ପାର୍ବତୀ ଗିରିଙ୍କ ନାଁରେ ନିର୍ମିତ ହେବ ସମସ୍ତ ଉଠାଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର: ୧୩ଟି ପ୍ରସ୍ତାବିତ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ମେଗା ଉଠାଜଳ ସଚନ ପ୍ରକଳ୍ପଗୁଡ଼ିକୁ ମିଶାଇ ରାଜ୍ୟର ସମସ୍ତ ଉଠା ଜଳସେଚନ ପ୍ରକଳ୍ପ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ନାମରେ ନାମିତ ହେବ। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଏହି ୧୩ଟି ମେଗା ଉଠା ଜଳସେଚନ ପାଇଁ ୭,୬୦୦ […]

cabinet

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 09:25 PM IST

ଭୁବନେଶ୍ୱର: ୧୩ଟି ପ୍ରସ୍ତାବିତ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ମେଗା ଉଠାଜଳ ସଚନ ପ୍ରକଳ୍ପଗୁଡ଼ିକୁ ମିଶାଇ ରାଜ୍ୟର ସମସ୍ତ ଉଠା ଜଳସେଚନ ପ୍ରକଳ୍ପ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ନାମରେ ନାମିତ ହେବ। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।

ଏହି ୧୩ଟି ମେଗା ଉଠା ଜଳସେଚନ ପାଇଁ ୭,୬୦୦ କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପ ମଧ୍ୟରୁ ମୟୂରଭଞ୍ଜରେ ୮ଟି ଓ କେନ୍ଦୁଝରରେ ଗୋଟିଏ ପ୍ରତିଷ୍ଠା ହେବ।

ଏହାକୁ ମିଶାଇ ରାଜ୍ୟ କ୍ୟାବିନେଟ୍ ଆଜି ମୋଟ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ସେଥିମଧ୍ୟରେ ରାଉରକେଲାର ପରିମଳ ବ୍ୟବସ୍ଥା ନେଇ ରହିଥିବା ପ୍ରସ୍ତାବ ମଧ୍ୟ ଅନୁମୋଦନ ପାଇଛି। ଡାଲି ଉପରେ ଭାଟ୍ ହାର ହ୍ରାସକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Related story