୮ ମାର୍ଚ୍ଚ, ଗୁରୁବାର: ଜାଣନ୍ତୁ ଦିନଟି କାହା ପାଇଁ କେମିତି ରହିବ

ମେଷ: ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବୃଷ: ଦାମ୍ପତ୍ୟ ଜୀବନ ଭଲ ରହିବ। ଘରେ ସମସ୍ତଙ୍କ ସହିତ ଭଲ ସଂପର୍କ ରହିବ। ବିଦେଶରୁ କୌଣସି ଭଲ ସୂଚନା ପାଇପାରନ୍ତି। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ମିଥୁନ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଘରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ଅଟକି […]

Rasiphala

Rakesh Mallick
  • Published: Thursday, 08 March 2018
  • , Updated: 08 March 2018, 07:05 AM IST

ମେଷ: ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବୃଷ: ଦାମ୍ପତ୍ୟ ଜୀବନ ଭଲ ରହିବ। ଘରେ ସମସ୍ତଙ୍କ ସହିତ ଭଲ ସଂପର୍କ ରହିବ। ବିଦେଶରୁ କୌଣସି ଭଲ ସୂଚନା ପାଇପାରନ୍ତି। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି।

ମିଥୁନ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଘରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ଲାଭ ମଧ୍ୟ ମିଳିପାରେ।

କର୍କଟ: ଶାନ୍ତ ରୁହନ୍ତୁ। ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପେଟରେ ଯନ୍ତ୍ରଣା ହୋଇପାରେ। ହଠାତ୍ ଅଧିକ ଖର୍ଚ୍ଚ ହୋଇପାରେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନ ପରେ ମନ ଉଦାସ ରହିପାରେ। ପରିବାରର କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ହୋଇପାରେ।

କନ୍ୟା: ବୁଝିବିଚାରି କାର୍ଯ୍ୟ କରନ୍ତୁ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଭାଇଭଉଣୀଙ୍କ ସହିତ ସଂପର୍କ ଆହୁରି ମଧୁର ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ।

ତୁଳା: ମନୋବଳ ହ୍ରାସ ପାଇବ। କଥା କଥାରେ ରାଗି ଯାଇପାରନ୍ତି। ଜିଦ୍ ଛାଡ଼ିବାକୁ ପଡ଼ିବ। ନହେଲେ ସମସ୍ୟାରେ ପଡ଼ିବେ।

ବିଛା: ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। କାହାରିଠାରୁ ଉପହାର ମିଳିପାରେ। ଭଲ ଖବର ପାଇପାରନ୍ତି।

ଧନୁ: ଦିନଟି ଭଲ ରହିବ ନାହିଁ। କୌଣସି କାର୍ଯ୍ୟ ସହଜରେ ହେବ ନାହିଁ। ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ। କିଛି ଅଘଟଣ ଘଟିପାରେ।

ମକର: ଦିନଟି ଖୁସିରେ ବିତିବ। ବ୍ୟବସାୟ ଓ ଅନ୍ୟ କ୍ଷେତ୍ରରେ ଭଲ ଫଳ ପାଇବେ। ଆପଣଙ୍କ ସହିତ କିଛି ଭଲ ଘଟିବାର ସମ୍ଭାବନା ରହିଛି।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ସବୁ କାର୍ଯ୍ୟ ସଫଳତାର ସହିତ ସଂପନ୍ନ ହେବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିଛି। ମାନ-ସମ୍ମାନ ବଢ଼ିବ।

ମୀନ: ମନ ବ୍ୟାକୁଳ ରହିବ। କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଥକି ଯିବେ। ଉଚ୍ଚ ଅଧିକାରୀଙ୍କ ସହ ଭଲ ବ୍ୟବହାର କରନ୍ତୁ। ଅଯଥା ଖର୍ଚ୍ଚାନ୍ତ ହେବେ।

Related story