଇ ଜାମିନ୍‌ଦାର, ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ମୁଚାଲିକା ଓ ତଦନ୍ତ ଅଧିକାରୀଙ୍କ ନିକଟରେ ପାସ୍‌ପୋର୍ଟ ଦାଖଲ ପରି ସର୍ତ୍ତ ରଖି ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ତ୍ରିପୁରା କ୍ୟାଡର୍‌ର ୧୯୯୧ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର ଜୟଦୀପ ଡେପୁଟେସନ୍‌ରେ ଓଡ଼ିଶା ପୋଲିସ୍‌କୁ […]

jayadeep-1

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 10:44 PM IST

ଭୁବନେଶ୍ୱର: ଏସ୍‌ସିଏସ୍‌ଟି ଛତ୍ରଛାତ୍ରୀଙ୍କୁ ତାଲିମ୍‌ ନାମରେ ୮୮ ଲକ୍ଷ ଟଙ୍କା ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଆଇପିଏସ୍‌ ଅଫିସର ଜୟଦୀପ ନାୟକଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍‌ ଦେଇଛନ୍ତି। ଏଥିପାଇଁ ଏକ ଲକ୍ଷ ଟଙ୍କାର ଦୁଇ ଜାମିନ୍‌ଦାର, ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ମୁଚାଲିକା ଓ ତଦନ୍ତ ଅଧିକାରୀଙ୍କ ନିକଟରେ ପାସ୍‌ପୋର୍ଟ ଦାଖଲ ପରି ସର୍ତ୍ତ ରଖି ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି।

ତ୍ରିପୁରା କ୍ୟାଡର୍‌ର ୧୯୯୧ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର ଜୟଦୀପ ଡେପୁଟେସନ୍‌ରେ ଓଡ଼ିଶା ପୋଲିସ୍‌କୁ ଆସି ୨୦୧୨ ଅଗଷ୍ଟ ୨୪ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ମାନବାଧିକାର ସୁରକ୍ଷା ସେଲ୍ (ଏଚ୍‌ଆର୍‌ପିସି) ଆଇଜି ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ଆସିଥିବା ୮୮ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଅଡିଟ୍ ରିପୋର୍ଟରୁ ଏ ସଂପର୍କିତ ସୂଚନା ମିଳିବା ପରେ ଭିଜିଲାନ୍ସ ଘଟଣାର ତଦନ୍ତ ଆରମ୍ଭ କରି ଜୟଦୀପଙ୍କୁ ଗାଜିଆବାଦ୍‌ରୁ ଗତ ୨୩ ତାରିଖରେ ଗିରଫ କରିଥିଲା।

ଏହି ମାମଲାରେ ଜଣେ ଆଡିସିନାଲ ଏସ୍‌ପିଙ୍କ ସମେତ ଅନ୍ୟ ୫ ଜଣ ଜେଲ୍‌ରେ ଅଛନ୍ତି।

Related story