ଅନୁଗୋଳ: ବିଷ ପିଇ ଶାଳୀ ଓ ଭିଣୋଇଙ୍କ ମୃତ୍ୟୁ

ଅନୁଗୋଳ: ଅନୈତିକ ସଂପର୍କକୁ ନେଇ ଅନୁଗୋଳ ଜିଲ୍ଲାରେ ଆଜି ଜଣେ ଯୁବତୀ ଓ ତାଙ୍କ ଭିଣୋଇ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବତୀଙ୍କ ନାଁ କାମିନୀ ସାହୁ। ତାଙ୍କ ଘର ଜରପଡ଼ା ଥାନା ଅନ୍ତର୍ଗତ ଉଗି ଗାଁରେ ହୋଇଥିବା ବେଳେ ତାଙ୍କ ଭିଣୋଇ ରମାକାନ୍ତ ଦେହୁରୀଙ୍କ ଘର ପୁରୁଣାକୋଟ ଥାନା ଅନ୍ତର୍ଗତ ଜଗନ୍ନାଥପୁରରେ। ଉଭୟଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିଲା ବୋଲି ମୃତ ଯୁବତୀଙ୍କ ଭଉଣୀ ତଥା ରମାକାନ୍ତ ପତ୍ନୀ କୁନୀ ଦେହୁରୀ […]

women-angul

Rakesh Mallick
  • Published: Monday, 18 July 2016
  • , Updated: 19 July 2016, 08:27 AM IST

ଅନୁଗୋଳ: ଅନୈତିକ ସଂପର୍କକୁ ନେଇ ଅନୁଗୋଳ ଜିଲ୍ଲାରେ ଆଜି ଜଣେ ଯୁବତୀ ଓ ତାଙ୍କ ଭିଣୋଇ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବତୀଙ୍କ ନାଁ କାମିନୀ ସାହୁ। ତାଙ୍କ ଘର ଜରପଡ଼ା ଥାନା ଅନ୍ତର୍ଗତ ଉଗି ଗାଁରେ ହୋଇଥିବା ବେଳେ ତାଙ୍କ ଭିଣୋଇ ରମାକାନ୍ତ ଦେହୁରୀଙ୍କ ଘର ପୁରୁଣାକୋଟ ଥାନା ଅନ୍ତର୍ଗତ ଜଗନ୍ନାଥପୁରରେ। ଉଭୟଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିଲା ବୋଲି ମୃତ ଯୁବତୀଙ୍କ ଭଉଣୀ ତଥା ରମାକାନ୍ତ ପତ୍ନୀ କୁନୀ ଦେହୁରୀ ଅଭିଯୋଗ କରିଛନ୍ତି।

ଆଜି ସକାଳେ ରମାକାନ୍ତ ଓ କାମିନୀଙ୍କୁ ଅନୁଗୋଳ ସହର ସ୍ଥିତ ଗୋପବନ୍ଧୁ ପାର୍କରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ଥିଲେ। କିଛି ଲୋକ ସେମାନଙ୍କୁ ଦେଖି ପୋଲିସ୍ ଓ ଅଗ୍ନିଶମକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଦୁଇ ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ କାମିନୀଙ୍କ ମୃତ୍ୟୁ ହୋଇଯାଇଥିଲା। ରମାକାନ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

