ନାଟକର ନାଁ ମହାଭିଯୋଗ

ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ଏକ ନାଟକୀୟ ଢଙ୍ଗରେ ଉଠିଛି ମହାଭିଯୋଗ। ଏହି ମହାଭିଯୋଗ ନାଟକ ପଛରେ ରହିଛି ଆଉ ଏକ ନାଟକ। ଯାହାକୁ ଆଳ କରି କଂଗ୍ରେସ ଆଗାମୀ ୨୦୧୯ ନିର୍ବାଚନ ବୈତରଣୀ ପାରି ହେବାକୁ ଅଣ୍ଟା ଭିଡ଼ିଛି।  ସେଇ ନାଟକର ନାମ ହେଉଛି ସୋହରାବୁଦ୍ଦିନ୍‌ ଏନ୍‌କାଉଣ୍ଟର। ଏବେ ଏହି ପ୍ରସଙ୍ଗକୁ ନେଇ ସାରା ଦେଶର ରାଜନୀତି ସରଗରମ। ଜଣେ ଦକ୍ଷ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିବା ଆଦୌ ସମୀଚୀନ‌ ନୁହେଁ ବା ଏହାକୁ ଆଦୌ […]

Sukanti

Sukanti

Ordigital Desk
  • Published: Monday, 07 May 2018
  • Updated: 07 May 2018, 07:07 PM IST

Sports

Latest News

ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ଏକ ନାଟକୀୟ ଢଙ୍ଗରେ ଉଠିଛି ମହାଭିଯୋଗ। ଏହି ମହାଭିଯୋଗ ନାଟକ ପଛରେ ରହିଛି ଆଉ ଏକ ନାଟକ। ଯାହାକୁ ଆଳ କରି କଂଗ୍ରେସ ଆଗାମୀ ୨୦୧୯ ନିର୍ବାଚନ ବୈତରଣୀ ପାରି ହେବାକୁ ଅଣ୍ଟା ଭିଡ଼ିଛି।  ସେଇ ନାଟକର ନାମ ହେଉଛି ସୋହରାବୁଦ୍ଦିନ୍‌ ଏନ୍‌କାଉଣ୍ଟର। ଏବେ ଏହି ପ୍ରସଙ୍ଗକୁ ନେଇ ସାରା ଦେଶର ରାଜନୀତି ସରଗରମ।

