ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତରେ ମନ୍ଦିର କିଏ ଯାଏ ?

ଆଦି ଗୁରୁ ଶଙ୍କରାଚାର୍ଯ୍ୟ । ଭାରତୀୟ ସନାତନ ଧର୍ମର ପ୍ରଚାରକ ଭାବେ ସେ ବେଶ ପରିଚିତ। ହିନ୍ଦୁ  ଧର୍ମର ପୁନଃ ସ୍ଥାପନା ବେଳେ ଆଦି ଶଙ୍କରାଚାର୍ଯ୍ୟ ଭାରତର ଚାରିଦିଗରେ ଚାରିଟି ମଠର ସଂସ୍ଥାପକ ହେଉଛନ୍ତି ଆଦି ଶଙ୍କରାଚାର୍ଯ୍ୟ।  ସନାତନ ଧର୍ମ ଓ ହିନ୍ଦୁ ଧର୍ମକୁ ସାରା ଦେଶରେ ପ୍ରଚାର ପାଇଁ  ଶଙ୍କରାଚାର୍ଯ୍ୟ ରାମେଶ୍ଵରମ,  ପୁରୀ , ବଦ୍ରୀନାଥ ଓ ଦ୍ଵାରକା  ଆଦିରେ ମଠ ସ୍ଥାପନା କରିଛନ୍ତି । ଏହି ମଠଗୁଡ଼ିକ ଆଜି ବି ଶଙ୍କରାଚାର୍ଯ୍ୟ(ପରବର୍ତ୍ତୀ ପିଢି)ଙ୍କ ନେତୃତ୍ୱରେ […]

-Shankaracharya

-Shankaracharya

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 12:43 PM IST

Sports

Latest News

ଆଦି ଗୁରୁ ଶଙ୍କରାଚାର୍ଯ୍ୟ । ଭାରତୀୟ ସନାତନ ଧର୍ମର ପ୍ରଚାରକ ଭାବେ ସେ ବେଶ ପରିଚିତ। ହିନ୍ଦୁ  ଧର୍ମର ପୁନଃ ସ୍ଥାପନା ବେଳେ ଆଦି ଶଙ୍କରାଚାର୍ଯ୍ୟ ଭାରତର ଚାରିଦିଗରେ ଚାରିଟି ମଠର ସଂସ୍ଥାପକ ହେଉଛନ୍ତି ଆଦି ଶଙ୍କରାଚାର୍ଯ୍ୟ।  ସନାତନ ଧର୍ମ ଓ ହିନ୍ଦୁ ଧର୍ମକୁ ସାରା ଦେଶରେ ପ୍ରଚାର ପାଇଁ  ଶଙ୍କରାଚାର୍ଯ୍ୟ ରାମେଶ୍ଵରମ,  ପୁରୀ , ବଦ୍ରୀନାଥ ଓ ଦ୍ଵାରକା  ଆଦିରେ ମଠ ସ୍ଥାପନା କରିଛନ୍ତି । ଏହି ମଠଗୁଡ଼ିକ ଆଜି ବି ଶଙ୍କରାଚାର୍ଯ୍ୟ(ପରବର୍ତ୍ତୀ ପିଢି)ଙ୍କ ନେତୃତ୍ୱରେ ସନାତନ ଧର୍ମର ପ୍ରଚାର କରୁଛନ୍ତି। ସେ କହିଥିଲେ ଆତ୍ମା ଓ ପରମାତ୍ମା ଦୁଇଟି ଏକା। ଆମର ଅଜ୍ଞାନତା ଯୋଗୁଁ ଆମକୁ ଏହା ଭିନ୍ନ ଆକାରରେ ପ୍ରତିତ ହୋଇଥାଏ। ତେବେ ଆସନ୍ତୁ ତାଙ୍କର ଆଉ କିଛି  ନିତୀବାଣୀ ଜାଣିବା।

୧) ଆପଣଙ୍କୁ ଲୋକ କେବଳ ସେ ପର୍ଯ୍ୟନ୍ତ ମନେ ରଖନ୍ତି ଯେବେ ଯାଏଁ ଆପଣଙ୍କ ନିଶ୍ୱାସ ଚାଲିଛି। ଯେଉଁଦିନ ଆପଣଙ୍କ ନିଶ୍ୱାସ ବନ୍ଦ ହୋଇଯିବ ସେ ଦିନ ଆପଣଙ୍କ ସବୁଠୁ ନିକଟତର ସମ୍ପର୍କୀୟ, ଭାଇ,ବନ୍ଧୁ ଏପରିକି ନିଜ ସ୍ତ୍ରୀ ମଧ୍ୟ ଦୂରେଇଯିବ।

