ଆଜି ଗୁଡ୍ ଫ୍ରାଇଡେ

ଭୁବନେଶ୍ୱର: ଆଜି ଗୁଡ୍ ଫ୍ରାଇଡେ। ପରସ୍ପର ମଧ୍ୟରେ ଭଲପାଇବା ଓ ଶାନ୍ତି ବାଣ୍ଟିବାର ଦିନଟିଏ। ଆଜିର ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମାଜର  ମଙ୍ଗଳ ପାଇଁ ନିଜକୁ ସମର୍ପିତ କରିଥିଲେ। ତେଣୁ ଆଜିର ଦିନକୁ ପବିତ୍ର ଶୁକ୍ରବାର ଭାବେ ପାଳନ କରାଯାଇଥାଏ। ଏଥିଲାଗି ଆଜି ସକାଳୁ ଚର୍ଚ୍ଚ ଗୁଡ଼ିକରେ  ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୁବନେଶ୍ୱରର ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କର ଭିଡ଼ ଦେଖିବାକୁ ମିଳିଛି। କଟକର ବକ୍ସିବଜାର ସ୍ଥିତ କ୍ୟାଥୋଲିକ୍ ଚର୍ଚ୍ଚ ଓ ମିଶନରୋଡ୍ ସ୍ଥିତ […]

good-friday.

Rakesh Mallick
  • Published: Friday, 25 March 2016
  • , Updated: 25 March 2016, 12:01 PM IST

ଭୁବନେଶ୍ୱର: ଆଜି ଗୁଡ୍ ଫ୍ରାଇଡେ। ପରସ୍ପର ମଧ୍ୟରେ ଭଲପାଇବା ଓ ଶାନ୍ତି ବାଣ୍ଟିବାର ଦିନଟିଏ। ଆଜିର ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମାଜର  ମଙ୍ଗଳ ପାଇଁ ନିଜକୁ ସମର୍ପିତ କରିଥିଲେ। ତେଣୁ ଆଜିର ଦିନକୁ ପବିତ୍ର ଶୁକ୍ରବାର ଭାବେ ପାଳନ କରାଯାଇଥାଏ। ଏଥିଲାଗି ଆଜି ସକାଳୁ ଚର୍ଚ୍ଚ ଗୁଡ଼ିକରେ  ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଭିଡ଼ ଦେଖିବାକୁ ମିଳିଛି।

ଭୁବନେଶ୍ୱରର ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କର ଭିଡ଼ ଦେଖିବାକୁ ମିଳିଛି।

କଟକର ବକ୍ସିବଜାର ସ୍ଥିତ କ୍ୟାଥୋଲିକ୍ ଚର୍ଚ୍ଚ ଓ ମିଶନରୋଡ୍ ସ୍ଥିତ ବ୍ୟାପିଷ୍ଟ ଚର୍ଚ୍ଚ ସମେତ ସମସ୍ତ ଚର୍ଚ୍ଚରେ ସାମୁହିକ ପ୍ରାର୍ଥନା କରିଥିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ। କଟକ ମାଉଣ୍ଟ୍ ହାଉସ୍ ର୍ଚ୍ଚ ଅଫ୍ ଗଡ୍ ପକ୍ଷରୁ ଏକ ବିଶେଷ ଉପାସନା ସଭାର ଆୟୋଜନ କରାଯାଇଥିଲା।

କନ୍ଧମାଳ ଜିଲ୍ଲା ମଧ୍ୟ ଭକ୍ତି ଓ ଆନନ୍ଦର ସହିତ ପାଳନ ହୋଇଛି ଗୁଡ୍ ଫ୍ରାଇଡେ। ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ସମେତ ଫୁଲବାଣୀ କ୍ୟାଥଲିକ୍ ଚର୍ଚ୍ଚ ଓ ବ୍ୟାପିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସକାଳେ ଶ୍ରଦ୍ଧାଳୁମାନେ ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହା ସହିତ ବାଇବେଲ୍ ପାଠ କରି ଥିଲେ।

ରାଉରକେଲା ଓ ସୁନ୍ଦରଗଡ଼ରେ ମଧ୍ୟ ବିଭିନ୍ନ ଚର୍ଚ୍ଚରେ ପାଳନ ହୋଇଛି ଗୁଡ୍ ଫ୍ରାଇଡେ।

Related story