ଜଣେ ଦକ୍ଷ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିବା ଆଦୌ ସମୀଚୀନ‌ ନୁହେଁ ବା ଏହାକୁ ଆଦୌ ଗ୍ରହଣ କରାଯାଇ ନ ପାରେ। ପ୍ରଧାନ ବିଚାରପତି ପଦର କୌଣସି ପ୍ରକାର ଦୁରୁପଯୋଗ ହୋଇନାହିଁ ବୋଲି ଉପରାଷ୍ଟ୍ରପତି ମହାଭିଯୋଗକୁ ଖାରଜ କରିବା ପରେ ବି କଂଗ୍ରେସ ପୁଣି ଏହି ପ୍ରସଙ୍ଗରେ ନାଟକ ବାଜି କରୁଛି। ଏହି ପ୍ରସଙ୍ଗକୁ ନେଇ ଏବେ ଚାଲିଛି ତର୍କବିତର୍କ। ତେବେ ଏହି ମହାଭିଯୋଗକୁ ବିନା କୌଣସି କମିଟିର ତର୍ଜମାକୁ ଅପେକ୍ଷା ନ କରି ଏହାକୁ ଉପରାଷ୍ଟ୍ରପତି ଏହାକୁ ଖାରଜ କରି ଦେଇଛନ୍ତି। ନ୍ୟାୟାଧୀଶଙ୍କ ବିରୋଧରେ ଯେଉଁ ସବୁ ମହାଭିଯୋଗ ଅଣାଯାଇଛି, ତାହା କୌଣସି ଦୃଷ୍ଟିରୁ ବି ଯୁକ୍ତିଯୁକ୍ତ ନୁହେଁ। ରାଜନୈତିକ ବାତାବରଣକୁ ଅଶ୍ୱସ୍ତିକର କରିବାକୁ ଏହା କିଛି ରାଜନୈତିକ ଦଳଙ୍କର ଚକ୍ରାନ୍ତ ବୋଲି ବୁଦ୍ଧିଜୀବୀ ମଧ୍ୟ କହୁଛନ୍ତି। ମହାଭିଯୋଗ ନୋଟିସରେ ଯେଉଁ ୫ଟି ଅଭିଯୋଗ କରାଯାଇଥିଲା ତାକୁ ଅନୁଧ୍ୟାନ କରାଗଲା। ଏହି ନୋଟିସ୍‌‌କୁ ଭିତ୍ତି କରି ବିଚାରପତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ନୋଟିସ୍‌‌ରୁ ନିଷ୍କର୍ଷ ବାହାରିଲା। ଏପରି କି ଏହାକୁ ଆଧାର କରି ସିଧାସଳଖ ଉପରାଷ୍ଟ୍ରପତି ଏହାକୁ ଖାରଜ କରିଦେଲେ। ସାମ୍ୱିଧାନିକ ପୀଠରେ ଶୃଙ୍ଖଳା ରକ୍ଷା କରିବା ସମସ୍ତ ରାଜନୈତିକ ଦଳର ପ୍ରଥମ ଏବଂ ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ହେବା ଉଚିତ୍; ମାତ୍ର ସେସବୁ କଂଗ୍ରେସ ଭୁଲିଯାଇ  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ନୋଟିସ ଉପରେ ଆବଶ୍ୟକ ବିଚାରବିମର୍ଶ ପରେ ନିଷ୍ପତ୍ତି ନିଆଯାଇଛି।  ତେବେ ମହାଭିଯୋଗ ଖାରଜ ପରେ କଂଗ୍ରେସ ମଧ୍ୟ ଅଭିଯୋଗ କରିଛି- ଉପରାଷ୍ଟ୍ରପତି ତରବରିଆ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାର ଉତ୍ତରରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ କହିଛନ୍ତି ଯେ  ଏହି ନୋଟିସ ଉପରେ ସେ ତରବରିଆ ଭାବେ ନିଷ୍ପତ୍ତି ନେଇ ନାହାନ୍ତି । ଏହା ଉପରେ ଆବଶ୍ୟକ ବିଚାରବିମର୍ଶ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ୱିଧାନ ଓ ବିଚାରପତି ଅନୁଧ୍ୟାନ ଆଇନ ୧୯୬୮ ଅନୁଯାୟୀ ଏହି ମହାଭିଯୋଗକୁ ଖାରଜ କରାଯାଇଛି।  କଂଗ୍ରେସ ସମେତ ୭ଟି ବିରୋଧୀ ଦଳ ପ୍ରଧାନ ବିଚାରପତିଙ୍କ ବହିଷ୍କାର ଦାବି ପୂର୍ବକ ଦେଇଥିବା ମହାଭିଯୋଗ ନୋଟିସକୁ ଉପରାଷ୍ଟ୍ରପତି ଅଗ୍ରାହ୍ୟ କରି ଦେବା ପରେ କଂଗ୍ରେସ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ।

