ଅନୁଗୋଳ: ରନ୍ତଲେଇ ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଅନୁଗୋଳ: ରନ୍ତଲେଇ ଗାଁରେ ଜଣେ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ରଞ୍ଜନ ସାହୁ। ଋଣ ବୋଝ ଓ ଫସଲହାନି ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ରଞ୍ଜନ ୨ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ସେ ଲୋନ କରିବା ସହ ହାତଉଧାରି କରିଥିଲେ। ହେଲେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ ସେ ଚିନ୍ତିତ […]

chasi

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 12:55 PM IST

ଅନୁଗୋଳ: ରନ୍ତଲେଇ ଗାଁରେ ଜଣେ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ରଞ୍ଜନ ସାହୁ। ଋଣ ବୋଝ ଓ ଫସଲହାନି ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ରଞ୍ଜନ ୨ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ସେ ଲୋନ କରିବା ସହ ହାତଉଧାରି କରିଥିଲେ। ହେଲେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ ସେ ଚିନ୍ତିତ ଥିଲେ। ଏପରିସ୍ଥିତିରେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।

ରଞ୍ଜନଙ୍କ ନିଜସ୍ୱ ଚାଷଜମି ନାହିଁ। ସେ ୨ଏକର ଜମିରେ ଭାଗଚାଷ କରିଥିଲେ। ଚାଷ ସହ ପରିବାର ଭରଣ ପୋଷଣ ପାଇଁ ସେ ପ୍ରାୟ ୨ଲକ୍ଷ ୫୦ ହଜାର ଟଙ୍କା ଋଣ ଓ ହାତଉଧାରି କରିଥିଲେ। ବ୍ୟାଙ୍କ ଅଫ ଇଣ୍ଡିଆରୁ ୬୦ହଜାର, ସମବାୟ ସମିତିରୁ ୩୫ହଜାର, ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ଓ ଚିହ୍ନା ପରିଚିତ ଲୋକଙ୍କଠାରୁ ଏହି ହାତ ଉଧାରି କରିଛନ୍ତି।

ଅନ୍ୟପକ୍ଷରେ ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story