ଆଖୁଚାଷୀଙ୍କ ବକେୟା ପ୍ରାପ୍ୟ ଦାବିରେ ନୟାଗଡ଼ ବନ୍ଦ

ନୟାଗଡ: ଆଖୁଚାଷୀଙ୍କ ବକେୟା ପ୍ରାପ୍ୟ ଦାବିରେ ଆଜି ନୟାଗଡ଼ ବନ୍ଦ ଡ଼ାକରା ଦିଆଯାଇଛି। ଆଖୁଚାଷୀ ମହାସଙ୍ଘ ଓ ନୟାଗଡ଼ ଚିନିକଳ କର୍ମଚାରୀମାନେ ଏହି ବନ୍ଦ ଡ଼ାକରା ଦେଇଛନ୍ତି। ଆଜି ସକାଳୁ ସହରରର ଦୋକାନ ବଜାର ସବୁ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ସହରର କିଛି ସ୍ଥାନରେ ରାସ୍ତାରୋକ କରିଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ଦିନଧରି ଆଖୁ ଯୋଗାଣ କରିଥିଲେ ମଧ୍ୟ ଚାଷୀମାନଙ୍କୁ ସେମାନଙ୍କର ବକେୟା ପ୍ରାପ୍ୟ ମିଳିନାହିଁ। ୨୦୧୫ ମାର୍ଚ୍ଚ ୪ ତାରିଖରେ ନୟାଗଡ଼ ଚିନିକଳ କର୍ତ୍ତୃପକ୍ଷ ଲକ ଆଉଟ ଘୋଷଣା […]

nayagarh

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 04:32 AM IST

ନୟାଗଡ: ଆଖୁଚାଷୀଙ୍କ ବକେୟା ପ୍ରାପ୍ୟ ଦାବିରେ ଆଜି ନୟାଗଡ଼ ବନ୍ଦ ଡ଼ାକରା ଦିଆଯାଇଛି। ଆଖୁଚାଷୀ ମହାସଙ୍ଘ ଓ ନୟାଗଡ଼ ଚିନିକଳ କର୍ମଚାରୀମାନେ ଏହି ବନ୍ଦ ଡ଼ାକରା ଦେଇଛନ୍ତି। ଆଜି ସକାଳୁ ସହରରର ଦୋକାନ ବଜାର ସବୁ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ସହରର କିଛି ସ୍ଥାନରେ ରାସ୍ତାରୋକ କରିଛନ୍ତି।

ସୂଚନାଯୋଗ୍ୟ, ଦୀର୍ଘ ଦିନଧରି ଆଖୁ ଯୋଗାଣ କରିଥିଲେ ମଧ୍ୟ ଚାଷୀମାନଙ୍କୁ ସେମାନଙ୍କର ବକେୟା ପ୍ରାପ୍ୟ ମିଳିନାହିଁ। ୨୦୧୫ ମାର୍ଚ୍ଚ ୪ ତାରିଖରେ ନୟାଗଡ଼ ଚିନିକଳ କର୍ତ୍ତୃପକ୍ଷ ଲକ ଆଉଟ ଘୋଷଣା ପରଠାରୁ ଆନ୍ଦୋଳନକୁ ଜୋର କରିଛନ୍ତି ଆଖୁଚାଷୀ ଓ କର୍ମଚାରୀମାନେ। ବାରମ୍ୱାର ପ୍ରଶାସନ, ଚିନିକଳ କର୍ତ୍ତୃପକ୍ଷ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କିଛି ଲାଭ ହେଉ ନ ଥିବାରୁ ଆଖୁଚାଷୀ ମହାସଙ୍ଘ ଓ ନୟାଗଡ ଚିନିକଳ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Related story