ଅମିତ୍ ଶାହାଙ୍କ ବାହାସ୍ଫୋଟ, ଓଡ଼ିଶାରେ ୧୨୦ ଜିତିବୁ: ବିଜେଡି କହିଲା- ଦିବାସ୍ୱପ୍ନ, କଂଗ୍ରେସ କହିଲା-ମିଛୁଆ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡ଼ରେ ଆଜି ରଣହୁଙ୍କାର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମିତ ଶାହା। ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି, ୨୦୧୯ ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଟିବ। ଦଳ ଏକାବେଳେ ୧୨୦ଟି ଆସନ ଅକ୍ତିଆର କରିବ ବୋଲି ସେ କହିଛନ୍ତି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶାହା ଆଜି ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲା ହୁଗୁଳାପଟାରେ ପହଞ୍ଚିଥିଲେ। ସେଠାରେ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଆୟୋଜିତ ‘ମୋ ବୁଥ୍‌ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ […]

Amit Shah

Rakesh Mallick
  • Published: Tuesday, 04 July 2017
  • , Updated: 05 July 2017, 07:42 AM IST

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡ଼ରେ ଆଜି ରଣହୁଙ୍କାର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମିତ ଶାହା। ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି, ୨୦୧୯ ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଟିବ। ଦଳ ଏକାବେଳେ ୧୨୦ଟି ଆସନ ଅକ୍ତିଆର କରିବ ବୋଲି ସେ କହିଛନ୍ତି।

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶାହା ଆଜି ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲା ହୁଗୁଳାପଟାରେ ପହଞ୍ଚିଥିଲେ। ସେଠାରେ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଆୟୋଜିତ ‘ମୋ ବୁଥ୍‌ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ ସରକାରଙ୍କ ଉପରେ ବର୍ଷିଥିଲେ। ପରେ ଆମ୍ବପୁଆରେ ଆୟୋଜିତ ସଭାରେ କର୍ମୀଙ୍କୁ ଦେଇଥିଲେ ମିଶନ୍‌ ୨୦୧୯ର ବିଜୟ ମନ୍ତ୍ର। ରାଜ୍ୟରେ ଗରିବ ରେଖା ୪୬ % ତଳେ ରହିଥିବା ବେଳେ ୩୬% ଗାଁକୁ ଏପର୍ଯ୍ୟନ୍ତ ବିଜୁଳି ପହଞ୍ଚି ପାରିନି। ଏହି ରାଜ୍ୟରେ ଏପରି ବ୍ୟବସ୍ଥା ରହିଛି ଯେଉଁଛି ମୃତଦେହକୁ ସମ୍ନାନ ଦିଆଯାଉନି। ପାଣି ଓ ବେକାରୀ ସମସ୍ୟା କଥା ନକହିବା ଭଲ ବୋଲି ଶାହା କହିଥିଲେ। ଏପରିକି କେନ୍ଦ୍ର ଦେଇଥିବା ଅନୁଦାନର ହିସାବ ମଧ୍ୟ ଦେଇଥିଲେ। ଆହୁରି ମଧ୍ୟ ସେ କହିଥିଲେ-“ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ। ମାତ୍ର ଓଡ଼ିଶାବାସୀ ଗରିବ। ତାହାହେଲେ ଧନସମ୍ପଦି କୁଆଡେ ଯାଉଛି? ଏହି ସବୁ ପଇସା ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତିରେ ଚାଲି ଯାଉଛି।”

ଅମିତ୍ ଶାହାଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି-“ବିଜେପି ଦିବା ସ୍ୱପ୍ନ ଦେଖୁଛି। ବର୍ତ୍ତମାନ ଯେତିକି ବିଧାୟକ ଅଛିନ୍ତି ସେତିକି ପ୍ରଥମେ ଜିତିକି ଆସନ୍ତୁ।”

କଂଗ୍ରେସ କହିଛି ବିଜେପିର ମିଥ୍ୟା ଓ କୁତ୍ରିମ ପ୍ରଚାରକୁ ଲୋକେ ବୁଝିଗଲେଣି। ବରିଷ୍ଟ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି-“ଅମିତ ଶାହାଙ୍କ ଓଡ଼ିଶାର କିଛି ପ୍ରଭାବ ପଡ଼ିବ ନାହିଁ। ବିଜେପି ଯେତେ ମିଥ୍ୟା ପ୍ରଚାର କରୁଛି ସେ ସମ୍ପର୍କରେ ଲୋକେ ବୁଝିଗଲେଣି।”

Related story