୨)  ମନ୍ଦିର ସେ ହିଁ ଆସେ ଯିଏ ମାଗିବାକୁ ନୁହେଁ ବରଂ ଧନ୍ୟବାଦ ଦେବାକୁ ଆସେ।

୩)  ସତ୍ୟର କୌଣସି ଭାଷା ନାହିଁ। ଭାଷା କେବଳ ମଣିଷର ନିର୍ମାଣ। କିନ୍ତୁ ସତ୍ୟ ମଣିଷର ନିର୍ମାଣ ନୁହେଁ ଆବିଷ୍କାର। ଏହାକୁ ନିର୍ମାଣ କିମ୍ବା ପ୍ରମାଣିତ କରିବାକୁ ପଡ଼େ ନାହିଁ ଏହା ସ୍ୱୟଂ ପ୍ରକଟିତ ହୁଏ।

୪) ମୋହ ଏକ ସ୍ୱପ୍ନ ପରି-ଏହା କେବଳ ସେବେ ଯାଏଁ ରୁହେ ଯେ, ପର୍ଯ୍ୟନ୍ତ ଆପଣ ଅଜ୍ଞାନର ନିଦ୍ରାରେ ଶୋଇଥିବେ। ଯେଉଁ ଦିନ ଆପଣଙ୍କର ଏହି ନିଦ ଭାଙ୍ଗିଯିବ ସେଦିନ ଆପଣ ମୋହର କିଛି ସଂଜ୍ଞା ପାଇବେ ନାହିଁ।

୫) ଯେପରି ଗୋଟିଏ ପ୍ରଜ୍ୱଳିତ ଦୀପକୁ ଚମକିବା ପାଇଁ ଅନ୍ୟ ଦୀପର ଆବଶ୍ୟକତା ପଡ଼େନାହିଁ, ସେହିପରି ଆତ୍ମା ହେଉଛି ସ୍ୱୟଂ ଜ୍ଞାନ ସ୍ୱରୁପ ତାକୁ ଅନ୍ୟ କୌଣସି ଜ୍ଞାନର ଆବଶ୍ୟକ ହୁଏ ନାହିଁ।

୬) ତୀର୍ଥ କରିବା ପାଇଁ କୌଣସି ସ୍ଥାନକୁ ଯିବା ଦରକାର ନାହିଁ। ସବୁଠୁ ବଡ଼ ତୀର୍ଥ ସ୍ଥାନ ହେଉଛି, ନିଜର ମନ। ଯାହା ବିଶେଷ ଭାବେ ସୁଦ୍ଧ ହୋଇଥିବ।

୭) ଯେବେ ସତ୍ୟ ଜାଣିବା ପାଇଁ ମନରେ ଜିଜ୍ଞାସା ଆସେ, ସେବେ ଦୁନିଆର ବାକି ଜିନିଷ ସବୁ ଅର୍ଥହୀନ ଲାଗେ।

୮) ଆତ୍ମା ରାଜା ସହସମାନ ହୋଇଥାଏ। ଏହା ମଣିଷର ଶରୀର, ଇନ୍ଦ୍ରୀୟ, ମନ, ବୁଦ୍ଧି ଓ ବିବେକଠୁ ସମ୍ପୂର୍ଣ୍ଣ ରୂପେ ଅଲଗା। ଆତ୍ମା ଏ ସମସ୍ତଙ୍କର ସାକ୍ଷୀ ସ୍ୱରୁପ।

୯) ଧର୍ମ ଗ୍ରନ୍ଥକୁ ସେତେବେଳେ ପଢ଼ି କିଛି ଲାଭ ନାହିଁ ଯେ ପର୍ଯ୍ୟନ୍ତ ଆପଣ ସତ୍ୟର ସଜ୍ଞା ଜାଣିନାହାଁନ୍ତି। ସେହିଭଳି ଯଦି ଆପଣ ସତ୍ୟର ସନ୍ଧାନ ପାଇଗଲେ ତେବେ ଆପଣଙ୍କୁ ଧର୍ମଗ୍ରନ୍ଥ ପଢ଼ିବା କିଛି ଆବଶ୍ୟ ନାହିଁ। କେବଳ ସତ୍ୟର ମାର୍ଗରେ ଚାଲନ୍ତୁ।

୧୦) ଆନନ୍ଦ କେବଳ ସେତେବେଳେ ମିଳେ ଯେବେ ଆପଣ ଏହାର ସନ୍ଧାନ ନ କରୁଥିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos