ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି। ବିଧାନସଭା ପ୍ରଶ୍ନକାଳ ପରେ ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଗୃହ ଚାଲିବାର କିଛି ସମୟ ପରେ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି। ମୌସୁମୀ ଅଧିବେଶନର ଦଶମ ଦିନର ପ୍ରଶ୍ନକାଳରେ କେବଳ ଶାସକ ଦଳର ସଦସ୍ୟମାନେ ପ୍ରଶ୍ନ ପଚାରିଥିଲେ। ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖିଥିଲେ। ଅନ୍ୟପକ୍ଷରେ ଗତକାଲିଠୁ କଂଗ୍ରେସର ବୟକଟ୍ ପରେ ଆଜି ବିଜେପି ମଧ୍ୟ ଅଧିବେଶନକୁ ବର୍ଜନ କରିଛି। ଗୃହକୁ ଫେରିବାକୁ ବିରୋଧୀ ଦଳ ସଦସ୍ୟ […]

assembly

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 07:51 AM IST

ଭୁବନେଶ୍ୱର: ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି। ବିଧାନସଭା ପ୍ରଶ୍ନକାଳ ପରେ ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଗୃହ ଚାଲିବାର କିଛି ସମୟ ପରେ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି। ମୌସୁମୀ ଅଧିବେଶନର ଦଶମ ଦିନର ପ୍ରଶ୍ନକାଳରେ କେବଳ ଶାସକ ଦଳର ସଦସ୍ୟମାନେ ପ୍ରଶ୍ନ ପଚାରିଥିଲେ। ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖିଥିଲେ। ଅନ୍ୟପକ୍ଷରେ ଗତକାଲିଠୁ କଂଗ୍ରେସର ବୟକଟ୍ ପରେ ଆଜି ବିଜେପି ମଧ୍ୟ ଅଧିବେଶନକୁ ବର୍ଜନ କରିଛି। ଗୃହକୁ ଫେରିବାକୁ ବିରୋଧୀ ଦଳ ସଦସ୍ୟ ମାନଙ୍କୁ ବାଚସ୍ପତି ଅନୁରୋଧ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଶାସକ ଦଳ ମୁଖ୍ୟ ସଚେତକ ପ୍ରମୁଖ ବିରୋଧୀ ସଦସ୍ୟମାନଙ୍କୁ ଭେଟି ଗୃହକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି।

Related story