ମୁଖ୍ୟ ନ୍ୟାୟାଧୀଶଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ। ଏ ନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁଙ୍କ ମହାଭିଯୋଗ ସମ୍ପର୍କିତ ନୋଟିସ୍‌‌ ଦେଇଥିଲା କଂଗ୍ରେସ। ଏଥିରେ ୬୪ ଜଣ ସାଂସଦଙ୍କର ସ୍ୱାକ୍ଷର ରହିଛି। ଏହି ନୋଟିସ୍‌‌ରେ ଉଲ୍ଲେଖ କରାଯାଇଛି ଯେ ଜଷ୍ଟିସ୍‌‌ ଦୀପକ ମିଶ୍ର ଦୁର୍ବ୍ୟବହାର କରିବା ସହିତ ବିଚାରପତି ପଦର ଦୁରୁପଯୋଗ କରୁଛନ୍ତି। ଏହାକୁ ସମର୍ଥନ ଜଣାଇଥିଲେ ୭ଟି ରାଜନୈତିକ ଦଳ ଯଥା-କଂଗ୍ରେସ, ଏନସିପି, ସିପିଆଇ-ଏମ୍‌, ସିପିଆଇ,ଏସପି, ବିଏସପି  ଓ ମୁସଲିମ୍‌‌ ଲିଗ।  ସୁପ୍ରିମକୋର୍ଟରେ କୌଣସି ବିଚାରପତିଙ୍କୁ ପଦଚ୍ୟୁତ କରିବାକୁ ହେଲେ ପ୍ରଥମେ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପରିହାର୍ଯ୍ୟ। ଏମିତି ପ୍ରସ୍ତାବ ଆସିବା ପରେ ଏହାକୁ ସଂସଦକୁ ଆଲୋଚନା ପାଇଁ ପଠାଇ ଦିଆଯାଏ। ଉଭୟ ଗୃହରେ ବିତର୍କ ଓ ଭୋଟିଂ ପରେ  ଯଦି ଦୁଇ-ତୃତୀୟାଂଶ ଭୋଟ ସପକ୍ଷରେ ଯାଏ ତେବେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଏ। ଏ ନେଇ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ। ଧାରା ୧୨୪(୪)ରେ ପ୍ରଧାନ ବିଚାରପତିଙ୍କୁ ବହିଷ୍କାର କରିବାର କ୍ଷମତା କେବଳ ରାଷ୍ଟ୍ରପତିଙ୍କ ନିକଟରେ ରହିଛି ବୋଲି ଉଲ୍ଲେଖ ରହିଛି। ତେବେ ଏହି ନୋଟିସ୍‌କୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଖାରଜ କରି ଦେବା ପରେ କଂଗ୍ରେସ ପୁଣି ଅଭିଯୋଗ ଆଣିଛି ଯେ ଦୀପକ ମିଶ୍ର ନ୍ୟାୟିକ କାର୍ଯ୍ୟରୁ ଅଲଗା ରୁହନ୍ତୁ। ଅନ୍ୟପକ୍ଷରେ ଦେଖିବାକୁ ଗଲେ, ୨ ଅକ୍ଟୋବର ୨୦୧୮ରେ ମୁଖ୍ୟବିଚାରପତି ପଦରୁ ଅବସର ନେବେ ମିଶ୍ର। ଆଉ ମାସ କେଇଟାର କଥା। ବିନା କୌଣସି କାରଣ ନ ଥାଇ ପ୍ରସଙ୍ଗକୁ ଲମ୍ୱା କରି କଂଗ୍ରେସ ସମେତ ଅନ୍ୟଦଳଗୁଡ଼ିକୁ କି ଲାଭ ହେଉଛି ତାହା ଜାଣିହେଉନାହିଁ।

