ନବୀନଙ୍କୁ ଅଶୋକଙ୍କ ‍କ୍ଷୋଭଭରା ଚିଠି: ଯିଏ ବିରୋଧ କରୁଥିଲା, ତାକୁ ଟିକଟ ଦେଲ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ୍ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲି। ଏଥିରେ ଆପଣ (ନବୀନ ପଟ୍ଟନାୟକ)ଙ୍କର ପରୋକ୍ଷରେ ସମର୍ଥନ ରହିଥିଲା। ଏ ସମ୍ପର୍କରେ ଆପଣଙ୍କୁ ସବୁ ଜଣା ବୋଲି କହିଛନ୍ତି ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ। ଏନେଇ ଅଶୋକ ଆଜି ବିଜେଡି ସୁପ୍ରିମୋ ନବୀନଙ୍କୁ ଏକ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୦୦ ମସିହା ନିର୍ବାଚନରେ ଅଶୋକ ବିଜେଡି ଟିକଟରୁ ବିଜେପୁରରୁ ବିଧାୟକ ହୋଇଥିଲେ। କିନ୍ତୁ ୨୦୧୪ରେ […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 03:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ୍ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲି। ଏଥିରେ ଆପଣ (ନବୀନ ପଟ୍ଟନାୟକ)ଙ୍କର ପରୋକ୍ଷରେ ସମର୍ଥନ ରହିଥିଲା। ଏ ସମ୍ପର୍କରେ ଆପଣଙ୍କୁ ସବୁ ଜଣା ବୋଲି କହିଛନ୍ତି ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ। ଏନେଇ ଅଶୋକ ଆଜି ବିଜେଡି ସୁପ୍ରିମୋ ନବୀନଙ୍କୁ ଏକ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୦ ମସିହା ନିର୍ବାଚନରେ ଅଶୋକ ବିଜେଡି ଟିକଟରୁ ବିଜେପୁରରୁ ବିଧାୟକ ହୋଇଥିଲେ। କିନ୍ତୁ ୨୦୧୪ରେ ତାଙ୍କୁ ବିଜେଡି ଟିକଟ ମିଳି ନଥିଲା। ତେଣୁ ସେ ସ୍ୱାଧୀନ ଭାବେ ଲଢ଼ି ତୃତୀୟ ସ୍ଥାନରେ ରହିଥିଲେ। ସେ ବିଜେଡିର ସମର୍ଥକ ହୋଇଥିଲେ ବି ଦଳବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ସୁବଳ ସାହୁଙ୍କ ପତ୍ନୀଙ୍କୁ ଏଠାରୁ ବିଜେଡି ପ୍ରାର୍ଥୀ କରିବ ବୋଲି ଘୋଷଣା କରିବା ପରେ, ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ସେ ନବୀନଙ୍କୁ ଏକ ଚିଠି ଲେଖିଛନ୍ତି।

ଅଶୋକ ତାଙ୍କ ଚିଠିରେ ଲେଖିଛନ୍ତି- “ଦୀର୍ଘ ୧୩ ବର୍ଷ ଧରି ଯେଉଁ ପରିବାର ବିଜେଡିର ନୀତି ଆଦର୍ଶ ବିରୋଧରେ କାମ କରୁଥିଲା, ସେହି ପରିବାରକୁ ଉପନିର୍ବାଚନରେ ପ୍ରାର୍ଥୀ କରାଗଲା। ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତି ସମସ୍ତ ବିଜୁ ପ୍ରେମୀଙ୍କ ମନରେ କଷ୍ଟ ଦେଇଛି। କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀତ୍ୱ ଘୋଷଣା, ସମଗ୍ର ନିର୍ବାଚନ ମଣ୍ଡଳୀର ବିଜୁପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି। ଏଭଳି ସ୍ଥିତିରେ ମାନସିକ ସ୍ତରରେ ମଧ୍ୟ ବିଜୁ ପରିବାର ସହ ସାମଲି ହୋଇ ରହିବା ମୋ ଭଳି ନିଷ୍ଠାପର ତଥା ତୃଣମୂଳ ସ୍ତରର କର୍ମୀ ପକ୍ଷେ ସମ୍ଭବ ନୁହେଁ। ମୁଁ ସେହି ସମ୍ପର୍କକୁ ଚ୍ଛିନ୍ନ କରୁଛି।”

ସେ କହିଛନ୍ତି- “ବିଜୁବାବୁଙ୍କ ପ୍ରେରଣା ମୋତେ ରାଜନୀତିକୁ ଆସିବାକୁ ଆକର୍ଷିତ କରିଥିଲା। ଏପରିକି ଜନସେବା କରିବା ପାଇଁ ଉତ୍ସାହ ଦେଇଥିଲା। ଆଗାମୀ ଦିନରେ ବିଜେପୁର ବାସୀଙ୍କ ସେବାରେ ସେହି ପ୍ରେରଣାକୁ ପାଥେୟ କରି କାମ କରିବି। ରାଜନୈତିକ ଦୃଷ୍ଟିରୁ ଆପଣ (ନବୀନ) ରାଜ୍ୟର ବୃହତ୍ତର ସ୍ୱାର୍ଥ ନୁହେଁ, କ୍ଷୁଦ୍ର ରାଜନୈତିକ ଲାଭ ପାଇଁ ନିମ୍ନସ୍ତରକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।”

Related story