ଅସ୍ତରଙ୍ଗ ଦିନଡ଼ିଆଁରେ ୪ ଜଣଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଦମ୍ପତିଙ୍କୁ ୪ ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ୍

କଟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନଡିଆଁ ଗାଁରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ହିମାଦ୍ରୀ ଦାସ ଓରଫ୍ ରହିମ ଖାଁ ଏବଂ ତାର ପତ୍ନୀ ଆୟେଶ ବେଗମଙ୍କୁ ଆଜି କ୍ରାଇମବ୍ରାଞ୍ଚ୍ ୪ ଦିନିଆ ରିମାଣ୍ଡରେ ନେଇଛି। ଏହି ଅଭିଯୁକ୍ତ ଦମ୍ପତ୍ତିଙ୍କୁ କ୍ରାଇମବ୍ରାଞ୍ଚ୍ ନିମାପଡ଼ା ଜେଏମଏଫସି କୋର୍ଟରେ ହାଜର କରିଥିଲା ଓ ୧୦ ଦିନ ରିମାଣ୍ଡରେ ନେବା ଲାଗି ଦାବି ଉପସ୍ଥାପନ କରିଥିଲା। ତେବେ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଇଥିଲେ। […]

murder

Rakesh Mallick
  • Published: Saturday, 10 October 2015
  • , Updated: 10 October 2015, 11:08 AM IST

କଟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନଡିଆଁ ଗାଁରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ହିମାଦ୍ରୀ ଦାସ ଓରଫ୍ ରହିମ ଖାଁ ଏବଂ ତାର ପତ୍ନୀ ଆୟେଶ ବେଗମଙ୍କୁ ଆଜି କ୍ରାଇମବ୍ରାଞ୍ଚ୍ ୪ ଦିନିଆ ରିମାଣ୍ଡରେ ନେଇଛି। ଏହି ଅଭିଯୁକ୍ତ ଦମ୍ପତ୍ତିଙ୍କୁ କ୍ରାଇମବ୍ରାଞ୍ଚ୍ ନିମାପଡ଼ା ଜେଏମଏଫସି କୋର୍ଟରେ ହାଜର କରିଥିଲା ଓ ୧୦ ଦିନ ରିମାଣ୍ଡରେ ନେବା ଲାଗି ଦାବି ଉପସ୍ଥାପନ କରିଥିଲା। ତେବେ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଇଥିଲେ। ଏହି ହତ୍ୟାକାଣ୍ଡରେ ଆଉ କେହି ସଂପୃକ୍ତ ଅଛନ୍ତି ନା ନାହିଁ ସେ ନେଇ କ୍ରାଇମବ୍ରାଞ୍ଚ୍ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି।

କୋର୍ଟରେ ହାଜର କରାଯିବା ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ୍ ଅଧିକାରୀମାନେ ଘଟଣାସ୍ଥଳକୁ ନେଇ ଯାଇଥିଲେ।

ଅନ୍ୟପକ୍ଷରେ ମୃତ ଦୀନବନ୍ଧୁ ମଲ୍ଲିକଙ୍କ ଘରୁ ଆଜି କ୍ରାଇମବ୍ରାଞ୍ଚ ୨ଟି ଛୁରୀ ଜବତ କରିଛି । ଏହି ଦୁଇଟି ଛୁରୀରେ ଦୀନବନ୍ଧୁ, ତାଙ୍କ ସ୍ତ୍ରୀ ଓ  ଦୁଇ ଛୁଆଙ୍କୁ ହତ୍ୟା କରାଯାଇଥିଲା। ଏହି ଛୁରୀ ଦୁଇଟିକୁ ମଧ୍ୟପ୍ରଦେଶରୁ ଅଣାଯାଇଥିଲା। ଏହି ଛୁରୀକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ସେହିପରି ଫକୀର ମଲ୍ଲିକଙ୍କ ଧର୍ମପୁଅ ହିମାଦ୍ରୀ ଠାରୁ ଦୀନବନ୍ଧୁଙ୍କ ମୋବାଇଲ୍ ଜବତ କରିଛି କ୍ରାଇମବ୍ରାଞ୍ଚ।

ଗତକାଲି ଆସାମର ସିଲଚରରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସଂପତ୍ତି ପାଇବା ଆଶାରେ ଏମାନେ ଏଭଳି ନାରକୀୟ କାଣ୍ଡ ଘଟାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଥିଲେ। ତାଙ୍କର କହିବା ଅନୁସାରେ ଜଣେ ସଂପର୍କୀୟଙ୍କ ମାଧ୍ୟମରେ ଦୁଇ ଅଭିଯୁକ୍ତ ଦୀନବନ୍ଧୁଙ୍କ ପରିବାର ସହିତ ସଂପର୍କ ସ୍ଥାପନ କରିଥିଲେ। ହତ୍ୟାକାଣ୍ଡ ପୂର୍ବରୁ ଏମାନେ ଦୁଇ ତିନିଥର ଦୀନବନ୍ଧୁଙ୍କ ଘରକୁ ବି ଆସିଥିଲେ। ଘରର ଅବସ୍ଥିତି, କିଏ କିଏ ରହୁଛନ୍ତି ସବୁ ସୂଚନା ସଂଗ୍ରହ କରିବା ପରେ ହତ୍ୟାକାଣ୍ଡ ଦିନ ଯୋଜନାବଦ୍ଧ ଭାବେ ପୁଣି ଦୀନବନ୍ଧୁଙ୍କ ଘରକୁ ଆସିଥିଲେ। ରାତିରେ ସମସ୍ତେ ଶୋଇବା ପରେ ଦୀନବନ୍ଧୁଙ୍କୁ ପ୍ରଥମେ ଛୁରୀରେ ଆକ୍ରମଣ କରିଥିଲେ ସ୍ୱାମୀ ସ୍ତ୍ରୀ। ଦୀନବନ୍ଧୁଙ୍କୁ ପତ୍ନୀ ଉଠିପଡିବାରୁ ତାଙ୍କୁ ବି ହତ୍ୟା କରିଥିଲେ। ପରେ ୧୦ ବର୍ଷ ଓ ୪ ବର୍ଷର ଦୁଇ ଝିଅଙ୍କୁ ଅତି ନୃଶଂସ ଭାବେ ଦୁଇ ଅଭିଯୁକ୍ତ ହତ୍ୟା କରିଥିବା ଏଡିଜି କହିଛନ୍ତି। ପୂରା ହତ୍ୟା ଯୋଜନାବଦ୍ଧ ଥିଲା। ହତ୍ୟାକାଣ୍ଡ ପରେ ସୁନାଗହଣା ଓ ମୋଟରସାଇକେଲ ଧରି ଚମ୍ପଟ ମାରିଥିଲେ ହୀମାଦ୍ରି ଓ ଆୟେଶ। ପ୍ରଥମେ ହିମାଦ୍ରୀ ଓ ଆମ୍ଭେଶା ଅନୁଗୋଳ ଦେଇ ପହଞ୍ଚିଥିଲେ ରାୟପୁରରେ। ସେଠାରେ ଚୋରି ସୁନାଗହଣାକୁ ୨୫ରୁ ୩୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ପରେ ସେମାନେ ଚାଲିଯାଇଥିଲେ ଭୋପାଳ। ସେଠାରୁ ସେମାନେ ଟ୍ରେନରେ ଫେରିଥିଲେ ଖଡ଼ଗପୁର। ଆଉ ସେଠାରୁ ଚାଲିଯାଇଥିଲେ ଆସାମର ସିଲଚର।

Related story