ଜାନୁୟାରୀ ୧୭, ବୁଧବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ

ମେଷ: ଦିନଟି ଆପଣଙ୍କ ଲାଗି ଖୁସିଭରା ରହିବ। ଆର୍ଥିକ ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି। ବୃଷ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ । ବଡ଼ କାରବାରର ସଉଦା ହାତକୁ ଆସିପାରେ। ଅଫିସ୍‌ରେ କାମର ଚାପ କମିବ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ମିଥୁନ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ନୂଆ ଗାଡ଼ି କିଣିବେ।  ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। […]

zodaic-1-3-768x401-1-1-1-1-1-2-1-1-1-1-2-1-1-1-4-840x440

Rakesh Mallick
  • Published: Wednesday, 17 January 2018
  • , Updated: 17 January 2018, 07:07 AM IST

ମେଷ: ଦିନଟି ଆପଣଙ୍କ ଲାଗି ଖୁସିଭରା ରହିବ। ଆର୍ଥିକ ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।

ବୃଷ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ । ବଡ଼ କାରବାରର ସଉଦା ହାତକୁ ଆସିପାରେ। ଅଫିସ୍‌ରେ କାମର ଚାପ କମିବ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।

ମିଥୁନ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ନୂଆ ଗାଡ଼ି କିଣିବେ।  ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

କର୍କଟ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଚାକିରି ଓ ବ୍ୟବସାୟରେ ଆର୍ଥିକ ଲାଭ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

ସିଂହ: ଅଫିସ୍‌ କାମରେ ଦୂରସ୍ଥାନକୁ ଯିବାକୁ ପଡିପାରେ। ଜମି ସମ୍ବନ୍ଧିତ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କୁ ଘରୋଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

କନ୍ୟା: ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଶାନ୍ତ ସ୍ୱଭାବ ଯୋଗୁଁ ଆପଣଙ୍କୁ ପ୍ରଶଂସା ମିଳିବ। ମହିଳାମାନେ ବସ୍ତ୍ର ଓ ଗହଣା କିଣିବା ପାଇଁ ମନ କରିବେ।

 ତୁଳା: ଆଜି ଆପଣ ଦିନତମାମ୍‌ ସକ୍ରିୟ ରହିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଅଚାନକ ଖୁସି ଖବର ମିଳିବ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ।

 ବିଛା: ଅଯଥା କଥାବାର୍ତ୍ତାରୁ ନିବୃତ୍ତ ରହନ୍ତୁ। ବ୍ୟବସାୟ ଠିକ୍‌ ଢଙ୍ଗରେ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଧନ  ଆଗମନର ବାଟ ଫିଟିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ଧନୁ: କାମ ବୋଝରୁ ଆପଣ ଟିକେ ଅଶାନ୍ତିରେ ରହିବେ। ବିରୋଧୀଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ସେୟାର କିଣିବା ବା ନୂତନ କାରବାରରେ ଅର୍ଥନିବେଶ ପାଇଁ ବିଚାର କରିବେ।

 ମକର: ବ୍ୟବସାୟ ପରିବର୍ତ୍ତନରେ ଆପଣଙ୍କ ଭାଗ୍ୟ ଉଜ୍ଜ୍ଵଳ ହେବ। ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ସୁଧାର ହେବ। ଚାକିରି ପାଇଁ କରି ଆସୁଥିବା ପ୍ରୟାସରେ ଭଲ ଫଳାଫଳ ପାଇବେ।

 କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଯେଉଁ କାମର ଶୁଭାରମ୍ଭ କରିବେ ତାହା ଆପଣଙ୍କୁ ଭବିଷ୍ୟତରେ ଭଲ ଫଳ ଦେବ। ଆପଣଙ୍କ ବନ୍ଧୁ ଆପଣଙ୍କ ପ୍ରତି ଖୁସି ରହିବେ।

 ମୀନ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ଅଫିସ୍‌ରେ କୌଣସି ସହକର୍ମୀଙ୍କ ସହିତ ବିତର୍କ ହୋଇପାରେ।  ସ୍ୱାସ୍ଥ୍ୟ ପ୍ରତି  ସତର୍କ ରହନ୍ତୁ।

Related story