୯ ଜୁନ, ଶନିବାର: ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିପାରେ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ପରିବାରରେ ବିବାଦ ଦେଖାଦେଇ ପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଘରୁ ବାହାରିବା ପୂର୍ବରୁ ଲବଙ୍ଗ ଖାଇ ବାହାରନ୍ତୁ। ବୃଷ: ସମ୍ପତ୍ତି କିଣିବାର ଯୋଗ ରହିଛି। ସାଙ୍ଗାସାଥୀଙ୍କଠାରୁ ସହଯୋଗ ମିଳିବ। ହଠାତ୍‌ ଅର୍ଥ ମିଳିବ। ହସ ଖୁସିରେ ଦିନଟି ଅତିବାହିତ ହେବ। ମିଥୁନ୍‌: ଚାକିରି ପରିବର୍ତ୍ତନର ଯୋଗ ରହିଛି। ଅର୍ଥ ମିଳିବ। ପାରିବାରିକ ସମସ୍ୟା ଥିଲେ ଦୂର ହେବ। ପ୍ରେମିକା ଓ ପ୍ରେମିକାଙ୍କ ମଧ୍ୟରେ କୌଣସି ବିବାଦ ଥିବା […]

Rasiphala-image-

Rakesh Mallick
  • Published: Saturday, 09 June 2018
  • , Updated: 09 June 2018, 04:04 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ପରିବାରରେ ବିବାଦ ଦେଖାଦେଇ ପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଘରୁ ବାହାରିବା ପୂର୍ବରୁ ଲବଙ୍ଗ ଖାଇ ବାହାରନ୍ତୁ।

ବୃଷ: ସମ୍ପତ୍ତି କିଣିବାର ଯୋଗ ରହିଛି। ସାଙ୍ଗାସାଥୀଙ୍କଠାରୁ ସହଯୋଗ ମିଳିବ। ହଠାତ୍‌ ଅର୍ଥ ମିଳିବ। ହସ ଖୁସିରେ ଦିନଟି ଅତିବାହିତ ହେବ।

ମିଥୁନ୍‌: ଚାକିରି ପରିବର୍ତ୍ତନର ଯୋଗ ରହିଛି। ଅର୍ଥ ମିଳିବ। ପାରିବାରିକ ସମସ୍ୟା ଥିଲେ ଦୂର ହେବ। ପ୍ରେମିକା ଓ ପ୍ରେମିକାଙ୍କ ମଧ୍ୟରେ କୌଣସି ବିବାଦ ଥିବା ଦୂର ହେବ।

କର୍କଟ: ଦୀର୍ଘ ଦିନରୁ ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇଯିବ। ଜୀବନରେ ସଫଳତା ପାଇବେ। ଏଥିପାଇଁ ଜଣେ ମହିଳାଙ୍କଠାରୁ ସହଯୋଗ ପାଇବେ। ଦୂର ଯାତ୍ରା କରିବାର ଯୋଗ ରହିଛି।

ସିଂହ: ଅଜଥାରେ କାହା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ। ନହେଲେ ଅସୁବିଧାରେ ପଡ଼ି ପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଏଥିରୁ ମୁକ୍ତି ପାଇବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ।

କନ୍ୟା: ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଆଜିର ଦିନଟି ଭଲ ରହିଛି। ପ୍ରେମ ସମ୍ପର୍କକୁ ଆଗକୁ ବଢ଼ାଇ ପାରିବେ। ଅର୍ଥ ମିଳିବାର ଯୋଗ ରହିଛି। ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଦୂର ହେବ।

ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ବେଶୀ ଭଲ ନାହିଁ। ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ଚାକିରି କ୍ଷେତ୍ରରେ ମାନସିକ ଚାପ ରହିବ। ନିଜ ତୁଣ୍ଡ ଉପରେ ଲଗାମ ଦିଅନ୍ତୁ। ନହେଲେ କାହା ସହିତ ପାଟିତୁଣ୍ଡ ହୋଇପାରେ।

ବିଚ୍ଛା: ଦୀର୍ଘ ଦିନରୁ ଅଟକିଥିବା କାମ ହୋଇଯିବ। ଘରକୁ ଖୁସି ଖବର ଆସିବ। ଦୂର ଯାତ୍ରା କରିବାର ଯୋଗ ରହିଛି।

ଧନୁ: ଆଳସ୍ୟ ଓ ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। କର୍ମ ସ୍ଥଳରେ କାମ ଚାପ ରହିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ନହେଲେ ଆପଣ ଅସୁସ୍ଥ ହୋଇପାରନ୍ତି।

ମକର: ସତର୍କତାମୂଳକ ଭାବେ କାମ କରନ୍ତୁ। ନହେଲେ ସମସ୍ୟା ଦେଖାଦେଇପାରେ। ଦୂର ଯାତ୍ରା କରିବାର ଯୋଗ ରହିଛି। ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ।

କୁମ୍ଭ: ଚାକିରି କ୍ଷେତ୍ରରେ ଉନ୍ନତି ମିଳିବ। ଅର୍ଥ ମିଳିବାର ଯୋଗ ରହିଛି। ଧାର୍ମିକ କ୍ଷେତ୍ରରେ ମନୋନିବେଶ କରିବେ। ଦୂର ଯାତ୍ରା କରିବାର ଯୋଗ ରହିଛି।

ମୀନ: ନୂଆ ସମ୍ପତ୍ତି କିଣିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ।

Related story