ଆସିଲାନି ଆମ୍ବୁଲାନ୍ସ: ଟ୍ରାକ୍ଟରରେ ପ୍ରସବ କଲେ ମହିଳା

ଉମରକୋଟ:ନବରଙ୍ଗପୁର ପୁଣି ଫେଲ୍ ମାରିଲା ଜନନୀ ସୁରକ୍ଷା ଯୋଜନା। ଗର୍ଭବତୀଙ୍କ ନିକଟରେ ଠିକ୍‌ ସମୟରେ ୧୦୨ କିମ୍ଭା ୧୦୮ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଫଳରେ ମହିଳା ଜଣଙ୍କ ଟ୍ରାକ୍ଟଟରରେ ସନ୍ତାନ ପ୍ରସବ କରିଛନ୍ତି। ଘଟଣା ଘଟିଛି ଜିଲ୍ଲାର ଉମରକୋଟ ବ୍ଲକର ଥିପାପାଣି ଗାଁରେ। ଗାଁର ବେଲନ୍ତି ମାଝିଙ୍କୁ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଥମେ ୧୦୨ ଏବଂ ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ମହିଳାଙ୍କୁ […]

umaracoat

Rakesh Mallick
  • Published: Sunday, 09 October 2016
  • , Updated: 09 October 2016, 07:21 PM IST

ଉମରକୋଟ:ନବରଙ୍ଗପୁର ପୁଣି ଫେଲ୍ ମାରିଲା ଜନନୀ ସୁରକ୍ଷା ଯୋଜନା। ଗର୍ଭବତୀଙ୍କ ନିକଟରେ ଠିକ୍‌ ସମୟରେ ୧୦୨ କିମ୍ଭା ୧୦୮ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଫଳରେ ମହିଳା ଜଣଙ୍କ ଟ୍ରାକ୍ଟଟରରେ ସନ୍ତାନ ପ୍ରସବ କରିଛନ୍ତି। ଘଟଣା ଘଟିଛି ଜିଲ୍ଲାର ଉମରକୋଟ ବ୍ଲକର ଥିପାପାଣି ଗାଁରେ।

ଗାଁର ବେଲନ୍ତି ମାଝିଙ୍କୁ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଥମେ ୧୦୨ ଏବଂ ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ମହିଳାଙ୍କୁ ଟ୍ରାକ୍ଟରରେ ହସପିଟାଲକୁ ନିଆଯାଉଥିବା ବେଳେ ବାଟରେ ସେ ଏକ ଶିଶୁ କନ୍ୟା ପ୍ରସବ କରିଥିଲେ। ପରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ହସପିଟାଲ ନେଇଥିଲା।

Related story