କୁନୀ କହିଛନ୍ତି,“ସେ (ରମାକାନ୍ତ) ତାଳଚେରରେ ଟ୍ରକ୍ ହେଲପର ଭାବେ କାର୍ଯ୍ୟ କରନ୍ତି। କୁନୀ ସହିତ ତାଙ୍କ ବର୍ଷେରୁ ଅଧିକ ଦିନ ହେଲା ସଂପର୍କ ରହି ଆସିଛି। ଫୋନ୍‌ରେ ବି ଦୁହେଁ ବରାବର କଥା ହୁଅନ୍ତୁ। ମୁଁ ମନା କଲେ ସେ (ରମାକାନ୍ତ) ମୋତେ ପାଟି କରନ୍ତି। ତିନି ଦିନ ତଳେ ସେମାନେ (ରମାକାନ୍ତ ଓ କାମିନୀ) ଅନୁଗୋଳ ଆସିଥିଲେ ଓ ଏକ ଗେଷ୍ଟ୍‌ ହାଉସ୍‌ରେ ରହୁଥିଲେ। ମୋ ବାପା, ଭାଇ ଓ ଶାଶୂଙ୍କୁ ଧରି ମୁଁ ତାଙ୍କ ପାଖକୁ ଯାଇଥିଲି। ବୁଝାସୁଝା କରିବା ପରେ ମଧ୍ୟ ଝିଅ (କାମିନୀ) ତାଙ୍କୁ ଛାଡ଼ିବାକୁ ନାରାଜ ହୋଇଥିଲା।”

ସେ କହିଛନ୍ତି,“ଗତକାଲି ସକାଳ ୧୦ଟା ବେଳେ ଆମେ ତିନି ଜଣ ତାଳଚେରରୁ ଅନୁଗୋଳ ଆସିଥିଲୁ। ସେ (ରମାକାନ୍ତ) ଆମକୁ ଉଗିରେ ଛାଡ଼ି ଦେବାକୁ ଆସିଥିଲେ। ତେବେ ତାକୁ (କାମିନୀକୁ) ଏକୁଟିଆ ଛାଡ଼ିବାକୁ ନାରାଜ ହେଲେ। କହିଲେ, ସେ ବିଷ କିଣିଛି। ଖାଇଦେଲେ ମୋର ଅସୁବିଧା ହେବ। ତେଣୁ ମୁଁ କହିଲି ତମେ ତାକୁ ଛାଡ଼ି ପାରିବନି କି ସେ ତୁମକୁ ଛାଡ଼ିପାରିବନି। ଏଣୁ ମୁଁ ଚାଲି ଯାଉଛି। ଏହା କହି ମୁଁ ଟ୍ରେନ୍‌ ଲାଇନ୍‌କୁ ଗଲି ଆତ୍ମହତ୍ୟା କରିବାକୁ। ତେବେ ପୁଅ ଦୁଇଟି କଥା ଭାବି ଫେରିଆସିଲି। ଆସିବା ପରେ ଦେଖିଲି ସେମାନେ ଅନୁଗୋଳ ଷ୍ଟେସନ୍‌ରୁ ଅଟୋରେ କେଉଁ ଆଡ଼େ ଚାଲି ଗଲେ। ଗଲା ବେଳେ ମୋତେ ସେମାନେ ଦେଖିଥିଲେ, କିନ୍ତୁ କିଛି କହି ନ ଥିଲେ। କିଛି ସମୟ ଅପେକ୍ଷା କଲା ପରେ ମୁଁ ଭାବିଲି ସେମାନେ ତାଳଚେର ଫେରି ଯାଇଥିବେ। ତେଣୁ ମୁଁ ତାଳଚେର ଫେରି ଆସିଥିଲି। କିନ୍ତୁ ସେମାନେ ଆସି ନ ଥିଲେ। ସେମାନଙ୍କ ମୋବାଇଲ୍ ଫୋନ୍ ବି ବନ୍ଦ ଥିଲା। ଆଜି ସକାଳେ ସେମାନଙ୍କ ସଂପର୍କରେ ଖବର ପାଇଥିଲି।”

ଅନୁଗୋଳ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରମାକାନ୍ତ କହିଥିଲେ,“ଆମେ (ଶାଳୀ କାମିନୀ ଓ ସେ) ପାର୍କକୁ ବୁଲିବାକୁ ଯାଇଥିଲୁ। ସେଠାରେ ଆମ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହା ପରେ ଆମେ ବିଷ ପିଇ ଦେଇଥିଲୁ।”

Related story