ନବୀନ ଅନୁଭବୀ, ତାଙ୍କଠାରୁ ବହୁତ କିଛି ଶିଖିବାର ଅଛି: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଅନୁଭବୀ ରାଜନେତା। ସେ ଅଧିକ କାମ କରିଛନ୍ତି। ଜନତାଙ୍କ ମଧ୍ୟରେ ସେ ଅଧିକ ଲୋକପ୍ରିୟ ମଧ୍ୟ। ଏଣୁ ତାଙ୍କଠାରୁ ଅନେକ କିଛି ଶିଖିବାର ଅଛି। ଏ କଥା କହିଛନ୍ତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂ ଯାଦବ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସଚ୍ଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା […]

naveen-akhilesh

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 05:22 PM IST

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଅନୁଭବୀ ରାଜନେତା। ସେ ଅଧିକ କାମ କରିଛନ୍ତି। ଜନତାଙ୍କ ମଧ୍ୟରେ ସେ ଅଧିକ ଲୋକପ୍ରିୟ ମଧ୍ୟ। ଏଣୁ ତାଙ୍କଠାରୁ ଅନେକ କିଛି ଶିଖିବାର ଅଛି। ଏ କଥା କହିଛନ୍ତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂ ଯାଦବ।

ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସଚ୍ଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ସାକ୍ଷାତ ଆଲୋଚନା ପରେ ଦୁଇ ମୁଖ୍ୟମନ୍ତ୍ରୀ ମିଳିତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରିଥିଲେ।

ଅଖିଳେଶ କହିଥିଲେ ଯେ ଉଭୟ ରାଜ୍ୟରେ ହେଉଥିବା ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ସେମାନେ ଆଲୋଚନା କରିଥିଲେ। ଓଡ଼ିଶାରେ ଚାଲିଥିବା ମମତା ଯୋଜନା, ଗରିବ ଲୋକଙ୍କ ପାଇଁ କରାଯାଉଥିବା ଘର ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅବଗତ କରାଇଥିଲେ। ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଭଳି ଅଧିକ ଭଲ ଯୋଜନା କାର୍ଯ୍ୟକାରୀ କରାଯାଇପାରିବ ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା।  ଉତ୍ତର ପ୍ରଦେଶ ସରକାର କରିଥିବା ଅନେକ ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ସେ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ।  ସେ ଓଡ଼ିଶା ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାଗୁଡ଼ିକର ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲକ୍ଷ୍ନୌ ଯିବା ପାଇଁ ଆମନ୍ତ୍ରଣ କରିଛନ୍ତି।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡ଼ିଶା ଆସିଥିବା ଯୋଗୁଁ ସେ ବହୁତ ଖୁସି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଥିଲେ ଯେ ଓଡ଼ିଶା ଓ ଉତ୍ତର ପ୍ରଦେଶରେ ଚାଲିଥିବା ବିଭିନ୍ନ ଜନହିତକାରୀ ଯୋଜନା ସଂପର୍କରେ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉତ୍ତର ପ୍ରଦେଶ ସରକାର କାର୍ଯ୍ୟକାରୀ କରୁଥିବା ଇନସ୍ୟୁରାନ୍ସ ପଲିସି, ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେ ଉପରେ ଆଲୋଚନା କରାଯାଇଥିଲା। ସେହିଭଳି ଓଡ଼ିଶା ସରକାରଙ୍କ ମମତା ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଆଜି ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କ ମନ୍ତ୍ରିମଣ୍ଡଳର ୮ ଜଣ ମନ୍ତ୍ରୀଙ୍କୁ ବିଦା କରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ଏ ସଂପର୍କରେ ଜାଣିବାକୁ ଚାହିଁବାରୁ ସେ ଏଡ଼ାଇ ଯାଇଥିଲେ ଓ କହିଥିଲେ ଯେ ଏବ ଭଲ କଥା ହେବା ଉଚିତ୍। ଏ ସଂପର୍କରେ ଏବେ କିଛି କୁହାଯିବା ଠିକ୍ ନୁହେଁ। ସେହିଭଳି ଥାର୍ଡ ଫ୍ରଣ୍ଟ୍ ସଂପର୍କରେ ମଧ୍ୟ ଅଖିଳେଶ କିଛି କହି ନଥିଲେ। ସେ କେବଳ କହିଥିଲେ ଯେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କୁ ନଭେଟିବା ଠିକ୍ କଥା ନୁହେଁ।

ପରେ ଅଖିଳେଶ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।  ସେ ଏଠାକୁ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି।

Related story