ଛତିଶଗଡ଼ର ମନମାନୀ ବିରୋଧରେ ସିଡବ୍ଲ୍ୟୁସିର ଶରଣ ପଶିଲା ଓଡ଼ିଶା

ଭୁବନେଶ୍ୱର: ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର କଲମା ବ୍ୟାରେଜ ନିର୍ମାଣ କରିଛି। ଖରା ଦିନରେ ଏହି ବ୍ୟାରେଜରେ ପାଣି ଅଟକାଇ ରଖିଥିଲା। ଯାହାଦ୍ୱାରା ବ୍ୟାରେଜର ତଳ ମୁଣ୍ଡରେ ଓଡ଼ିଶା ଚାଷୀ ପାଣି ପାଉନଥିଲେ। ଏବେ ବ୍ୟାରେଜରେ ପାଣି ଭର୍ତ୍ତି ହୋଇଯିବାରୁ ଛତିଶଗଡ଼ ସରକାର ଗେଟ୍ ଖୋଲି ଦେଇଛି। ମାତ୍ର ଏନେଇ ଓଡ଼ିଶା ସରକାରଙ୍କୁ କୌଣସି ସୂଚନା ଦେଇନାହିଁ। ଛତିଶଗଡ଼ର ଏପରି ମୁନମୁଖୀ କାର୍ଯ୍ୟକୁ ଓଡ଼ିଶା ପ୍ରତିବାଦ କରିଛି। ଏନେଇ ରାଜ୍ୟ ଜଳସଂପଦ ବିଭାଗ କେନ୍ଦ୍ର ଜଳ […]

mahanadi

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 07:55 PM IST

ଭୁବନେଶ୍ୱର: ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର କଲମା ବ୍ୟାରେଜ ନିର୍ମାଣ କରିଛି। ଖରା ଦିନରେ ଏହି ବ୍ୟାରେଜରେ ପାଣି ଅଟକାଇ ରଖିଥିଲା। ଯାହାଦ୍ୱାରା ବ୍ୟାରେଜର ତଳ ମୁଣ୍ଡରେ ଓଡ଼ିଶା ଚାଷୀ ପାଣି ପାଉନଥିଲେ। ଏବେ ବ୍ୟାରେଜରେ ପାଣି ଭର୍ତ୍ତି ହୋଇଯିବାରୁ ଛତିଶଗଡ଼ ସରକାର ଗେଟ୍ ଖୋଲି ଦେଇଛି। ମାତ୍ର ଏନେଇ ଓଡ଼ିଶା ସରକାରଙ୍କୁ କୌଣସି ସୂଚନା ଦେଇନାହିଁ। ଛତିଶଗଡ଼ର ଏପରି ମୁନମୁଖୀ କାର୍ଯ୍ୟକୁ ଓଡ଼ିଶା ପ୍ରତିବାଦ କରିଛି। ଏନେଇ ରାଜ୍ୟ ଜଳସଂପଦ ବିଭାଗ କେନ୍ଦ୍ର ଜଳ ଆୟୋଗ (CWC)  ଓ ଛତିଶଗଡ ସରକାରଙ୍କୁ ଚିଠି ଲେଖିଛନ୍ତି। ଓଡିଶା ସହିତ ମିଶି କାମ କରିବା ଓ ବିଭିନ୍ନ ଡ୍ୟାମରୁ ପାଣି ଛାଡିବା ପୂର୍ବରୁ ସୂଚନା ଦେବାକୁ କେନ୍ଦ୍ର ଜଳ ଆୟୋଗ ଛତିଶଗଡ ସରକାରଙ୍କୁ କୁହନ୍ତୁ ବୋଲି ଚିଠିରେ ଉଲ୍ଲେଖ ରହିଛି।

ରାଜ୍ୟ ଜଳସଂପଦ ବିଭାଗ ମଧ୍ୟ ଛତିଶଗଡ ଜଳସଂପଦ ବିଭାଗକୁ ଚିଠି ଲେଖିଛି। ବର୍ଷା ଦିନରେ ପୂର୍ବ ସୂଚନା ନ ଦେଇ ପାଣି ଛାଡିଲେ ଆଗକୁ ବନ୍ୟା ପରିଚାଳନାରେ ଗୁରୁତର ସମସ୍ୟା ସୃଷ୍ଟି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ମେ’ ୨୨ରେ ବନ୍ୟା ପରିଚାଳନା ନେଇ ଆନ୍ତଃରାଜ୍ୟ ସମନ୍ୱୟ ସବ୍‌କମିଟି ବୈଠକ ବସିଥିଲା। ବିଭିନ୍ନ ଡ୍ୟାମ୍‌ରୁ କେତେ ପାଣି ପ୍ରବେଶ  କରୁଛି ଓ କେତେ ପାଣି ଛଡାଯାଉଛି ସମସ୍ତ ତଥ୍ୟ ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଛତିଶଗଡ଼ କିଛି ଡ୍ୟାମରୁ କେତେ ପାଣି ଛଡାଯାଉଛି ସେ ନେଇ ତଥ୍ୟ ଦେଉ ନାହାନ୍ତି  ଯାହାରାଜ୍ୟ ସରକାରଙ୍କ ବନ୍ୟା ଜଳ ପରିଚାଳାନ ଚିନ୍ତା ବଢାଇ ଦେଇଛି।

ସର୍ବୋଚ୍ଚ ଯନ୍ତ୍ରୀ ଜଳସଂପଦ ବିଭାଗ ସୁରେଶ କୁମାର ଜୈନ କହିଛନ୍ତି-“ହୀରାକୁଦରେ ପାଣି ନଥିବାରୁ ଛତିଶଗଡ଼ ପାଣି ଛାଡ଼ିବାରୁ କିଛି ହେଲା ନାହିଁ। ଯଦି ହୀରାକୁଦରେ ପାଣି ଅଧିକା ଥାଆନ୍ତା ତାହାହେଲା ବନ୍ୟା ପରିସ୍ଥିତି ନିଶ୍ଚିତ ହୋଇଥାନ୍ତା।”

ସର୍ବୋଚ୍ଚ ଯନ୍ତ୍ରୀ ଡେମ୍ ସେଫ୍ଟି ବିଭୂତି ଭୂଷଣ ପଣ୍ଡା କହିଛନ୍ତି-“ଛତିଶଗଡ଼ ପାଣି ଛାଡ଼ିବା ଆଗୁଆ ଜଣାପଡ଼ିଲେ କିଛି ସମସ୍ୟା ହେବନାହିଁ। ଯଦି କିଛି ନକହି ପାଣି ଛାଡ଼େ ତାହାହେଲେ ନିଶ୍ଚିତ ଅସୁବିଧା ହେବ।”

Related story