ବିଧାନସଭା ଶୀତ ଅଧିବେଶନ: ଗୋଦାମ ଘର ସଦୁପଯୋଗ ନହେବା ନେଇ ବିରୋଧୀଙ୍କ ଉଦବେଗ

ଭୁବନେଶ୍ୱର: ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗୋଦାମ ଘର ନିର୍ମାଣ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ। ରାଜ୍ୟରେ ଧାନ ବିହନ ଓ ସାର ସୁରକ୍ଷିତ ଭାବେ ରଖିବା ପାଇଁ ଗୋଦାମ ଘର ନିର୍ମାଣ ଏବଂ ଏହାର ଉପଯୋଗିତା ନେଇ ପ୍ରଶ୍ନୋତ୍ତର କାଳରେ ବିରୋଧୀ ଉଦବେଗ୍ ପ୍ରକାଶ କରିଥିଲେ। ଏହାସହ ପଞ୍ଚାୟତି ରାଜ, ସମବାୟ, ଖାଉଟି ଓ ଯୋଗାଣ ବିଭାଗ ଭିତରେ ସମନ୍ୱୟ ରକ୍ଷା ନେଇ ସେମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେବଳ ବିରୋଧୀ […]

dama

Rakesh Mallick
  • Published: Wednesday, 02 December 2015
  • , Updated: 02 December 2015, 08:22 AM IST

ଭୁବନେଶ୍ୱର: ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗୋଦାମ ଘର ନିର୍ମାଣ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ। ରାଜ୍ୟରେ ଧାନ ବିହନ ଓ ସାର ସୁରକ୍ଷିତ ଭାବେ ରଖିବା ପାଇଁ ଗୋଦାମ ଘର ନିର୍ମାଣ ଏବଂ ଏହାର ଉପଯୋଗିତା ନେଇ ପ୍ରଶ୍ନୋତ୍ତର କାଳରେ ବିରୋଧୀ ଉଦବେଗ୍ ପ୍ରକାଶ କରିଥିଲେ। ଏହାସହ ପଞ୍ଚାୟତି ରାଜ, ସମବାୟ, ଖାଉଟି ଓ ଯୋଗାଣ ବିଭାଗ ଭିତରେ ସମନ୍ୱୟ ରକ୍ଷା ନେଇ ସେମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେବଳ ବିରୋଧୀ ଦଳ ନୁହନ୍ତି ଶାସକ ଦଳ ମଧ୍ୟ ଏନେଇ ସମବାୟ ମନ୍ତ୍ରୀ ଦାମଦୋର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ତେବେ ସମବାୟ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଧାନ ବିହନ ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା ନେଇ ବିଭିନ୍ନ ସଂସ୍ଥା ମାଧ୍ୟମରେ ୩ହଜାର ୪ଶହଟି ଗୋଦାମ ଘର ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି। ମାର୍କଫେଡ୍, ଓଡ଼ିଶା ପଣ୍ୟାଗାର ନିର୍ମାଣ ନିଗମ, ପାକ୍ସ୍, ଆରଏମସି ଆଦି ସଂସ୍ଥା ଏହି ଗୋଦାମ ଘର ନିର୍ମାଣ କରିବେ। ଚାଷୀଙ୍କ ସୁବିଧା ପାଇଁ ଏହି ଗୋଦାମ ଘରର ବ୍ୟବସ୍ଥା କରାଯିବ। ଖୁବଶୀଘ୍ର ପଞ୍ଚାୟତିରାଜ ଓ ସମବାୟ ବିଭାଗର ଯୁଗ୍ମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ୩ ବର୍ଷ ମଧ୍ୟରେ ଗୋଦାମ ଘର ଗୁଡ଼ିକର ନିର୍ମାଣ କାମ ଶେଷ କରାଯିବ।

Related story