ବଢ଼େଇବାଙ୍କ ଛକରେ ଅଟକିଲା ଲିଙ୍ଗରାଜଙ୍କ ରୁକୁଣା ରଥ; ଆସନ୍ତାକାଲି ପୁଣି ଟଣା ହେବ

ଭୁବନେଶ୍ୱର: ଆଜି ପବିତ୍ର  ଅଶୋକାଷ୍ଟମୀ। ଏହି ପବିତ୍ର ତିଥିରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଛି। ରୁକୁଣା ରଥରେ ବସି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥିବା ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟା ସୁଦ୍ଧା ବଢ଼େଇବାଙ୍କ ଛକ ନିକଟରେ ଅଟିକିଛି। ଆସନ୍ତାକାଲି ଅପରାହ୍ନରେ ପୁଣି ରଥ ଟଣା ଆରମ୍ଭ କରାଯିବ। ସମସ୍ତ ନୀତିକାନ୍ତି ସରିବା ପରେ ରଥ ଉପରକୁ ବିଜେ କରିଥିଲେ ଲିଙ୍ଗରାଜ। ଏହା ପରେ ଅପରାହ୍ନ ୫ଟା ୧୦ରେ ରଥ ଟଣା ଆରମ୍ଭ […]

ratha

Rakesh Mallick
  • Published: Thursday, 14 April 2016
  • , Updated: 14 April 2016, 04:05 PM IST

ଭୁବନେଶ୍ୱର: ଆଜି ପବିତ୍ର  ଅଶୋକାଷ୍ଟମୀ। ଏହି ପବିତ୍ର ତିଥିରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଛି। ରୁକୁଣା ରଥରେ ବସି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥିବା ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟା ସୁଦ୍ଧା ବଢ଼େଇବାଙ୍କ ଛକ ନିକଟରେ ଅଟିକିଛି। ଆସନ୍ତାକାଲି ଅପରାହ୍ନରେ ପୁଣି ରଥ ଟଣା ଆରମ୍ଭ କରାଯିବ।

ସମସ୍ତ ନୀତିକାନ୍ତି ସରିବା ପରେ ରଥ ଉପରକୁ ବିଜେ କରିଥିଲେ ଲିଙ୍ଗରାଜ। ଏହା ପରେ ଅପରାହ୍ନ ୫ଟା ୧୦ରେ ରଥ ଟଣା ଆରମ୍ଭ ହୋଇଥିଲା।

ଆଜି ରଥ ଟାଣିବାକୁ ଭକ୍ତଙ୍କର ପ୍ରବଳ ଭିଡ଼ ହୋଇଥିଲା। ପ୍ରବଳ ଖରା ସତ୍ତ୍ୱେ ରଥ ଟାଣି ପାଇଁ ଲୋକାରଣ୍ୟ ହୋଇଥିଲା ଏକାମ୍ର କ୍ଷେତ୍ର।

ଲିଙ୍ଗରାଜ ମହାପ୍ରଭୂଙ୍କ ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସଙ୍କୁ ମୁତୟନ କରାଯାଇଥିଲା।

Related story