ଫେବ୍ରୁଆରୀ ୯, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ଲୋକେ ଅଯଥାରେ କୌଣସି କଥାରେ ମୁଣ୍ଡ ନଖେଳାଇଲେ ଭଲ

ମେଷ: କିଛି ନିଆରା ଅନୁଭୂତି ମିଳିପାରେ। ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ। ମନ ଶାନ୍ତ ରହିବ। ସୁସ୍ୱାଦୁ ଭୋଜନ ଖାଇବେ। ବୃଷ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ପରିବାର ସହିତ କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ଅଯଥା କୌଣସି କଥାରେ ମୁଣ୍ଡ ନଖେଳାଇଲେ ଭଲ। ମିଥୁନ: ଦିନଟି ଭଲରେ ଅତିବାହିତ ହେବ। ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ଘରେ ସୁଖ ଓ ଶାନ୍ତିର ବାତାବରଣ […]

zodaic

Rakesh Mallick
  • Published: Friday, 09 February 2018
  • , Updated: 09 February 2018, 07:08 AM IST

ମେଷ: କିଛି ନିଆରା ଅନୁଭୂତି ମିଳିପାରେ। ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ। ମନ ଶାନ୍ତ ରହିବ। ସୁସ୍ୱାଦୁ ଭୋଜନ ଖାଇବେ।

ବୃଷ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ପରିବାର ସହିତ କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ଅଯଥା କୌଣସି କଥାରେ ମୁଣ୍ଡ ନଖେଳାଇଲେ ଭଲ।

ମିଥୁନ: ଦିନଟି ଭଲରେ ଅତିବାହିତ ହେବ। ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ।

କର୍କଟ: ଦିନଟି ମିଶାମିଶି ରହିବ। ଉଭୟ ଭଲ ଓ ଖରାପ ଘଟଣା ଘଟିପାରେ। ଅପରାହ୍ନ ପରେ କୌଣସି କଥାକୁ ନେଇ ଟିକେ ଚିନ୍ତିତ ରହିପାରନ୍ତି। ଅଚାନକ ଅଧିକ ଅର୍ଥ ଖର୍ଚ୍ଚ ହେବ।

ସିଂହ: ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନକାରାତ୍ମକ ଚିନ୍ତା ମନକୁ କବଳିତ କରିବ। ଜମିଜମା ଅବା ଘର କିଣାବିକା ନେଇ ଉଦ୍ଦିଷ୍ଟ କାଗଜପତ୍ରରେ ଆଜି ଦସ୍ତଖତ ନ କଲେ ଭଲ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ସଂପର୍କ ମଜଭୁତ ହେବ। ଭାଇ-ଭଉଣୀଙ୍କ ସହ ଖୁସିମଜାରେ ଦିନ କାଟିବେ। ଶତ୍ରୁ ଦବି ରହିବେ।

ତୁଳା: ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ସବୁ କଥାରେ ଦ୍ୱନ୍ଦ୍ୱରେ ରହିବେ, ନିଷ୍ପତ୍ତି ନେଇ ପାରିବେ ନାହିଁ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା: ଦିନଟି ଆମୋଦ-ପ୍ରମୋଦରେ କଟିବ। ମନ ପ୍ରସନ୍ନ ରହିବ। ପ୍ରିୟଜନଙ୍କ ସହିତ ଭେଟ ହେବ। ପୁରୁଣା ବନ୍ଧୁଙ୍କ ଦ୍ୱାରା ଲାଭବାନ ହେବେ।

ଧନୁ: ଦିନଟି କଷ୍ଟ ଦେଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ଯଥାସମ୍ଭବ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ମକର: ଆପଣଙ୍କ ପାଇଁ ଦିନଟି ଖୁବ୍ ଭଲ ଅଛି। କିଛି ଶୁଭ ଖବର ପାଇ ପାରନ୍ତି। କୌଣସି ଦାମୀ ଜିନିଷ କିଣିବା ପାଇଁ ଆଜି ଦିନଟି ଭଲ ରହିଛି। ଗାଡ଼ି, ଘର ଓ ଜମି ଆଦି କିଣି ପାରିବେ। କୌଣସି କ୍ଷେତ୍ରରେ ଅର୍ଥନିବେଶ କରିଥିଲେ ତା’ର ସୁଫଳ ପାଇବେ।

କୁମ୍ଭ: ବଡ଼ ଲୋକଙ୍କ ଆଶୀର୍ବାଦ ମିଳିବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ କୃପାଦୃଷ୍ଟି ପଡ଼ିବ। ସବୁ କାମ ସହଜରେ ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ନୂଆ ଯୋଜନା ପ୍ରସ୍ତୁତ କରିବେ।

ମୀନ: ଥକା ଲାଗିବ। କାମରେ ମନ ଲାଗିବ ନାହିଁ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ। ଅଫିସ୍‌ରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ।

Related story