ଆଜିଠାରୁ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର: ଆଜିଠାରୁ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନବୀନ ନିବାସ ନୁହେଁ ବିଜେଡି ମୁଖ୍ୟାଳୟରେ ହେବ ଆଲୋଚନା। ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟମାନଙ୍କୁ ଭେଟି ସଙ୍ଗଠନକୁ ମଜଭୁତ କରିବା ଓ ସାଧାରଣ ଲୋକଙ୍କ ପାଖରେ ସରକାରଙ୍କ ସଫଳ ଯୋଜନା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବେ ମୁଖ୍ୟମନ୍ତ୍ରୀ। ପ୍ରଥମେ କୋରାପୁଟ ଓ ଯାଜପୁର ଜିଲ୍ଲାର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପରେ ନିର୍ଦ୍ଧାରିତ ତାରିଖରେ ଅନ୍ୟ […]

navven

Rakesh Mallick
  • Published: Sunday, 02 April 2017
  • , Updated: 02 April 2017, 08:32 AM IST

ଭୁବନେଶ୍ୱର: ଆଜିଠାରୁ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନବୀନ ନିବାସ ନୁହେଁ ବିଜେଡି ମୁଖ୍ୟାଳୟରେ ହେବ ଆଲୋଚନା। ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟମାନଙ୍କୁ ଭେଟି ସଙ୍ଗଠନକୁ ମଜଭୁତ କରିବା ଓ ସାଧାରଣ ଲୋକଙ୍କ ପାଖରେ ସରକାରଙ୍କ ସଫଳ ଯୋଜନା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବେ ମୁଖ୍ୟମନ୍ତ୍ରୀ।

ପ୍ରଥମେ କୋରାପୁଟ ଓ ଯାଜପୁର ଜିଲ୍ଲାର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପରେ ନିର୍ଦ୍ଧାରିତ ତାରିଖରେ ଅନ୍ୟ ଜିଲ୍ଲାର ପ୍ରତିନିଧିଙ୍କ ସହିତ ସେ ଆଲୋଚନା କରିବେ।

 

 

Related story