୨୯ ଏପ୍ରିଲ, ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଧନଲାଭ ଯୋଗ ରହିଛି

ମେଷ: ଆଜିର ଦିନଟି ଆପଣଙ୍କ ଭଲ ରହିବ। ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ପାଠ ପଢ଼ାରେ ଉନ୍ନତି ଘଟିବ। ଚାକିରି ପାଇବାର ଯୋଗ ରହିଛି। ନୂଆ ଗାଡ଼ି କିଣି ପାରନ୍ତି। ଅଳଙ୍କାର ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। କାର୍ଯ୍ୟକ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ବୃଷ: ସତର୍କ ରୁହନ୍ତୁ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଅସୁବିଧାରେ ପଡ଼ିପାରନ୍ତି। ଜୀବନ ସାଥୀଙ୍କଠାରୁ ସହଯୋଗ ମିଳିବ। ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ମନୋରଞ୍ଜନରେ ମନୋ ନିବେଶ କରିବେ। ଅର୍ଥ […]

Rasiphala-image-2-840x440

Rakesh Mallick
  • Published: Sunday, 29 April 2018
  • , Updated: 29 April 2018, 05:21 AM IST

ମେଷ: ଆଜିର ଦିନଟି ଆପଣଙ୍କ ଭଲ ରହିବ। ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ପାଠ ପଢ଼ାରେ ଉନ୍ନତି ଘଟିବ। ଚାକିରି ପାଇବାର ଯୋଗ ରହିଛି। ନୂଆ ଗାଡ଼ି କିଣି ପାରନ୍ତି। ଅଳଙ୍କାର ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। କାର୍ଯ୍ୟକ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି।

ବୃଷ: ସତର୍କ ରୁହନ୍ତୁ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଅସୁବିଧାରେ ପଡ଼ିପାରନ୍ତି। ଜୀବନ ସାଥୀଙ୍କଠାରୁ ସହଯୋଗ ମିଳିବ।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ମନୋରଞ୍ଜନରେ ମନୋ ନିବେଶ କରିବେ। ଅର୍ଥ ମିଳିବାର ଯୁଗ ରହିଛି। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।

କର୍କଟ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କ୍ରୋଧକୁ ଆୟତ୍ତ କରନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରହିଯାଆନ୍ତୁ।

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଅତିଥିଙ୍କ ଆଗମନ ରହିଛି। ବହୁ ଦିନରୁ ବାକି ରହିଥିବା ଅର୍ଥ ମିଳିବ। ସମ୍ପତ୍ତିଗତ ବିବାଦ ଦୂର ହେବ।

କନ୍ୟା: ଭାବି ଚିନ୍ତି କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। ବ୍ୟବସାୟୀକ ସମସ୍ୟା ଥିବା ଦୂର ହୋଇପାରେ। ଦୂର ଯାତ୍ରା କରିବାର ଯୁଗ ରହିଛି।

ତୁଳା: ପରିବାରକୁ ସୁଖ ଶାନ୍ତି ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବିଦେଶରେ ଶିକ୍ଷା ସମ୍ବନ୍ଧୀୟ ଋଣ ନେବା ଲାଗି ସମୟ ଶୁଭ। ଅଫିସରେ କୌଣସି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ଡକରା ପଡ଼ିପାରେ।

ବିଚ୍ଛା: ବହୁ ଦିନରୁ ଅଟକିଥିବା କାମ ହୋଇଯିବ। ବ୍ୟବସାୟରେ ଲାଭ ମିଳିବ। ନୂଆ ଜାଗା କିଣିପାରନ୍ତି। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ହେବ।

ଧନୁ: ଆଜିର ଦିନଟି ବେଶୀ ଭଲ ନାହିଁ। କୌଣସି ନିଷ୍ପତ୍ତି ନିଜେ ନିଅନ୍ତୁ ନାହିଁ। ଅନ୍ୟର ସହାୟତା ନିଅନ୍ତୁ। ଦୂର ଯାତ୍ରାରେ ଯାଇପାରନ୍ତି। ବହୁ ଦିନରୁ ଲାଗି ରହିଥିବା ମୋକଦ୍ଦମା ସମାଧାନ ହେବ।

ମକର: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ପରିବାରରେ ମଙ୍ଗଳ କାମନା ହେବ। ଆର୍ଥିକ ଲାଭ ମିଳିବ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ଖେଳାଳିଙ୍କ ଲାଗି ଦିନଟି ଭଲ।

କୁମ୍ଭ: ବିବାଦରୁ ଦୂରେଇ ରୁହନ୍ତୁ। ଆଜିର ଦିନରେ ମାନ ଓ ସମ୍ମାନ ମିଳିପାରେ। ବହୁ ଦିନରୁ ଅଟକିଥିବା ଅର୍ଥ ମିଳିବ।

ମୀନ: ଅଟକି ଥିବା କାମ ହୋଇଯିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଚାକିରି ପେସାରେ ଥିବା ବ୍ୟକ୍ତିଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ।

Related story