ଅପପୁଷ୍ଟି ନିରାକରଣ ଓ ମହିଳା ବିକାଶ ନେଇ ରାଜ୍ୟ ସରକାର ଓ ପ୍ରେମଜୀ ଫାଉଣ୍ଡେସନ୍ ମଧ୍ୟରେ ଏମଓୟୁ

ଭୁବନେଶ୍ୱର: ଓଡ଼ିଶାରେ ଅପପୁଷ୍ଟି ନିରାକରଣ ଏବଂ ମହିଳା ବିକାଶ ନେଇ ରାଜ୍ୟ ସରକାର ଓ ଅଜିମ ପ୍ରେମଜୀ ଫିଲାନଥ୍ରୋପିକ୍ ସଂଗଠନ ମଧ୍ୟରେ ସୋମବାର ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିଶୁ ମହିଳା ବିକାଶ ମନ୍ତ୍ରୀ ଉଷା ଦେବୀ ଓ ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଅପପୁଷ୍ଟି ନିରାକରଣ ଏବଂ ମହିଳା ବିକାଶ କ୍ଷେତ୍ରରେ ଅଜିମ ପ୍ରେମଜୀ ଫାଉଣ୍ଡେସନ୍ ୩ଶହ କୋଟି ଟଙ୍କା ବିନିଯୋଗ କରିବ।  ଏନେଇ […]

wipro

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 10:05 AM IST

ଭୁବନେଶ୍ୱର: ଓଡ଼ିଶାରେ ଅପପୁଷ୍ଟି ନିରାକରଣ ଏବଂ ମହିଳା ବିକାଶ ନେଇ ରାଜ୍ୟ ସରକାର ଓ ଅଜିମ ପ୍ରେମଜୀ ଫିଲାନଥ୍ରୋପିକ୍ ସଂଗଠନ ମଧ୍ୟରେ ସୋମବାର ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିଶୁ ମହିଳା ବିକାଶ ମନ୍ତ୍ରୀ ଉଷା ଦେବୀ ଓ ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

ଅପପୁଷ୍ଟି ନିରାକରଣ ଏବଂ ମହିଳା ବିକାଶ କ୍ଷେତ୍ରରେ ଅଜିମ ପ୍ରେମଜୀ ଫାଉଣ୍ଡେସନ୍ ୩ଶହ କୋଟି ଟଙ୍କା ବିନିଯୋଗ କରିବ।  ଏନେଇ ଅଜିମ ପ୍ରେମଜୀ କହିଛନ୍ତି, ଓଡ଼ିଶାରେ ମହିଳା ଓ ଶିଶୁମାନଙ୍କ ବିକାଶ କ୍ଷେତ୍ରରେ ଅପପୃଷ୍ଟି ରୋକିବାରେ ଏହି ଏମଓୟୁ ସହାୟକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ଅପପୁଷ୍ଟି ନିରାକରଣରେ ଯଥେଷ୍ଟ ଉନ୍ନତି ହୋଇଛି। ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି। ବିଶେଷକରି ଶିଶୁଙ୍କ ଜୀବନ ରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଏହି ଏମଓୟୁ ପାଇଁ ଓଡ଼ିଶାକୁ ଚୟନ କରିଥିବାରୁ ଅଜିମ ପ୍ରେମଜୀଙ୍କୁ  ଧନ୍ୟବାଦ।

Related story