ଅବଦୁଲ କଲାମ ଦ୍ୱୀପରୁ ଅଗ୍ନୀ-୧ ବାଲେଷ୍ଟିକ୍ ମିସାଇଲ୍ ପରୀକ୍ଷଣ

ବାଲେଶ୍ୱର: ମଧ୍ୟମ ଦୂରଗାମୀ ବାଲେଷ୍ଟିକ୍ ମିସାଇଲ୍ ଅଗ୍ନୀ-୧ର ସୋମବାର ୯ଟା ୧୩ ମିନିଟରେ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ବାଲେଶ୍ୱରର ଡ. ଅବଦୁଲ କଲାମ ଦ୍ୱୀପରେ ଏହି ପରୀକ୍ଷଣ କରାଯାଇଛି। ପରୀକ୍ଷଣ ପୂର୍ବରୁ ସ୍ଥଳ ସେନାର ବରିଷ୍ଠ ଅଧିକାରୀଙ୍କ ସମେତ ଡିଆରଡିଓର ବୈଜ୍ଞାନିକମାନେ ପରୀକ୍ଷା ସ୍ଥଳରେ ପହଞ୍ଚି ଅଗ୍ନୀ-୧ର  ମିସାଇଲର  ବିଭିନ୍ନ ଦିଗକୁ  ଶେଷ ଥର ପାଇଁ ଯାଞ୍ଚ କରିଥିଲେ। ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଓ  ଭାରତ ଡାଇନାମିକ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ଅଗ୍ନୀ-୧ କ୍ଷେପଣାସ୍ତ୍ରକୁ ୧୯୮୯ରେ ପ୍ରଥମ […]

balaswer

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 05:49 AM IST

ବାଲେଶ୍ୱର: ମଧ୍ୟମ ଦୂରଗାମୀ ବାଲେଷ୍ଟିକ୍ ମିସାଇଲ୍ ଅଗ୍ନୀ-୧ର ସୋମବାର ୯ଟା ୧୩ ମିନିଟରେ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ବାଲେଶ୍ୱରର ଡ. ଅବଦୁଲ କଲାମ ଦ୍ୱୀପରେ ଏହି ପରୀକ୍ଷଣ କରାଯାଇଛି। ପରୀକ୍ଷଣ ପୂର୍ବରୁ ସ୍ଥଳ ସେନାର ବରିଷ୍ଠ ଅଧିକାରୀଙ୍କ ସମେତ ଡିଆରଡିଓର ବୈଜ୍ଞାନିକମାନେ ପରୀକ୍ଷା ସ୍ଥଳରେ ପହଞ୍ଚି ଅଗ୍ନୀ-୧ର  ମିସାଇଲର  ବିଭିନ୍ନ ଦିଗକୁ  ଶେଷ ଥର ପାଇଁ ଯାଞ୍ଚ କରିଥିଲେ। ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଓ  ଭାରତ ଡାଇନାମିକ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ଅଗ୍ନୀ-୧ କ୍ଷେପଣାସ୍ତ୍ରକୁ ୧୯୮୯ରେ ପ୍ରଥମ  ଥର ଲାଗି ଡେବଲପମେଣ୍ଟାଲ୍ ଟେଷ୍ଟ କରାଯାଇଥିଲା। ଶେଷ ଥର ପାଇଁ ଗତ ୨୦୧୫ ନଭେମ୍ବର ୨୭ରେ ଏହାର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା।

ଅଗ୍ନୀ-୧ ର ଓଜନ ୧୨ ହଜାର କିଲୋଗ୍ରାମ ଥିବା ବେଳେ ଲମ୍ବ ୧୫ ମିଟର, ମୋଟେଇ ୧ ମିଟର ଓ ଲକ୍ଷ୍ୟଭେଦ କ୍ଷମତା ୭୦୦ରୁ ୧୨୫୦ କିଲୋମିଟର ରହିଛି। ମିସାଇଲରେ ୨୫୦ କିଲୋ ଟନ୍ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।

Related story