ଅବଦୁଲ କଲାମ ଦ୍ୱୀପରୁ ବିଧ୍ୱଂସୀ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ

ବାଲେଶ୍ୱର: ଧାମରାର ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ଆଜି ବିଧ୍ୱଂସୀ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ପରୀକ୍ଷା ସଫଳ ହୋଇଛି।  ଦିନ ୧୦ଟା ୧୫ ମିନିଟ୍‌ ସମୟରେ  ପ୍ରଥମେ ଚାନ୍ଦିପୁର ଆଇଟିଆରର ୩ନମ୍ବର ଲଞ୍ଚ ପେଡ୍‌ରୁ ପୃଥ୍ୱୀ ମିଜାଇଲ ଉତ୍‌କ୍ଷେପଣ କରାଯାଇଥିଲା।  ଏହାର ୫ ମିନିଟ୍‌ ପରେ ପୃଥ୍ୱୀ ମିଜାଇଲକୁ ଟାର୍ଗେଟ କରି କଲାମ ଦ୍ୱୀପରୁ ସ୍ୱୟଂ ଚାଳିତ କ୍ଷେପଣାସ୍ତ୍ର ବିଧ୍ୱଂସୀ ଇଣ୍ଟରସେପ୍ଟର ଏଏଡିକୁ ଛଡ଼ାଯାଇଥିଲା। ଆଜିର ପରୀକ୍ଷା ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଓ ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡର ଅଧିକାରୀମାନେ କଲାମ […]

baleswar1

Rakesh Mallick
  • Published: Wednesday, 01 March 2017
  • , Updated: 01 March 2017, 11:17 PM IST

ବାଲେଶ୍ୱର: ଧାମରାର ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ଆଜି ବିଧ୍ୱଂସୀ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ପରୀକ୍ଷା ସଫଳ ହୋଇଛି।  ଦିନ ୧୦ଟା ୧୫ ମିନିଟ୍‌ ସମୟରେ  ପ୍ରଥମେ ଚାନ୍ଦିପୁର ଆଇଟିଆରର ୩ନମ୍ବର ଲଞ୍ଚ ପେଡ୍‌ରୁ ପୃଥ୍ୱୀ ମିଜାଇଲ ଉତ୍‌କ୍ଷେପଣ କରାଯାଇଥିଲା।  ଏହାର ୫ ମିନିଟ୍‌ ପରେ ପୃଥ୍ୱୀ ମିଜାଇଲକୁ ଟାର୍ଗେଟ କରି କଲାମ ଦ୍ୱୀପରୁ ସ୍ୱୟଂ ଚାଳିତ କ୍ଷେପଣାସ୍ତ୍ର ବିଧ୍ୱଂସୀ ଇଣ୍ଟରସେପ୍ଟର ଏଏଡିକୁ ଛଡ଼ାଯାଇଥିଲା।

ଆଜିର ପରୀକ୍ଷା ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଓ ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡର ଅଧିକାରୀମାନେ କଲାମ ଦ୍ୱୀପରେ ଉପସ୍ଥିତ ଥିଲେ।

Related story