୨୬ ନଭେମ୍ୱର ୨୦୦୫ରେ ସୋହରାବୁଦ୍ଦିନ୍‌ ଏନ୍‌‌କାଉଣ୍ଟର ହୋଇଥିଲା। ଗୁଜରାଟ, ରାଜସ୍ଥାନରେ ମଧ୍ୟ ସୋହରାବୁଦ୍ଦିନ୍‌ ଶେଖଙ୍କ ନାମରେ ମର୍ଡର କେସ୍‌ ଚାଲିଥିଲା। ତେବେ ଅତି ଆଶ୍ଚର୍ଯ୍ୟଜନକ ଭାବେ ସୋହରାବୁଦ୍ଦିନ୍‌ ଏନ୍‌‌କାଉଣ୍ଟରର ଗୋଟେ ଦିନ ପରେ ତାଙ୍କ ପତ୍ନୀ  କୌଶର ବି ଉଭାନ୍‌‌ ହୋଇଥିଲେ। ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ଥିଲେ ରାଷ୍ଟ୍ରପାହ୍ୟାମନ୍ତ୍ରୀ। ପୁଲିସର ଛାନ୍‌ଭିନ୍‌ ପରେ ୧୯୯୫ ମସିହାରେ ସୋହରାବୁଦ୍ଦିନ୍‌‌ ଶେଖଙ୍କ ଉଜ୍ଜ୍ୱୟିନୀ ଜିଲାର ଝାରାଣିଆ ଗ୍ରାମସ୍ଥିତ ନିଜ ଘରୁ  ୪୦ ଏକେ-୪୭ ରାଇଫଲ ଜବତ ହୋଇଥିଲା। ଏପରି କି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ନାମରେ ୬୦ରୁ ଅଧିକ ଅପରାଧିକ ମାମଲା ଥିବା ଜଣାପଡ଼ିଛି। ସୋହରାବୁଦ୍ଦିନ୍‌ର ଅଣ୍ଡରୱାର୍ଲ୍ଡ ଡନ୍‌‌ ଦାଉଦ୍‌ ସହିତ ସମ୍ପର୍କରେ ରହିଥିଲା। ଅନ୍ୟପକ୍ଷରେ ସୋହରାବୁଦ୍ଦିନ୍‌‌‌ ଫେକ୍ ଏନ୍‌‌କାଉଣ୍ଟରରେ ସଂପୃକ୍ତି ଥିବା ସନ୍ଦେହ କରି ସେ ସମୟରେ ଅମିତ ଶାହା ଇସ୍ତଫା ଦେବା ସହିତ ଗିରଫ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ, ଅର୍ଥାତ ୨୦୧୪ରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ କ୍ଲିନ୍‌‌ ଚିଟ୍‌‌ ମିଳିଥିଲା। ଏହି ଏନ୍‌‌କାଉଣ୍ଟରର ଶୁଣାଣି କରୁଥିଲେ ବ୍ରିଜ୍‌ଗୋପାଲ ହରକ୍ରିଷ୍ଣନ୍‌‌ ଲୋୟା। ଅପରାଧୀଙ୍କ ବିରୋଧରେ ରାୟ ଦେବାକୁ ଲୋୟାଙ୍କୁ ୧୦୦ କୋଟି ଲାଞ୍ଚ ଯଚାଯାଇଥିଲା ବୋଲି  ଅଭିଯୋଗ ହୋଇଥିଲା।

୨୦୧୪ ସୋହରାବୁଦ୍ଦିନ୍‌ ‌ ଏନ୍‌‌କାଉଣ୍ଟର ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍‌‌ ଲୋୟାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁକୁ ବିଭିନ୍ନ ରାଜନୈତିକ ଦଳ ସହଜରେ ଗ୍ରହଣ କରିପାରି ନ ଥିଲେ। ଲୋୟାଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି ରହସ୍ୟ ଥାଇପାରେ ବୋଲି ଆଶଙ୍କା କରି ନିରପେକ୍ଷ ତଦନ୍ତ ଦାବିରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପିଆଇଏଲ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟରେ ଏହି ଘଟଣାର ଶୁଣାଣି କରୁଥିବା ବେଞ୍ଚର ମୁଖ୍ୟ ଥିଲେ ଜଷ୍ଟିସ୍‌‌ ଦୀପକ ମିଶ୍ର। ମିଶ୍ର ତାଙ୍କ ରାୟରେ କହିଥିଲେ ଯେ, ଲୋୟାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଏହି ରାୟରେ ଅସନ୍ତୁଷ୍ଟ ଥିଲା କଂଗ୍ରେସ। ଏହି କାରଣକୁ କେନ୍ଦ୍ର କରି କଂଗ୍ରେସ ମାନ୍ୟବର  ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଲା।

