ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ଶନିବାର ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଗତ ଚାରି ଦିନ ଭଳି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି। ପ୍ରଶ୍ନକାଳ ଆରମ୍ଭରେ ବିରୋଧୀ ସଦସ୍ୟମାନେ ହାତରେ ବ୍ୟାନର ଧରି ଛିଡ଼ା ହୋଇ ରହିଥିଲେ। ଏହି ସମୟରେ ଶାସକ ଦଳର ସଦସ୍ୟମାନେ ମଧ୍ୟ ଅନୁରୂପ ଭାବେ କେନ୍ଦ୍ର ବିରୋଧୀ ନାରାବାଜି କରିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି। ଏଥିସହ ମଧ୍ୟାହ୍ନ ୧୨ଟା […]

assembly

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 07:50 AM IST

ଭୁବନେଶ୍ୱର: ଶନିବାର ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଗତ ଚାରି ଦିନ ଭଳି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି। ପ୍ରଶ୍ନକାଳ ଆରମ୍ଭରେ ବିରୋଧୀ ସଦସ୍ୟମାନେ ହାତରେ ବ୍ୟାନର ଧରି ଛିଡ଼ା ହୋଇ ରହିଥିଲେ। ଏହି ସମୟରେ ଶାସକ ଦଳର ସଦସ୍ୟମାନେ ମଧ୍ୟ ଅନୁରୂପ ଭାବେ କେନ୍ଦ୍ର ବିରୋଧୀ ନାରାବାଜି କରିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି।

ଏଥିସହ ମଧ୍ୟାହ୍ନ ୧୨ଟା ସମୟରେ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହି ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିରୋଧୀଦଳ ମୁଖ୍ୟ ସଚେତକ, ଶାସକ ଦଳ ମୁଖ୍ୟ ସଚେତକ, ବିଜେପି ନେତା କନକବର୍ଦ୍ଧନ ସିଂଦେଓ ପ୍ରମୁଖ ଯୋଗଦେବେ।

Related story