ଗରିବ ହେଲେ ମଲ: ଆସିଲାନି ଆମ୍ୱୁଲାନ୍ସ, ବସ୍‌ରେ ପ୍ରାଣ ହରାଇଲେ ଦାଦନ

କଲ୍ୟାଣସିଂହପୁର: ଅସୁସ୍ଥ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ୱୁଲାନ୍ସ ଆସିଲାନି। ପରିବାର ଲୋକେ ଆମ୍ୱୁଲାନ୍ସକୁ ଅପେକ୍ଷା କରି ବସ୍‌ରେ ରୋଗୀଙ୍କୁ ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଛି। ଏପରିକି ମୃତଦେହ ନେବା ପାଇଁ ମଧ୍ୟ ଆମ୍ୱୁଲାନ୍ସ ଆସିନଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଘଟିଛି। ଡଙ୍ଗାସିଲ ପଞ୍ଚାୟତ ଡିମୁର୍ଖା ଗାଁର ରଞ୍ଜିତ ସୁନା କାମ କରିବାକୁ ଯାଇଥିଲେ। କାମରୁ ଘରକୁ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ […]

death in bus

Rakesh Mallick
  • Published: Thursday, 27 April 2017
  • , Updated: 27 April 2017, 08:07 PM IST

କଲ୍ୟାଣସିଂହପୁର: ଅସୁସ୍ଥ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ୱୁଲାନ୍ସ ଆସିଲାନି। ପରିବାର ଲୋକେ ଆମ୍ୱୁଲାନ୍ସକୁ ଅପେକ୍ଷା କରି ବସ୍‌ରେ ରୋଗୀଙ୍କୁ ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଛି। ଏପରିକି ମୃତଦେହ ନେବା ପାଇଁ ମଧ୍ୟ ଆମ୍ୱୁଲାନ୍ସ ଆସିନଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଘଟିଛି।

ଡଙ୍ଗାସିଲ ପଞ୍ଚାୟତ ଡିମୁର୍ଖା ଗାଁର ରଞ୍ଜିତ ସୁନା କାମ କରିବାକୁ ଯାଇଥିଲେ। କାମରୁ ଘରକୁ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଡଙ୍ଗାସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରେ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ମାତ୍ର ଆମ୍ୱୁଲାନ୍ସ ନ ଆସିବାରୁ ବସ୍‌ରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଉଥିଲେ। ଟିକିରି ନିକଟରେ ରଞ୍ଜିତଙ୍କ ମୃତ୍ୟୁ ଘଟିଥିଲା।

ବଞ୍ଚି ଥାଉଁ ଥାଉଁ ଆମ୍ୱୁଲାନ୍ସ ଆସିନିଥିଲା। ମୃତ୍ୟୁ ପରେ ମଧ୍ୟ ଆମ୍ୱୁଲାନ୍ସ ଆସିନବା ଅଭିଯୋଗ ହୋଇଛି। ପରେ ଉତ୍କଳ ଆଲୁମିନା କମ୍ପାନୀର ଏକ ଆମ୍ୱୁଲାନ୍ସ ମୃତଦେହ ନେଇ ଗାଁକୁ ଯାଇଥିଲା। ଏପରି ଅଭାବନୀୟ ଘଟଣା ସାଧାରଣରେ ଆଲୋଡନ ଖେଳାଇ ଦେଇଛି।

https://www.youtube.com/watch?v=Qfg4ACzGOYs

Related story