ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ବୀନିତ ଶରଣ

କଟକ: ଜଷ୍ଟିସ୍‌ ବୀନିତ ଶରଣ ଶୁକ୍ରବାର ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଏସ୍‌.ସି ଜମିର ତାଙ୍କୁ ଶପଥ ପାଠ କରାଇଥିଲେ। ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଜଷ୍ଟିସ୍ ଶରଣ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିଲେ। ତା’ପୂର୍ବରୁ ଆହ୍ଲାବାଦ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ଏଚ୍ ୱାଘେଲାଙ୍କର ବମ୍ବେ ହାଇକୋର୍ଟକୁ ବଦଳି ହେବା ପରେ ଏହି ସ୍ଥାନରେ ଜଷ୍ଟିସ୍ […]

ctc

Rakesh Mallick
  • Published: Friday, 26 February 2016
  • , Updated: 26 February 2016, 08:11 AM IST

କଟକ: ଜଷ୍ଟିସ୍‌ ବୀନିତ ଶରଣ ଶୁକ୍ରବାର ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଏସ୍‌.ସି ଜମିର ତାଙ୍କୁ ଶପଥ ପାଠ କରାଇଥିଲେ। ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

ଜଷ୍ଟିସ୍ ଶରଣ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିଲେ। ତା’ପୂର୍ବରୁ ଆହ୍ଲାବାଦ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ଏଚ୍ ୱାଘେଲାଙ୍କର ବମ୍ବେ ହାଇକୋର୍ଟକୁ ବଦଳି ହେବା ପରେ ଏହି ସ୍ଥାନରେ ଜଷ୍ଟିସ୍ ବୀନିତ ଶରଣଙ୍କୁ ନିଯୁକ୍ତି ଦିଆଯାଇଛି।

Related story