ଶ୍ୱାସ ରୋଗ: ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ନିଶ୍ୱାସ ପ୍ରଶ୍ୱାସ ଜନିତ କଷ୍ଟ ଅନୁଭବକୁ ଶ୍ୱାସ ରୋଗର ଲକ୍ଷଣ କୁହାଯାଏ। ଯାହାକୁ ଇଂରାଜୀରେ ଆଜମା କୁହାଯାଇଥାଏ। ସାଧାରଣତଃ ଏହି ରୋଗ ଶରୀରକୁ ଦୁର୍ବଳ କରିଦେଇଥାଏ। ଶ୍ୱାସ ରୋଗୀର ଫୁସ୍‌ଫୁସ୍‌ର ବାୟୁ ନଳୀ ଛୋଟ ହୋଇଯିବାରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇଥାଏ।ତେବେ ଆସନ୍ତୁ ଏହାର କାରଣ ଓ ନିରାକରଣ ସମ୍ପର୍କରେ ଜାଣିବା। ଶ୍ୱାସ ରୋଗ  କାରଣ ଭୁଲ ଖାଦ୍ୟପେୟ, ମାନସିକ ଅଶାନ୍ତି, କ୍ରୋଧ, ଅଧିକ ଭୟ, ନିଶା ଦ୍ରବ୍ୟର ଅଧିକ ସେବନ, ଥଣ୍ଡା କାଶ […]

man-with-cannabis-inhaler

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 10:45 AM IST

ନିଶ୍ୱାସ ପ୍ରଶ୍ୱାସ ଜନିତ କଷ୍ଟ ଅନୁଭବକୁ ଶ୍ୱାସ ରୋଗର ଲକ୍ଷଣ କୁହାଯାଏ। ଯାହାକୁ ଇଂରାଜୀରେ ଆଜମା କୁହାଯାଇଥାଏ। ସାଧାରଣତଃ ଏହି ରୋଗ ଶରୀରକୁ ଦୁର୍ବଳ କରିଦେଇଥାଏ। ଶ୍ୱାସ ରୋଗୀର ଫୁସ୍‌ଫୁସ୍‌ର ବାୟୁ ନଳୀ ଛୋଟ ହୋଇଯିବାରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇଥାଏ।ତେବେ ଆସନ୍ତୁ ଏହାର କାରଣ ଓ ନିରାକରଣ ସମ୍ପର୍କରେ ଜାଣିବା।

ଶ୍ୱାସ ରୋଗ  କାରଣ

ଭୁଲ ଖାଦ୍ୟପେୟ, ମାନସିକ ଅଶାନ୍ତି, କ୍ରୋଧ, ଅଧିକ ଭୟ, ନିଶା ଦ୍ରବ୍ୟର ଅଧିକ ସେବନ, ଥଣ୍ଡା କାଶ ଅଧିକ ଦିନ ଯାଏଁ ଲାଗି ରହିବା ଆଦି ଶ୍ୱାସ ରୋଗର କାରଣ।

ଶ୍ୱାସ ରୋଗୀ କିପରି ରହିବେ ସତର୍କତା

୧. ଅଧିକ ତେଲ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ।

୨.ଅଧିକ ଧୂଳି, ଧୂଆଁ ଥିବା ବାତାବରଣରୁ ଦୂରେଇ ରୁହନ୍ତୁ। ଏପରି ସ୍ଥାନରୁ ରୋଗ ଅଧିକ ବଢିବାର ସମ୍ଭାବନା ରହିଛି।

୩. ମାନସିକ  ଚିନ୍ତା, ଝଗଡାରୁ ନିଜକୁ ଦୂରେଇ ରଖନ୍ତୁ।

୪. ଘରକୁ ସର୍ବଦା ପରିଷ୍କାର ରଖିବା ସହ ତକିଆ, ଚାଦରକୁ ସଫା ରଖନ୍ତୁ।

ଘରୋଇ ଉପଚାର

୧. ରୋଗୀ ପ୍ରତିଦିନ ଲେମ୍ବୁ ସହ ମହୁ ମିଶାଇ ପିଇବା ଲାଭଦାୟକ।

୨. ରାତିରେ ଶୀଘ୍ର ଖାଇ ସାରି ଶୋଇବା ପୂର୍ବରୁ ଗରମ ପାଣି ପିଇକରି ଶୁଅନ୍ତୁ।

୩. କୌଣସି ସମୟରେ ତୁରନ୍ତ ଡରନ୍ତୁ ନାହିଁ କାରଣ ଶ୍ୱାସ ରୋଗୀ ଏପରି କରିବା ଦ୍ୱାରା ଶ୍ୱାସର ତୀବ୍ରତା ବଢିଯାଏ।

୪. ଶ୍ୱାସ ରୋଗୀ ଉଷୁମ ବିଛଣାରେ ଶୋଇବା ଜରୁରୀ।

ରୋଗୀ କ'ଣ ଖାଇବେ

- ଶ୍ୱାସ ରୋଗୀ ଆଣ୍ଟି ଅକ୍ସିଡେଣ୍ଟ ଯୁକ୍ତ ଖାଦ୍ୟ ଖାଇବା ଉଚିତ।

- ଭିଟାମିନ୍‌ ‘ଇ’ ଓ ଭିଟାମିନ୍‌ ‘ସି’ ଯୁକ୍ତ ଖାଦ୍ୟ ଶ୍ୱାସ ରୋଗୀ ପାଇଁ ଲାଭଦାୟକ।

- ସବୁଜ ରଙ୍ଗର ପରିବା ଖାଆନ୍ତୁ। ଏଥିରେ ବିଟା କେରୋଟିନ୍‌ର ମାତ୍ରା ଅଧିକ ଥାଏ।

- କଞ୍ଚା ପିଆଜରେ ସଲ୍‌ଫର ମାତ୍ରା ଅଧିକ ଥାଏ । ଶ୍ୱାସ ରୋଗୀ ଏହାକୁ ଖାଇବା ଲାଭପ୍ରଦ।

- ତୁଳସୀ ପତ୍ରକୁ ଭଲ ଭାବେ ସଫା କରି ସେଥିରେ ଗୋଲମରିଚ ମିଶାଇ ଖାଇବା ଦ୍ୱାରା ଶ୍ୱାସ ରୋଗକୁ ନିୟନ୍ତ୍ରଣରେ ଅଣାଯାଇପାରିବ।

 

Related story