ଆନ୍ଦୋଳନରୁ ଓହରିଲା ଗଣଶିକ୍ଷା ମହାସଂଘ

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲା ଗଣଶିକ୍ଷା ମହାସଂଘ। ମନ୍ତ୍ରୀ ସ୍ତରୀୟ କମିଟି ସହିତ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ତିନି ମାସ ମଧ୍ୟରେ ସେମାନଙ୍କ ଦାବି ପୂରଣ ନେଇ ନିଷ୍ପତ୍ତି ନିଆଯିବ ବୋଲି ଏହି କମିଟି ନିର୍ଭର ପ୍ରତିଶ୍ରୁତି ଦେବା ପରେ ଏପ୍ରକାର ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ସଭାପତି ସୂଚନା ଦେଇଛନ୍ତି। ଗତ ୪ ଦିନ ହେଲାଣି ଗଣଶିକ୍ଷକମାନେ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ। ନିଯୁକ୍ତିକୁ ନିୟମିତ କରିବା ଦାବିରେ ବ୍ଲକ୍ ଗ୍ରାଣ୍ଟ୍ ସେକେଣ୍ଡାରୀ […]

teacher

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 04:30 PM IST

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲା ଗଣଶିକ୍ଷା ମହାସଂଘ। ମନ୍ତ୍ରୀ ସ୍ତରୀୟ କମିଟି ସହିତ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ତିନି ମାସ ମଧ୍ୟରେ ସେମାନଙ୍କ ଦାବି ପୂରଣ ନେଇ ନିଷ୍ପତ୍ତି ନିଆଯିବ ବୋଲି ଏହି କମିଟି ନିର୍ଭର ପ୍ରତିଶ୍ରୁତି ଦେବା ପରେ ଏପ୍ରକାର ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ସଭାପତି ସୂଚନା ଦେଇଛନ୍ତି।

ଗତ ୪ ଦିନ ହେଲାଣି ଗଣଶିକ୍ଷକମାନେ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ। ନିଯୁକ୍ତିକୁ ନିୟମିତ କରିବା ଦାବିରେ ବ୍ଲକ୍ ଗ୍ରାଣ୍ଟ୍ ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଓ କର୍ମଚାରୀ ସଂଘ ସହିତ ମିଶି ଏମାନେ ଆନ୍ଦୋଳନରେ ବସିଥିଲେ।

ଆଜି ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧି ଦଳ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ଭେଟି ସେମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।

ଗଣଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଆଜି ମନ୍ତ୍ରୀସ୍ତରୀୟ ବୈଠକ ବସିଥିଲା। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶିକ୍ଷକ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଓ ମୁଖ୍ୟ ଶାସନ ସଚିବ ଗୋକୁଳ ପତି।

Related story