ଜଷ୍ଟିସ ଦୀପକ ମିଶ୍ର କେତେକ ଦୃଷ୍ଟାନ୍ତମୂଳକ ଶୁଣାଣିରେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଦିଲ୍ଲୀ ପୁଲିସ୍‌‌କୁ ୨୪ ଘଣ୍ଟା ମଧ୍ୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଏଫଆଇଆର୍‌‌ ରୁଜୁ କରିବାକୁ ନିର୍ଦେଶ  ଦେଇ ଚର୍ଚ୍ଚାରେ ଥିଲେ ମୁଖ୍ୟ ବିଚାରପତି ଦୀପକ ମିଶ୍ର। ଆବଶ୍ୟକ ତଥ୍ୟ ଅଭାବରୁ ଉତ୍ତରପ୍ରଦେଶର ଜାତି ସଂରକ୍ଷଣକୁ ଖାରଜ କରିଦେଇଥିଲା ବେଞ୍ଚ। ସେତେବେଳେ ମଧ୍ୟ ମିଶ୍ର ରହିଥିଲେ ଚର୍ଚ୍ଚାରେ। ୧୯୯୩ ମସିହାର ମୁମ୍ୱାଇ ସିରିଏଲ ବ୍ଲାଷ୍ଟ ଘଟଣାରେ ୟାକୁବ୍‌ ମେନନ୍‌‌ କରିଥିବା  ଅପିଲ୍‌‌କୁ ଖାରଜ କରି ଦେଇଥିଲେ। ଫଳରେ ୟାକୁକ୍‌‌କୁ ମିଳିଥିଲା ଫାଶୀ। ନିର୍ଭୟା ଗଣବଳାତ୍କାରରେ ସାମିଲ୍‌‌ ଥିବା ବଳାତ୍କାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରି ଚର୍ଚ୍ଚାରେ ଥିଲେ ଜଷ୍ଟିସ ଦୀପକ ମିଶ୍ର।

ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ତରବରିଆ ଓ  ଭୁଲ ପରାମର୍ଶ ଆଧାରିତ ବୋଲି କଂଗ୍ରେସ ଦର୍ଶାଇବା ସହ ଏହା ବିରୋଧରେ ପିଟିସନ ଦାୟର କରିବ ବୋଲି କହିସାରିଛି।  କେତେକ ଓକିଲ ସାଂସଦ ନିଜର ସ୍ୱାର୍ଥ ସାଧନ ପାଇଁ କୋର୍ଟ ବିବାଦକୁ ସଂସଦ ଭଳି ଏକ ପବିତ୍ର ସ୍ଥାନରେ ଉପସ୍ଥାପନ  କରିବା ନିଶ୍ଚିତ ଭାବେ ଲଜ୍ଜାଜନକ ପ୍ରସଙ୍ଗ। ତେବେ କଂଗ୍ରେସର ଏହି ହୀନ ରାଜନୀତି ଭାରତୀୟ ବିଚାରଧାରା ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଔଷଧ ରାଗରେ ତାଟିଆ କାମୁଡ଼ିବା ପରି ହେଲେ ପରିଣାମ ଧ୍ୱଂସ ଆଡ଼କୁ ହିଁ ଗତି କରେ। ଏକଥା ରାଜନୀତିରେ ପରିପକ୍ୱ ଥାଇ ବି କଂଗ୍ରେସ ବୋଧହୁଏ ବୁଝିବା ପରିସ୍ଥିତିରେ ଏବେ ନାହିଁ!

(ପ୍ରବନ୍ଧରେ ଦିଆଯାଇଥିବା ମତ ଲେଖିକାଙ୍କର ନିଜସ୍ୱ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story